କ୍ୟାମେରାକୁ ସାବଧାନ

ବର୍ତ୍ତମାନ ଚୋରି, ଡକାୟତି ଭଳି ଅପରାଧ ବଢୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା, ଦୋକାନ, ବଜାର, ଛୋଟ ବଡ଼ କାର୍ଯ୍ୟାନୁଷ୍ଠାନ ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଉଛି। ହେଲେ କେବେ କେବେ ଏହାର ଅପବ୍ୟବହାର କରି କେତେଜଣ ଅନ୍ୟମାନଙ୍କୁ ବିଶେଷ କରି ଯୁବତୀମାନଙ୍କୁ କ୍ଷତି ପହଞ୍ଚାଉଥିବାର ବି ନଜିର ରହିଛି। କିପରି ଏଥିରୁ ନିଜକୁ ଦୂରେଇ ରଖିପାରିବେ ଜାଣିରଖନ୍ତୁ…
କ୍ୟାମେରା କେଉଁ ସ୍ଥାନରେ ରହିଛି ତାହା ଜାଣିବା କଷ୍ଟ। ତେଣୁ ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ପ୍ରଥମେ ନିଜର ସୁରକ୍ଷା ପ୍ରତି ସଜାଗ ରୁହନ୍ତୁ। ହୋଟେଲ୍‌ କିମ୍ବା ଲଜ୍‌ରେ ବାଥ୍‌ରୁମ୍‌ ଏବଂ ଟ୍ରାଏଲ୍‌ ରୁମ୍‌ର ହ୍ୟାଣ୍ଡେଲ୍‌ରେ ମଧ୍ୟ ହିଡେନ୍‌ କ୍ୟାମେରା ଲଗାଯାଇଥାଏ। ତେଣୁ ପୋଷାକ ବଦଳାଇବା ପୂର୍ବରୁ ପ୍ରଥମେ ସେଠାରେ ଲାଗିଥିବା ହ୍ୟାଣ୍ଡେଲ୍‌କୁ ଭଲ ଭାବେ ଚେକ୍‌ କରିନିଅନ୍ତୁ।
ଆଦି ସ୍ଥାନରେ ଯଦି ଡ୍ରେସ୍‌ କିଣୁଛନ୍ତି, ତେବେ ଟ୍ରାଏଲ୍‌ ରୁମ୍‌କୁ ଯିବା ବେଳେ ସତର୍କ ରହିବେ। କାରଣ ଏସବୁ ସ୍ଥାନରେ ହିଡେନ୍‌ କ୍ୟାମେରା ଲାଗିଥିବାର ଆଶଙ୍କା ବେଶି।
ଟ୍ରାଏଲ୍‌ ରୁମ୍‌ର ଦର୍ପଣ ପଛପଟେ ମଧ୍ୟ କ୍ୟାମେରା ଲଗାଇ ଯୁବତୀମାନଙ୍କ ନଗ୍ନ ଫଟୋ ଏବଂ ଭିଡିଓ ରେକର୍ଡ କରାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ବ୍ୟବହାର କରି ବ୍ଲାକ୍‌ମେଲ୍‌ କରିବା ସହ ଅନ୍ୟାନ୍ୟ ଅପରାଧ ଘଟାଉଥିବାର ନଜିର ରହିଛି।
ଏଭଳି କୌଣସି ସ୍ଥାନରେ ଆପଣଙ୍କୁ ହିଡେନ୍‌ କ୍ୟାମେରା ଥିବା ଭଳି ମନେହୁଏ, ତେବେ ଜାଣିବା ଲାଗି କେତୋଟି ଉପାୟ ଆପଣାନ୍ତୁ। ଦର୍ପଣରେ କ୍ୟାମେରା ଲାଗିଥିବା ସନ୍ଦେହ କରୁଥିଲେ ଏହା ଉପରେ ଆଙ୍ଗୁଠି ରଖନ୍ତୁ। ଯଦି ଦର୍ପଣ ଏବଂ ଆଙ୍ଗୁଠି ମଧ୍ୟରେ ଫାଙ୍କା ବା ଗ୍ୟାପ୍‌ ଦେଖାଦେବ, ତେବେ କ୍ୟାମେରା ଲାଗି ନାହିଁ।
ସେହିପରି ବେଡ୍‌ରୁମ୍‌ ଏବଂ ବାଥ୍‌ରୁମ୍‌ ଆଦି ସ୍ଥାନରେ ହିଡେନ୍‌ କ୍ୟାମେରା ଥିବା ସନ୍ଦେହ ହେଲେ ମୋବାଇଲ୍‌ର ନେଟ୍‌ୱର୍କ ଚେକ୍‌ କରନ୍ତୁ। ଯଦି ଉକ୍ତ ରୁମ୍‌ରେ ପଶିବା ମାତ୍ରେ ହଠାତ୍‌ ନେଟୱର୍କ ସମ୍ପୂର୍ଣ୍ଣ ଭାବେ ଚାଲିଯାଏ, ତେବେ ସେଠାରେ କ୍ୟାମେରା ରହିଥିବାର ଯଥେଷ୍ଟ ସମ୍ଭାବନା ରହିଛି।
କ୍ୟାମେରା ଆକ୍ଟିଭ୍‌ ହେବା କ୍ଷଣି ସେଥିରୁ ଏକ ବିପ୍‌ ସାଉଣ୍ଡ୍‌ ଆସିଥାଏ। ତେଣୁ ଯଦି କେବେ କୌଣସି ରୁମ୍‌ ମଧ୍ୟକୁ ପଶିବା ମାତ୍ରେ ଏଭଳି କିଛି ଶବ୍ଦ ଶୁଣୁଛନ୍ତି ତେବେ ପୋଷାକ ବଦଳାଇବା କିମ୍ବା ନିଜର କୌଣସି ବ୍ୟକ୍ତିଗତ କାର୍ଯ୍ୟ କରିବା ପୂର୍ବରୁ ତୁରନ୍ତ ରୁମ୍‌ ଭିତର ଭଲ ଭାବେ ଚେକ୍‌ କରନ୍ତୁ।
ବ୍ୟତୀତ କେତେକ ହିଡେନ୍‌ କ୍ୟାମେରାରେ ଥିବା ଲାଇଟ୍‌ ସିଷ୍ଟମରୁ ମଧ୍ୟ ଏହା ସମ୍ପର୍କରେ ଜାଣିବା ସହଜ ହୋଇଥାଏ। କାରଣ ଏଭଳି କ୍ୟାମେରା ଅନ୍‌ ହେବା କ୍ଷଣି ସେଥିରେ ଲାଗିଥିବା ଗ୍ରୀନ୍‌ କିମ୍ବା ରେଡ୍‌ ଲାଇଟ୍‌ ମଧ୍ୟ ଅନ୍‌ ହୋଇଯାଇଥାଏ, ଯାହାର ଝାପ୍‌ସା ଲାଇଟ୍‌ ରୁମ୍‌ ଅନ୍ଧାର କରିବା ପରେ ଜଣା ପଡିଥାଏ।
ଚାହିଁଲେ ପାଖରେ ହିଡେନ୍‌ କ୍ୟାମେରା ଡିଟେକ୍ଟର ମଧ୍ୟ ରଖିପାରିବେ।
କୌଣସି ସ୍ଥାନରେ ଏଭଳି ହିଡେନ୍‌ କ୍ୟାମେରା ମିଳିଲେ ତୁରନ୍ତ ଏ ନେଇ ଅଭିଯୋଗ କରିବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri