Posted inବୌଦ୍ଧ

ଗର୍ଭବତୀ କୌଶଲ୍ୟାଙ୍କୁ ସହାୟତାର ହାତ ବଢାଇଲେ ଡାକ୍ତର  

ମନମୁଣ୍ଡା,୨୫।୫ (ଡି.ଏନ.ଏ)-ମନମୁଣ୍ଡା ଥାନା ଅଧୀନ ଗୁଡଭଙ୍ଗାର କୌଶଲ୍ୟା ସାହୁ ା ବୟସ ୩୫ ା ୫ଟି ସନ୍ତାନର ଜନନୀ ା ଏବେ ସେ ପୁଣି ୭ ମାସର ଗର୍ଭବତୀ ା ଗଲାମାସରେ ସ୍ବାମୀ ହାତ ଛାଡି ଦେଇ ପରପାରିକୁ ଚାଲି ଯାଇଛନ୍ତି ା ଏହି ଗରିବ ଅସହାୟ ମହିଳାଙ୍କ ପରିବାରର ଦେଖାଶୁଣା କରିବାକୁ କେହି ନାହିଁ ା ଅର୍ଥାଭାବରୁ କୁନି କୁନି ପିଲାଙ୍କୁ ଦୁଇ ଓଳା ଖାଇବାକୁ ଦେବା ମଧ୍ୟ କଷ୍ଟକର ହୋଇପଡିଛି ା ଏପଟେ ପ୍ରସବ ପାଇଁ ଟଙ୍କା କେଉଁଠୁ ଯୋଗାଡ ହେବ ସେହି ଚିନ୍ତା ତାଙ୍କୁ ରାତିଦିନ ଘାରୁଥିବା ବେଳେ ଜଣେ ଡାକ୍ତର ତାଙ୍କ ପାଇଁ ଭଗବାନ ସାଜି ସହାୟତାର ହାତ ବଢାଇଛନ୍ତି ା ଡାକ୍ତର ତାଙ୍କ ପରିବାର ଚଳାଇବା ପାଇଁ ଆର୍ଥିକ ସାହାଯ୍ୟ କରିବା ସହ ପ୍ରସବ ପାଇଁ ହେବାକୁ ଥିବା ସମସ୍ତ ପରୀକ୍ଷା ଓ ଖର୍ଚ୍ଚ ନିଜେ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା କୌଶଲ୍ୟା ପ୍ରକାଶ କରିଛନ୍ତି ା
ମନମୁଣ୍ଡା ଥାନା ମନୁପାଲି ପଞ୍ଚାୟତ ଗୁଡଭଙ୍ଗାର କୌଶଲ୍ୟାଙ୍କ ସ୍ବାମୀ ଓକିଲ ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଛାତ ପକାଇବା ପାଇଁ ଗତ ଏପ୍ରିଲ ୨୪ରେ ନିକଟସ୍ଥ ଜଙ୍ଗଲକୁ ବଲ୍‌ହା ଆଣିବା ପାଇଁ ଯାଇଥିଲେ ା ଏହି ସମୟରେ ତାଙ୍କ ମୁଣ୍ଡ ବୁଲାଇବାରୁ ଅଚେତ ହୋଇ ପଡି ଯାଇଥିଲେ । ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଓ ଧାରକରଜ କରି କୌଶଲ୍ୟା ସ୍ବାମୀଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ ା ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିବା ପରୀକ୍ଷାରୁ ଜଣାପଡିଥିଲା ା ସେଠାରେ ୧୦-୧୨ ଦିନ ରହି ଚିକିତ୍ସିତ ହେବା ପରେ ଅବସ୍ଥା ଗୁରୁତର ହେବାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ସେଠାରେ ଡାକ୍ତରମାନେ ସହଯୋଗ ନ କରି ଫେରାଇ ଦେଇଥିଲେ । ପରେ କୌଶଲ୍ୟା ସ୍ବାମୀଙ୍କୁ ଭୁବନେଶ୍ୱରସ୍ଥ ସମ୍‌ ହସପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହିବାରୁ ନିରୁପାୟ ହୋଇ କୌଶଲ୍ୟା ସ୍ବାମୀଙ୍କୁ ଘରକୁ ଫେରାଇ ଆଣିଥିଲେ ା ଘରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କ ଚିକିତ୍ସାରେ ପ୍ରଧାନମନ୍ତ୍ରୀ ଆବାସ ବାବଦରେ ମିଳିଥିବା ଟଙ୍କା ସରି ଯାଇଥିବାରୁ ଘରର ଆସବାବପତ୍ର ବିକି ଓ ଧାରକରଜ କରି ଗତ ୬ ତାରିଖରେ ସ୍ବାମୀଙ୍କ ଶୁଦ୍ଧିକ୍ରିୟା କରିଥିଲେ । ଏବେ ରାତି ପାହିଲେ କଣ ଖାଇବେ ସେହି ଚିନ୍ତା ା ଏପରି ପରିସ୍ଥିତିରେ କୌଶଲ୍ୟା ଗର୍ଭ ଯନ୍ତ୍ରଣା ହେବାରୁ ଶନିବାର ମନମୁଣ୍ଡା ସିଏଚସିର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ମନୋଜ କୁମାର ନାୟକଙ୍କ ନିକଟକୁ ଚେକଅପ୍‌ ପାଇଁ ଆସିଥିଲେ । ପ୍ରାଥମିକ ଚିକିତ୍ସାରେ ଗର୍ଭାଶୟ ବିପଦସଙ୍କୁଳ ଥିବା ଡାକ୍ତର ଜାଣିବାକୁ ପାଇଥିଲେ ା ଫଳରେ ବଡ ଡାକ୍ତରଖାନାକୁ ଯିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଗର୍ଭବତୀ କୌଶଲ୍ୟା ଅର୍ଥାଭାବ ଯୋଗୁ ନିଜର ଅସହାୟତା ପ୍ରକାଶ କରିବାରୁ ଡାକ୍ତର ନାୟକ ମାଗଣାରେ ତାଙ୍କର ଅଲଟ୍ରାସାଉଣ୍ଡ କରିଥିଲେ । ପ୍ରସବ ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ଖର୍ଚ୍ଚ ଡାକ୍ତର ବହନ କରିବେ ବୋଲି କହିଥିଲେ ା ଏହାଛଡା କୌଶଲ୍ୟାଙ୍କୁ ଏକ ଶାଢ଼ୀ ଉପହାର ଦେବା ସହ ତାଙ୍କ ପରିବାର ଚଳିବା ପାଇଁ ନଗଦ ୫ ହଜାର ଟଙ୍କା ଆର୍ଥତ୍କ ସାହାଯ୍ୟ ପ୍ରଦାନ କରିଥିବା ଜଣାଯାଇଛି । ପ୍ରକାଶ ଥାଉକି, ଏହି ଡାକ୍ତର ଜଣକ ଗତ ଫେବୃୟାରୀ ୧୬ ତାରିଖରେ ଅନ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ସୁରକ୍ଷିତ ପ୍ରସବ କରାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri