ଗାଁ ମାଟିରୁ ଅର୍ଥ ସାଉଁଟୁଛନ୍ତି ନଡିଆ ତୋଳାଳୀ ବୈକୁଣ୍ଠ

ଓଡ଼ଗାଁ ,୨୩।୭(ଆଦର୍ଶ କୁମାର ପଟ୍ଟନାୟକ)-ଗ୍ରାମର ଅନ୍ୟମାନଙ୍କ ଭଳି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ରୋଜଗାର କରିବାକୁ ଉଚିତ ମନେ କଲେନି ସେ। ଗଁ। ରେ ରହି ଅର୍ଥ ଉପାର୍ଜନ କରି ପରିବାର ସଦସ୍ୟଙ୍କ ସୁଖଦୁଃଖରେ ସାମିଲ ହେବାକୁ ସେ ମନସ୍ଥ କଲେ। ଶିକ୍ଷାଗତ ଯୋଗ୍ୟତା ମାତ୍ର ସପ୍ତମ ପାସ ହୋଇଥିବାବେଳେ ତାହା ତାଙ୍କ କର୍ମ ଚଞ୍ଚଳ ଜୀବନରେ ବାଧକ ସୃଷ୍ଟି କରି ପାରିନି। ନିଜର ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ଏବେ ମାସକୁ ୨୫ ରୁ ୩୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ସେ ହେଲେ ନୟାଗଡ ଜିଲା ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ଲଣ୍ଡାବାଦୁ ଗ୍ରାମର ବୈକୁଣ୍ଠ ପ୍ରଧାନ(୪୨) ା ମା’ବାପାଙ୍କ ସାନ ପୁଅ ବୈକୁଣ୍ଠ। ପାଠ ପଢା ନାମକୁ ମାତ୍ର ଥିଲା ବେଳେ ପିଲାବେଳୁ ବାପାଙ୍କୁ ଚାଷ କାମରେ ସହଯୋଗ କରି ଯୁବାବସ୍ଥାରେ ପହଞ୍ଚତ୍ଥିଲେ । ବିବାହ ବନ୍ଧନରେ ଆବଦ୍ଧ ହୋଇ ଗ୍ରାହ୍ୟସ୍ଥ ଜୀବନାରମ୍ଭ କଲେ। ଧିରେ ଧିରେ ପରିବାର ସଦସ୍ୟଙ୍କ ସଂଖ୍ୟା ବଢିବାରୁ ରୋଜଗାର ଚିନ୍ତା ବଢିଲା। ମା, ବାପା, ସ୍ତ୍ରୀ ଓ ଦୁଇ ଝିଅଙ୍କ ଦାୟିତ୍ୱ ମୁଣ୍ଡ ଉପରେ ପଡିଲା। ସୁନାମୁହିଁରେ ଥିବା ଆଇସି କ୍ରିମ ଫ୍ୟାକ୍ଟ୍ରିରୁୁ ଆଇସ କ୍ରିମ ଆଣି ଗାଁ ଗାଁ ସାଇକେଲରେ ବୁଲାଇ ବିକ୍ରି କରୁଥିଲେ ା ସେ ଦୈନିକ ହଜାରେ ବାରଶ ଟଙ୍କାର ଆଇସକ୍ରିମ ବିକ୍ରି କଲେ ସେଥିରୁ ମାତ୍ର ୩୦୦ ରୁ ୩୫୦ ଟଙ୍କା ପାରିଶ୍ରମିକ ବାବଦକୁ ପାଉଥିଲେ। ଫଳରେ ସେ ଆଇସ କ୍ରିମ ବିକ୍ରି ସହିତ କେତେକ ଗ୍ରାମକୁ ଯାଇ ନଡିଆ ଗଛ ଚଢି ନଢିଆ ତୋଳି ଆଉ କିଛି ଅର୍ଥ ଉପାର୍ଜନ କରୁଥିଲେ। ଏଥିନିମନ୍ତେ ତାଙ୍କୁ ବିପଦଜନକ ସ୍ଥିତିରେ ନଡିଆ ଗଛ ଚଢିବାକୁ ପଡୁଥିବା ବେଳେ ଶାରିରୀକ ପରିଶ୍ରମ ମଧ୍ୟ କରିବାକୁ ପଡୁଥିଲା ା ଦିନରେ ଗୋଟିଏ ଦୁଇଟି ଗଛ ଚଢିଲାପରେ ଆଉ ଅଧିକ ପାଇଁ ସେ ସାହାସ ଜୁଟାଇ ପାରୁନଥିଲେ । ଏହି ସମୟରେ ଆଇସ କ୍ରିମ ଫ୍ୟାକ୍ଟ୍ରିରୁ ଫ୍ରିଜ୍‌ ସଂଲଗ୍ନ ଆଇସକ୍ରିମ ଗାଡି ପାଇଲେ ା ତା’ ସାଙ୍ଗକୁ ଲୁଣି ଗ୍ରାମର ଜନୈକ ବ୍ୟକ୍ତି ତାଙ୍କର୍‌ ନଡିଆ ଗଛ ଚଢିବା ଆଗ୍ରହ ଦେଖି ତାଙ୍କୁ ଗୋଟିଏ ମାନୁଏଲ ନଡିଆ ଗଛ ଚଢିବା ଯନ୍ତ୍ର ପ୍ରଦାନ କରିଥିଲେ ା ଏହାଦ୍ୱାରା ସେ ଏକରକମ ରୋଜଗାରର ମାଧ୍ୟମଟିଏ ପାଇ ସାରିଥିବା ଅନୁଭବ କରିବା ସହିତ ସଂପୃକ୍ତ ବ୍ୟକ୍ତିଙ୍କ ପ୍ରତି ସେ ଚିର କୃତଜ୍ଞତା ପ୍ରକାଶ କରିଥିଲେ ା କିଛି ଦିନ ଆଇସକ୍ରିମ ଗାଡି ସହିତ ନଡିଆ ଗଛ ଚଢିବା ଯନ୍ତ୍ର ବାନ୍ଧି ଆଇସ କ୍ରିମ ବିକିବା ସାଙ୍ଗକୁ ଲୋକଙ୍କ ଚାହିଦା କ୍ରମେ ନଡିଆ ଗଛରେ ଚଢି ନଡିଆ ତୋଳିଲେ । ଏଥିସହିତ ନଡିଆ ଗଛ ଝାଡିବା ଏବଂ ଗଛ ଉପରେ ଲୁଣ ସାର ଆଦି ଦେବାରେ ତାଙ୍କର ରୋଜଗାରରେ ଉନ୍ନତି ପରିଲକ୍ଷିତ ହେଲା। ଫଳରେ ସେ ପ୍ରାୟ ବର୍ଷେ ହେଲା ଆଇସକ୍ରିମ ବେପାର ଛାଡି ଗାଁ କୁ ଗାଁ ବୁଲି ଯନ୍ତ୍ର ସାହାଯ୍ୟରେ ଗଛରେ ଚଢି ଭଲ ରୋଜଗାର କରିବା ସହିତ ଏକ ବିଦ୍ୟା ହାସଲ କରି ପାରିଛନ୍ତି। ଦୈନିକ ସେ ୧୦ରୁ ୧୨ ନଡିଆ ଗଛ ଚଢୁଥିବା ବେଳେ ଏଥି ନିମନ୍ତେ ସେ ପ୍ରତି ଗଛ ପିଛା ଶହେ ଟଙ୍କା ପାରିଶ୍ରମିକ ସହିତ ଗୋଟିଏ ନଡିଆ କିମ୍ବା ପଇଡ ଦାବି କରିଥାନ୍ତି ା ଫଳରେ ଏହି ବାବଦରେ ସେ ଦିନକୁ ହଜାରେ ଟଙ୍କାରୁ ବାରଶ ପଯର୍‌ୟନ୍ତ ନିଶ୍ଚିତ ରୋଜଗାର କରିଥାନ୍ତି ା ମାସିକ ୨୫ ରୁ ୩୦ ହଜାର ଟଙ୍କା ହୋଇଥାଏ ବୋଲି ସେ ପ୍ରକାଶ କରିଥିଲେ ା ଏଥିପାଇଁ ସେ ସକାଳୁ ନିତ୍ୟକର୍ମ ସାରି ଘରେ ପେଟପୂରା ପଖାଳ ଖାଇ ମୋପେଡରେ ନଡିଆ ଗଛ ଚଢିବା ଯନ୍ତ୍ର ବାନ୍ଧି ଗନ୍ତବ୍ୟ ପଥରେ ବାହାରିଯାନ୍ତି ା ସେ ନିଜେ ପ୍ରସ୍ତୁତ କରିଥିବା ରୋଡ ମ୍ୟାପ ଅନୁସାରେ ପଡୋଶୀ ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ, ନୟାଗଡ ଜିଲାର ବାହାଡ଼ାଖୋଲା ଓ ଓଡ଼ଗାଁ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇଥାନ୍ତି ା ଏପରିକି ଲୋକଙ୍କ ଫୋନ କଲପାଇ ସେଠାରେ ପହଞ୍ଚତ୍ ତାଙ୍କର ନଡିଆ ଗଛରେ ଚଢି ସମସ୍ତ କାଯର୍‌ୟ ସମ୍ପାଦନ କରି ଲୋକଙ୍କ ଆଦର ସାଉଁଟି ଲୋକପ୍ରିୟ ହୋଇପାରିଛନ୍ତି ା ଥରେ ସେ ଘରୁ ବାହାରିଲେ ଯାଇ ସନ୍ଧ୍ୟାରେ ଘରକୁ ଫେରନ୍ତି। ମଧ୍ୟାହ୍ନ ଭୋଜନ କୌଣସି ଗଁାରେ ହିଁ କରିବାକୁ ପଡିଥାଏ। ରାତ୍ରି ଭୋଜନ ପରିବାର ସହିତ କରିଥାନ୍ତି ା ସେ ତାଙ୍କ ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ପରିବାରର ଉତ୍ତମ ସ୍ବାସ୍ଥ୍ୟ ପ୍ରତି ସେ ବେଶ ସଚେତନ ବୋଲି ବୈକୁଣ୍ଠ କହିଥିଲେ ା ରୋଜଗାର କରିବାକୁ ନିଜ ଗାଁ ମାଟିରେ ପଯର୍‌ୟାପ୍ତ ସୁବିଧା ସୁଯୋଗ ରହିଥିବା ବେଳେ ଏସବୁର କୌଶଳ ହାସଲ କରି ସଫଳ ହେବା ନିମନ୍ତେ ସେ ଯୁବ ପିଢିଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri