ଗଞ୍ଜାମ ଜିଲା ୨୦୧୯ ନିର୍ବାଚନ: ଦଳବଦଳ ପ୍ରାର୍ଥୀଙ୍କ ବଢ଼ିଛି ଚିନ୍ତା

ବ୍ରହ୍ମପୁର ଅଫିସ,୨୮ା୪-ଗଞ୍ଜାମ ଜିଲାରେ ୨୦୧୯ ସାଧାରଣ ନିର୍ବାଚନ ଦୁଇ ପର୍ଯ୍ୟାୟରେ ସରିଯାଇଛି। ଫଳାଫଳ ଘୋଷଣାକୁ ୨୫ ଦିନ ବାକି ରହିଛି। ଦଳ ବଦଳ କରି ମଇଦାନକୁ ଓହ୍ଲାଇଥିବା ଜିଲାର ୮ ପ୍ରାର୍ଥୀଙ୍କ ହାରଜିତ ନେଇ ଚିନ୍ତା ବଢ଼ିଯାଇଛି। ସେମାନେ ଟେନସନରେ ଅଛନ୍ତି ଏବଂ ସମର୍ଥକଙ୍କ ଗହଣରେ ବାରମ୍ବାର ଅଙ୍କ କଷୁଛନ୍ତି। ହେଭିୱେଟ ନେତା ଚନ୍ଦ୍ରଶେଖର ସାହୁ ଛାତ୍ର ଜୀବନରୁ କଂଗ୍ରେସ ରାଜନୀତିରେ ଥିଲେ।  ବ୍ରହ୍ମପୁର ପୌର ପରିଷଦର ଦୁଇଥର ନଗରପାଳ ହୋଇଥିଲେ । ୨୦୦୦ ବିଧାନସଭା ନିର୍ବାଚନରେ ତାଙ୍କୁ କଂଗ୍ରେସ ଟିକେଟ ନ ମିଳିବାରୁ ସେ ବ୍ରହ୍ମପୁର ସେଗ୍‌ମେଣ୍ଟରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହେବା ସହ କଂଗ୍ରେସ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଚିତପଟାଙ୍ଗ କରାଇବାରେ ସଫଳ ହୋଇଥିଲେ। ୨୦୦୪ ନିର୍ବାଚନରେ ବ୍ରହ୍ମପୁର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଏବଂ ନିର୍ବାଚିତ ହେଲେ। ପ୍ରଥମ ଉପା ସରକାରରେ କେନ୍ଦ୍ରମନ୍ତ୍ରୀ ପଦ ପାଇଥିଲେ । ପରବର୍ତ୍ତୀ ୨୦୦୯ ଓ ୨୦୧୪ ନିର୍ବାଚନରେ ଲୋକ ସଭା ଆସନରୁ ଲଢ଼ି ଦୁଇଥର ପରାଜିତ ହୋଇଥିଲେ।  ୨୦୧୮ ଏପ୍ରିଲରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଲେ । ୨୦୧୯ ନିର୍ବାଚନରେ ସେ ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି। ଦୁଇଥର ପରାସ୍ତ ହେବା ପରେ ଓ ଦଳ ବଦଳ କରି ଲଢ଼ିଥିବାରୁ ଫଳାଫଳ କ’ଣ ହେବ ସେନେଇ ତାଙ୍କ ସମର୍ଥକମାନେ ଅଙ୍କକଷା ଚଳାଇଛନ୍ତି ।

ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ୨୦୦୦ରୁ ୨୦୧୪ ମଧ୍ୟରେ ହୋଇଥିବା ୪ ନିର୍ବାଚନରେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରି ଲଗାତର ପରାସ୍ତ ହୋଇଥିବା ବିକ୍ରମ ପଣ୍ଡା ମଧ୍ୟ ଦଳରୁ ଇସ୍ତଫା ଦେଇ ଗତବର୍ଷ ବିଜେଡିରେ ସାମିଲ ହୋଇଥିଲେ। ଚଳିତ ବର୍ଷର ନିର୍ବାଚନରେ ବିକ୍ରମଙ୍କୁ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କରିଛି ବିଜେଡି। ପୂର୍ବରୁ ସେ ୪ ଥର ହାରି ପୁଣି ୫ମ ଥର ପାଇଁ ମଇଦାନକୁ ଆସିଥିବାରୁ ଫଳାଫଳ ନେଇ ଚିନ୍ତିତ ଥିବା ଲକ୍ଷ୍ୟ କରାଯାଇଛି। ତେବେ ଦଳ ଡ଼ିଆଁଙ୍କ ପ୍ରତି ରେଶମ ନଗରର ସଚେତନ ଭୋଟରମାନେ କିଭଳି ସମର୍ଥନ ଦେଇଥିବେ ସେନେଇ ରାଜନୈତିକ ମହଲ ଚର୍ଚ୍ଚା କରୁଛନ୍ତି।   ସେହିପରି ଚିକିଟି ଆସନର ଭାଜପା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା, ପୋଲସରା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ଗୋକୁଳା ନନ୍ଦ ମଲିକ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ଆସନର ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ ।

ଉଭୟ ଗୋକୁଳ ଓ ମନୋରଞ୍ଜନ ଭାଜପା ପ୍ରାର୍ଥୀ ଭାବେ ଲଢ଼େଇ କରିଛନ୍ତି ।

୨୦୦୯ ନିର୍ବାଚନରେ ସୋରଡ଼ା ଆସନର କଂଗ୍ରେସ ପ୍ରାର୍ଥୀ ନୀଳମଣି ବିଶୋୟୀ ମଧ୍ୟ ଦଳରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇ ଚଳିତ ବର୍ଷର ନିର୍ବାଚନରେ ପଦ୍ମ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଅପରପକ୍ଷରେ ଆସିକା ସେଗମେଣ୍ଟରୁ ୩ ଥର ବିଜେଡି ବିଧାୟକ ହୋଇଥିବା ଦେବରାଜ ମହାନ୍ତି, ଜିଲା ଯୁବ ବିଜେଡିର ପୂର୍ବତନ ସଭାପତି ରଞ୍ଜନ ପଲେଇ ଓ ଛତ୍ରପୁର ଯୁବ ବିଜେଡି ନେତା ପ୍ରଶାନ୍ତ କର ଦଳରୁ ଡ଼ଇଁା ମାରି ଏବେ ଯଥାକ୍ରମେ ଆସିକା, କବିସୂର୍ଯ୍ୟନଗର ଓ ଛତ୍ରପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ତେଣୁ ଦଳ ବଦଳ ପ୍ରାର୍ଥୀଙ୍କୁ ଭୋଟର କେତେଦୂର ସମର୍ଥନ କରିଛନ୍ତି ତାହା ମେ ୨୩ ଫଳାଫଳକୁ ସଚେତନ ମହଲ ଅପେକ୍ଷା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri