Posted inବୌଦ୍ଧ

ଗର୍ଭବତୀ କୌଶଲ୍ୟାଙ୍କୁ ସହାୟତାର ହାତ ବଢାଇଲେ ଡାକ୍ତର  

ମନମୁଣ୍ଡା,୨୫।୫ (ଡି.ଏନ.ଏ)-ମନମୁଣ୍ଡା ଥାନା ଅଧୀନ ଗୁଡଭଙ୍ଗାର କୌଶଲ୍ୟା ସାହୁ ା ବୟସ ୩୫ ା ୫ଟି ସନ୍ତାନର ଜନନୀ ା ଏବେ ସେ ପୁଣି ୭ ମାସର ଗର୍ଭବତୀ ା ଗଲାମାସରେ ସ୍ବାମୀ ହାତ ଛାଡି ଦେଇ ପରପାରିକୁ ଚାଲି ଯାଇଛନ୍ତି ା ଏହି ଗରିବ ଅସହାୟ ମହିଳାଙ୍କ ପରିବାରର ଦେଖାଶୁଣା କରିବାକୁ କେହି ନାହିଁ ା ଅର୍ଥାଭାବରୁ କୁନି କୁନି ପିଲାଙ୍କୁ ଦୁଇ ଓଳା ଖାଇବାକୁ ଦେବା ମଧ୍ୟ କଷ୍ଟକର ହୋଇପଡିଛି ା ଏପଟେ ପ୍ରସବ ପାଇଁ ଟଙ୍କା କେଉଁଠୁ ଯୋଗାଡ ହେବ ସେହି ଚିନ୍ତା ତାଙ୍କୁ ରାତିଦିନ ଘାରୁଥିବା ବେଳେ ଜଣେ ଡାକ୍ତର ତାଙ୍କ ପାଇଁ ଭଗବାନ ସାଜି ସହାୟତାର ହାତ ବଢାଇଛନ୍ତି ା ଡାକ୍ତର ତାଙ୍କ ପରିବାର ଚଳାଇବା ପାଇଁ ଆର୍ଥିକ ସାହାଯ୍ୟ କରିବା ସହ ପ୍ରସବ ପାଇଁ ହେବାକୁ ଥିବା ସମସ୍ତ ପରୀକ୍ଷା ଓ ଖର୍ଚ୍ଚ ନିଜେ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା କୌଶଲ୍ୟା ପ୍ରକାଶ କରିଛନ୍ତି ା
ମନମୁଣ୍ଡା ଥାନା ମନୁପାଲି ପଞ୍ଚାୟତ ଗୁଡଭଙ୍ଗାର କୌଶଲ୍ୟାଙ୍କ ସ୍ବାମୀ ଓକିଲ ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଛାତ ପକାଇବା ପାଇଁ ଗତ ଏପ୍ରିଲ ୨୪ରେ ନିକଟସ୍ଥ ଜଙ୍ଗଲକୁ ବଲ୍‌ହା ଆଣିବା ପାଇଁ ଯାଇଥିଲେ ା ଏହି ସମୟରେ ତାଙ୍କ ମୁଣ୍ଡ ବୁଲାଇବାରୁ ଅଚେତ ହୋଇ ପଡି ଯାଇଥିଲେ । ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଓ ଧାରକରଜ କରି କୌଶଲ୍ୟା ସ୍ବାମୀଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ ା ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିବା ପରୀକ୍ଷାରୁ ଜଣାପଡିଥିଲା ା ସେଠାରେ ୧୦-୧୨ ଦିନ ରହି ଚିକିତ୍ସିତ ହେବା ପରେ ଅବସ୍ଥା ଗୁରୁତର ହେବାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ସେଠାରେ ଡାକ୍ତରମାନେ ସହଯୋଗ ନ କରି ଫେରାଇ ଦେଇଥିଲେ । ପରେ କୌଶଲ୍ୟା ସ୍ବାମୀଙ୍କୁ ଭୁବନେଶ୍ୱରସ୍ଥ ସମ୍‌ ହସପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହିବାରୁ ନିରୁପାୟ ହୋଇ କୌଶଲ୍ୟା ସ୍ବାମୀଙ୍କୁ ଘରକୁ ଫେରାଇ ଆଣିଥିଲେ ା ଘରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କ ଚିକିତ୍ସାରେ ପ୍ରଧାନମନ୍ତ୍ରୀ ଆବାସ ବାବଦରେ ମିଳିଥିବା ଟଙ୍କା ସରି ଯାଇଥିବାରୁ ଘରର ଆସବାବପତ୍ର ବିକି ଓ ଧାରକରଜ କରି ଗତ ୬ ତାରିଖରେ ସ୍ବାମୀଙ୍କ ଶୁଦ୍ଧିକ୍ରିୟା କରିଥିଲେ । ଏବେ ରାତି ପାହିଲେ କଣ ଖାଇବେ ସେହି ଚିନ୍ତା ା ଏପରି ପରିସ୍ଥିତିରେ କୌଶଲ୍ୟା ଗର୍ଭ ଯନ୍ତ୍ରଣା ହେବାରୁ ଶନିବାର ମନମୁଣ୍ଡା ସିଏଚସିର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ମନୋଜ କୁମାର ନାୟକଙ୍କ ନିକଟକୁ ଚେକଅପ୍‌ ପାଇଁ ଆସିଥିଲେ । ପ୍ରାଥମିକ ଚିକିତ୍ସାରେ ଗର୍ଭାଶୟ ବିପଦସଙ୍କୁଳ ଥିବା ଡାକ୍ତର ଜାଣିବାକୁ ପାଇଥିଲେ ା ଫଳରେ ବଡ ଡାକ୍ତରଖାନାକୁ ଯିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଗର୍ଭବତୀ କୌଶଲ୍ୟା ଅର୍ଥାଭାବ ଯୋଗୁ ନିଜର ଅସହାୟତା ପ୍ରକାଶ କରିବାରୁ ଡାକ୍ତର ନାୟକ ମାଗଣାରେ ତାଙ୍କର ଅଲଟ୍ରାସାଉଣ୍ଡ କରିଥିଲେ । ପ୍ରସବ ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ଖର୍ଚ୍ଚ ଡାକ୍ତର ବହନ କରିବେ ବୋଲି କହିଥିଲେ ା ଏହାଛଡା କୌଶଲ୍ୟାଙ୍କୁ ଏକ ଶାଢ଼ୀ ଉପହାର ଦେବା ସହ ତାଙ୍କ ପରିବାର ଚଳିବା ପାଇଁ ନଗଦ ୫ ହଜାର ଟଙ୍କା ଆର୍ଥତ୍କ ସାହାଯ୍ୟ ପ୍ରଦାନ କରିଥିବା ଜଣାଯାଇଛି । ପ୍ରକାଶ ଥାଉକି, ଏହି ଡାକ୍ତର ଜଣକ ଗତ ଫେବୃୟାରୀ ୧୬ ତାରିଖରେ ଅନ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ସୁରକ୍ଷିତ ପ୍ରସବ କରାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରାରେ ବି ଫୁଟିବ ପଦ୍ମ

ଘଣ୍ଟାପଡ଼ା/କଣ୍ଟାମାଳ,୨୧ା୪(ପ୍ରଭାତ କୁମାର ସାହୁ/ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ଭାଜପାର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ

ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ...

ଟ୍ରକ୍‌ ସହ ମୁହାଁମୁହିଁ ପିଟିହେଲା ଯାତ୍ରୀବାହୀ ବସ୍‌, ୨୦ ଆହତ

ବୌଦ୍ଧ,୧୫ା୪(ଅଜିତ ବାରିକ) : ବୌଦ୍ଧ ଜିଲା ରାଣୀପଦର ଘାଟିରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri