ଗାଁକୁ ଛାଡିଲେ ନାହିଁ, ପୋଲ ତଳକୁ ଖସି ପଡିଲେ

ଲୋଇସିଂହା,୨୨ା୪(ଡି. ଏନ .ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟରାପାଲି-ଝାରମୁଣ୍ଡା ରାସ୍ତାର କୁଟରାପାଲି ପୋଲତଳୁ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିଙ୍ଗହ୍ୟୁମାନ ଫାଉଣ୍ଡେଶନର ସ୍ବେଚ୍ଛାସେବୀମାନେ ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସୁସ୍ଥତା ଅନୁଭବ ପରେ ବ୍ୟକ୍ତି ଜଣକ ତାଙ୍କ ପରିଚୟ ଦେଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ପାଟଣାଗଡ଼ ବ୍ଲକ ଭଇଁଷା ଗାଁର ନନ୍ଦରାଜ ଠାକୁର। କରୋନା କଟକଣା ଯୋଗୁ ସେ କିପରି ନିଜ ଗ୍ରାମର ଲୋକଙ୍କ ଦ୍ୱାରା ବାରଣର ଶିକାର ହୋଇ ଗଁା ମୁଣ୍ଡରୁ ଫେରି ଆସିଲେ ଏବଂ ପୋଲ ତଳକୁ ଖସି ପଡି ଅଚେତ ହୋଇଥିଲେ ତାହା କହିଛନ୍ତି।
ନନ୍ଦରାଜଙ୍କ ସୂଚନା ଅନୁସାରେ କିଛିବର୍ଷ ତଳେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଦୁଇଝିଅଙ୍କ ବାହାଘର ସରିଥିବା ବେଳେ ଏକମାତ୍ର ପୁଅ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ପେଟପାଟଣା ପାଇଁ ସେ ବରଗଡ଼ର ଏକ ହୋଟେଲରେ କାମ କରୁଛନ୍ତି। ଲକ୍‌ଡାଉନ ଯୋଗୁ ହୋଟେଲ ବନ୍ଦ ହୋଇଯିବାରୁ ସେ ସାଇକେଲରେ ବରଗଡ଼ରୁ ଗାଁକୁ ଆସିଥିଲେ। ମଙ୍ଗଳବାର ନନ୍ଦରାଜ ନିଜ ଭଇଁଷା ପଞ୍ଚାୟତରୁ ଚାଉଳ ଓ ଟଙ୍କା ଗ୍ରହଣ କରି ଘରକୁ ଯାଇଥିଲେ। ହେଲେ କାମ କରି ଅନ୍ୟ ଜିଲାରୁ ଆସିଥିବାରୁ ଗାଁର କେତେକ ଲୋକେ ଗଁା ଭିତରକୁ ପଶିବାକୁ ବାରଣ କରିଥିଲେ। ତେଣୁ ବାଧ୍ୟ ହୋଇ ସେ କର୍ମକ୍ଷେତ୍ର ବରଗଡ଼କୁ ସାଇକେଲରେ ଫେରୁଥିଲେ। ଦୀର୍ଘ ବାଟ ସାଇକେଲରେ ଆସିବା ଓ ସହସା ଫେରିବା ଯୋଗୁ ସେ ଭୀଷଣ କ୍ଲାନ୍ତ ଅନୁଭବ କରିଥିଲେ। କୁଟରାପାଲି-ଝାରମୁଣ୍ଡା ରାସ୍ତାର କୁଟରାପାଲି ପାଖରେ ପହଞ୍ଚି ଥିବା ବେଳେ ମୁଣ୍ଡ ଘୁରାଇ ଦେଇଥିଲା ଓ ସେ ପଡି ଯାଇଥିଲେ। ଏହା ପରେ କ’ଣ ହୋଇଛି ତାହା ସେ ଜାଣି ନାହାନ୍ତି। ଚେତା ଫେରିବା ବେଳକୁ ସେ ପୋଲତଳେ ପଡିଥିଲେ। ତାଙ୍କ ମୁହଁରେ ଆଘାତ ଲାଗି ଭୀଷଣ କଷ୍ଟ ହେଉଥିଲା। ଅନ୍ୟପକ୍ଷେ ଲକ୍‌ଡାଉନ ଯୋଗୁ ଲୋକଙ୍କ ଯାତାୟତ କମ୍‌ ଥିବାରୁ ଦୀର୍ଘ ସମୟ ଧରି ସେ ପୋଲତଳେ ସେମିତି ପଡି ରହିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ନେପାଳରେ ପ୍ରକୃତିର କୋପ, ଆସିଲା ଭୟଙ୍କର ଭଡ଼ିଓ, ହଠାତ୍‌ ମାଡିଆସିଲା ପାଣି ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା

କାଠମାଣ୍ଡୁ,୨୬।୮: ପ୍ରତିବର୍ଷ ମୌସୁମୀ ଋତୁରେ, ନେପାଳ ଏବଂ ଭାରତର ପାର୍ବତ୍ୟାଞ୍ଚଳ ପ୍ରକୃତିର କୋପ ଦେଖିଥାଏ। ବୁଧବାର ସକାଳେ ନେପାଳରେ ସମାନ ଦୃଶ୍ୟ ଦେଖାଦେଇଥିଲା ଯେତେବେଳେ ତିବ୍ଦତ ସୀମା…

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ବଡ଼ ଆଲର୍ଟ ଜାରି କଲା RBI, ଚିନି-ପିଆଜ ପରେ ଆହୁରି ମହଙ୍ଗା ହେବ…

ନୂଆଦିଲ୍ଲୀ, ୨୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୫ ଅଗଷ୍ଟ ୨୦୨୬ରେ ଜାରି କରିଥିବା ନିଜର ମାସିକ ବୁଲେଟିନ୍‌ରେ ଅଗଷ୍ଟ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ…

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୬ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri