Posted inଖେଳ

ଖେଳାଳିଙ୍କ ସହ ଗମ୍ଭୀର ଆଲୋଚନା କରିଥିଲେ ବେଲିସ୍‌

ଲଣ୍ଡନ, ୨୮।୭ (ଏଏଫ୍‌ପି)-ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟ ପରାଜୟରୁ ବର୍ତ୍ତିଯିବା ପରେ ଇଂଲଣ୍ଡ କୋଚ୍‌ ଟ୍ରେଭର ବେଲିସ ଟେଷ୍ଟ ଖେଳାଳିଙ୍କ ସହ ‘ଗମ୍ଭୀର ଆଲୋଚନା’ କରିଥିବା ସ୍ବୀକାର କରିଛନ୍ତି। ୪ ଦିବସୀୟ ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ମାତ୍ର ୮୫ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। କିନ୍ତୁ ଆୟର୍ଲାଣ୍ଡକୁ ୨ୟ ଇନିଂସରେ ମାତ୍ର ୩୮ ରନରେ ଅଲ୍‌ଆଉଟ୍‌ କରିବା ସହ ମ୍ୟାଚ୍‌କୁ ୧୪୩ ରନରେ ଇଂଲଣ୍ଡ ଜିତି ନେଇଥିଲା। ବାମହାତୀ ସ୍ପିନର ତଥା ନାଇଟ୍‌ ଓ୍ବାଚ୍‌ମ୍ୟାନ ଜ୍ୟାକ୍‌ ଲିଚ୍‌ ଏହି ମ୍ୟାଚ୍‌ରେ ମୋଟ୍‌ ୯୨ ରନ ସଂଗ୍ରହ କରିଥିଲେ ମଧ୍ୟ ଐତିହାସିକ ଆଶେସ ସିରିଜର ପ୍ରଥମ ମ୍ୟାଚ୍‌ ଲାଗି ଘୋଷିତ ୧୪ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ।
ରେଡିଓକୁ ଏକ ସାକ୍ଷାତ୍‌କାର ଅବସରରେ ବେଲିସ୍‌ କହିଛନ୍ତି, ‘ଆମେ ଏହି ମ୍ୟାଚ୍‌ ବିଷୟରେ ଗମ୍ଭୀର ଭାବେ ଆଲୋଚନା କରିଥିଲୁ। ଯେତେବେଳେ ଆମେ ମ୍ୟାଚ୍‌ ଜିତିସାରିଛୁ ତେଣୁ ଏହି ବାର୍ତ୍ତା ଦେବାକୁ ସକ୍ଷମ ହୋଇଛୁ। ମୁଁ ଏଠାରେ ଜ୍ୟାକ୍‌ ଲିଚ୍‌ଙ୍କ ଉଦାହରଣ ଦେବାକୁ ଚାହୁଁଛି। ଲିଚ୍‌ କେଉଁଭଳି ଭାବେ ଖେଳିବାକୁ ଚାହୁଁଥିଲେ ସେଥିପ୍ରତି ସେ ପୁରା ଫୋକସ୍‌ କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନମାନେ ତାଙ୍କଠାରୁ ଏହା ଶିଖିବା ଦରକାର’। ଅଗଷ୍ଟ ୧ରୁ ଏଜ୍‌ବାଷ୍ଟନଠାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ। ଏଥିଲାଗି ସୋମବାରଠାରୁ ଇଂଲଣ୍ଡ ଦଳର ଟ୍ରେନିଂସ ସେସନ ଆରମ୍ଭ ହେବ। ଯେଉଁଠାରେ ଜୋଫ୍ରା ଆର୍ଚରଙ୍କ ଫିଟ୍‌ନେଶ ଉପରେ ଆଲୋଚନା ହେବ ବୋଲି ବେଲିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri