ଖାଦ୍ୟ ତାଲିକା ଜାରିକଲେ ଗଞ୍ଜାମ ଜିଲାପାଳ: କ୍ୱାରାଣ୍ଟାଇନ କେନ୍ଦ୍ରରେ ସପ୍ତାହରେ ୪ଦିନ ମିଳିବ ଆମିଷ, ଶିଶୁଙ୍କୁ ହର୍‌ଲିକ୍ସ, କ୍ଷୀର

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ୨ଟି କ୍ୱାରାଣ୍ଟାଇନ ସେଣ୍ଟରରେ କିଛି ଦିନ ତଳେ ଖାଦ୍ୟ ଅଭାବ ନେଇ ଗଣ୍ଡଗୋଳ କରି ସୁରଟ ଫେରନ୍ତାମାନେ ସେଠାରୁ ଚମ୍ପଟ ମାରିଥିଲେ। ଏଥିସହ ଗଞ୍ଜାମର ଅନ୍ୟ ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଖାଦ୍ୟକୁ ନେଇ ସୁରଟ ଫେରନ୍ତାମାନେ ପାଟିତୁଣ୍ଡ କରିବା ସହ ଖାଦ୍ୟ ଫିଙ୍ଗି ଦେଇଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହାପରେ ପ୍ରଶାସନ ସଜାଗ ହୋଇପଡ଼ିଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କ୍ୱାରାଣ୍ଟାଇନ ସେଣ୍ଟରରେ ଲୋକଙ୍କ ପାଇଁ ଏକ ଖାଦ୍ୟ ତାଲିକାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜରିଆରେ ଜାରି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସପ୍ତାହରେ ୩ ଦିନ ଅଣ୍ଡା ତରକାରୀ ଓ ଗୋଟିଏ ଦିନ ମାଛ କିମ୍ବା ଚିକେନ ତରକାରୀ କେନ୍ଦ୍ରରେ ଥିବା ଲୋକଙ୍କୁ ମଧ୍ୟାହ୍ନ ଭୋଜନରେ ପରସା ଯିବ। ନିରାମିଷରେ ଛତୁ କିମ୍ବା ପନିର ତରକାରୀ ମିଳିବ। ସେହିପରି ସକାଳ ଜଳଖିଆରେ ମଟର ତରକାରୀ ସହ ପୁରୀ, ଇଡ଼ଲି, ମସଲା ଉପମା, ଚୁଡା ଉପମା (ଏଥିରୁ ଗୋଟିଏ) ଏବଂ ସନ୍ଧ୍ୟା ଜଳଖିଆରେ ଚା’ ସହ ମିକ୍ସଚର, ମୁଡି, ବିସ୍କୁଟ (ଏଥିରୁ ଗୋଟିଏ) ଦିଆଯିବ। ଆହୁରି ଜଣାଯାଇଛି ଯେ, ୬ ବର୍ଷର ଶିଶୁଙ୍କୁ ହର୍‌ଲିକ୍ସ ଓ କ୍ଷୀର ଦିଆଯିବ। ଏହି ତାଲିକାକୁ କାର୍ଯ୍ୟକାରୀ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଷ୍ଟାର୍ଟଅପ୍‌ ପୁରସ୍କୃତ

ଭୁବନେଶ୍ୱର, ୪।୫ (ବନ୍ଦନା ସେଠୀ): ଆମେରିକାର ବୋଷ୍ଟନ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଷ୍ଟାର୍ଟଅପ୍‌ ପ୍ରଦର୍ଶନ ପ୍ରତିଯୋଗିତା ଓ ତତ୍‌ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା...

ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ...

କାର୍‌ରୁ ୨୬ ଲକ୍ଷ ଜବତ

ବଡ଼ବିଲ/ନୂଆପଡ଼ା,୪ା୫ (ଦେବପ୍ରିୟ ରଣା/ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର...

ଆଜି ଆସୁଛନ୍ତି ଜୟଶଙ୍କର, ୫ରେ ଆସିବେ ନଡ୍ଡା

ଭୁବନେଶ୍ୱର, ୪ା୫(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଶକ୍ତି ବୃଦ୍ଧି ନିମନ୍ତେ ଭାଜପା କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri