‘ଖବରକାଗଜ ବିତରକଙ୍କୁ ବୀମାଭୁକ୍ତ କରାଯାଉ’

ପୁରୀ ଅଫିସ,୭ା୫ : ଲକ୍‌ଡାଉନ ପରିପ୍ରେକ୍ଷୀରେ କୌଣସି ସରକାରୀ ସହଯୋଗ ପାଇ ନ ଥିବାରୁ ପୁରୀ ଖବରକାଗଜ ବିତରକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ବିତରକମାନେ ଜଣାଇଛନ୍ତି ଯେ, କରୋନା ଯୋଗୁ ଖବରକାଗଜ ବିତରଣରେ ସମସ୍ୟା ହେବାରୁ ସେମାନେ ବିତରଣ ବନ୍ଦ କରିଦେଇଥିଲେ। ସରକାରଙ୍କ ନିୟମ ମାନି ଘରେ ରହିଥିଲେ। ତେଣୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାର କିମ୍ବା କୌଣସି ଅନୁଷ୍ଠାନ ଦୃଷ୍ଟି ଦେବା ପାଇଁ ବିତରକମାନେ ନିବେଦନ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ଭଳି ସେମାନେ ମଧ୍ୟ ଖରା, ବର୍ଷା, ଶୀତ କାକରରେ ଘର ଘର ବୁଲି ଖବରକାଗଜ ବିତରଣ କରିଥାନ୍ତି । ଏହି ସମୟରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ସେମାନଙ୍କ ପରିବାରକୁ ସର୍ବସ୍ବାନ୍ତ ହେବାକୁ ପଡ଼ିିଥାଏ। ଏଭଳି ନଜିର ପୂର୍ବରୁ ରହିଛି। ସରକାର ଏ ଦିଗରେ ଦୃଷ୍ଟି ଦେବା ସହ ସେମାନଙ୍କୁ ବୀମାଭୁକ୍ତ କରିବା ପାଇଁ ଶାନ୍ତନୁ କୁମାର ସାହୁ, ଦିଲୀପ କୁମାର ମହାନ୍ତି, ବେଣୁଧର ସାହୁ, ବିଜୟ କୁମାର ସାହୁ, ବସନ୍ତ ପ୍ରଧାନ, ଚିତ୍ତରଞ୍ଜନ ସାହୁ, ଚନ୍ଦନ ମହାନ୍ତି ପ୍ରମୁଖ ବିତରକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ନର୍ଲା ବିଧାୟିକା: ୩୦୦ ପରିବାରଙ୍କୁ ଦେଲେ…

କେସିଙ୍ଗା, ୩୧।୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବେଲଖଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ପାକିସ୍ତାନରେ ମାତିଲେ ‘କକ୍ରୋଚ ପାର୍ଟି’, ଗୃହମନ୍ତ୍ରୀଙ୍କୁ ଘାରିଲା ବିଦ୍ରୋହର ଭୟ, କହିଲେ…

ଇସଲାମାବାଦ,୩୧।୭: ଭାରତରେ ହୋଇଥିବା CJP ପ୍ରତିବାଦ ପରେ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ‘କକ୍ରୋଚ ପାର୍ଟି’ ଗଠନ କରାଯାଇଛି। ଏହାକୁ ନିକଟରେ ଲଞ୍ଚ କରାଯାଇଛି। ଏହାର ଇନଷ୍ଟାଗ୍ରାମ ପେଜ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri