କ୍ୟାମେରାକୁ ସାବଧାନ

ବର୍ତ୍ତମାନ ଚୋରି, ଡକାୟତି ଭଳି ଅପରାଧ ବଢୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା, ଦୋକାନ, ବଜାର, ଛୋଟ ବଡ଼ କାର୍ଯ୍ୟାନୁଷ୍ଠାନ ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଉଛି। ହେଲେ କେବେ କେବେ ଏହାର ଅପବ୍ୟବହାର କରି କେତେଜଣ ଅନ୍ୟମାନଙ୍କୁ ବିଶେଷ କରି ଯୁବତୀମାନଙ୍କୁ କ୍ଷତି ପହଞ୍ଚାଉଥିବାର ବି ନଜିର ରହିଛି। କିପରି ଏଥିରୁ ନିଜକୁ ଦୂରେଇ ରଖିପାରିବେ ଜାଣିରଖନ୍ତୁ…
କ୍ୟାମେରା କେଉଁ ସ୍ଥାନରେ ରହିଛି ତାହା ଜାଣିବା କଷ୍ଟ। ତେଣୁ ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ପ୍ରଥମେ ନିଜର ସୁରକ୍ଷା ପ୍ରତି ସଜାଗ ରୁହନ୍ତୁ। ହୋଟେଲ୍‌ କିମ୍ବା ଲଜ୍‌ରେ ବାଥ୍‌ରୁମ୍‌ ଏବଂ ଟ୍ରାଏଲ୍‌ ରୁମ୍‌ର ହ୍ୟାଣ୍ଡେଲ୍‌ରେ ମଧ୍ୟ ହିଡେନ୍‌ କ୍ୟାମେରା ଲଗାଯାଇଥାଏ। ତେଣୁ ପୋଷାକ ବଦଳାଇବା ପୂର୍ବରୁ ପ୍ରଥମେ ସେଠାରେ ଲାଗିଥିବା ହ୍ୟାଣ୍ଡେଲ୍‌କୁ ଭଲ ଭାବେ ଚେକ୍‌ କରିନିଅନ୍ତୁ।
ଆଦି ସ୍ଥାନରେ ଯଦି ଡ୍ରେସ୍‌ କିଣୁଛନ୍ତି, ତେବେ ଟ୍ରାଏଲ୍‌ ରୁମ୍‌କୁ ଯିବା ବେଳେ ସତର୍କ ରହିବେ। କାରଣ ଏସବୁ ସ୍ଥାନରେ ହିଡେନ୍‌ କ୍ୟାମେରା ଲାଗିଥିବାର ଆଶଙ୍କା ବେଶି।
ଟ୍ରାଏଲ୍‌ ରୁମ୍‌ର ଦର୍ପଣ ପଛପଟେ ମଧ୍ୟ କ୍ୟାମେରା ଲଗାଇ ଯୁବତୀମାନଙ୍କ ନଗ୍ନ ଫଟୋ ଏବଂ ଭିଡିଓ ରେକର୍ଡ କରାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ବ୍ୟବହାର କରି ବ୍ଲାକ୍‌ମେଲ୍‌ କରିବା ସହ ଅନ୍ୟାନ୍ୟ ଅପରାଧ ଘଟାଉଥିବାର ନଜିର ରହିଛି।
ଏଭଳି କୌଣସି ସ୍ଥାନରେ ଆପଣଙ୍କୁ ହିଡେନ୍‌ କ୍ୟାମେରା ଥିବା ଭଳି ମନେହୁଏ, ତେବେ ଜାଣିବା ଲାଗି କେତୋଟି ଉପାୟ ଆପଣାନ୍ତୁ। ଦର୍ପଣରେ କ୍ୟାମେରା ଲାଗିଥିବା ସନ୍ଦେହ କରୁଥିଲେ ଏହା ଉପରେ ଆଙ୍ଗୁଠି ରଖନ୍ତୁ। ଯଦି ଦର୍ପଣ ଏବଂ ଆଙ୍ଗୁଠି ମଧ୍ୟରେ ଫାଙ୍କା ବା ଗ୍ୟାପ୍‌ ଦେଖାଦେବ, ତେବେ କ୍ୟାମେରା ଲାଗି ନାହିଁ।
ସେହିପରି ବେଡ୍‌ରୁମ୍‌ ଏବଂ ବାଥ୍‌ରୁମ୍‌ ଆଦି ସ୍ଥାନରେ ହିଡେନ୍‌ କ୍ୟାମେରା ଥିବା ସନ୍ଦେହ ହେଲେ ମୋବାଇଲ୍‌ର ନେଟ୍‌ୱର୍କ ଚେକ୍‌ କରନ୍ତୁ। ଯଦି ଉକ୍ତ ରୁମ୍‌ରେ ପଶିବା ମାତ୍ରେ ହଠାତ୍‌ ନେଟୱର୍କ ସମ୍ପୂର୍ଣ୍ଣ ଭାବେ ଚାଲିଯାଏ, ତେବେ ସେଠାରେ କ୍ୟାମେରା ରହିଥିବାର ଯଥେଷ୍ଟ ସମ୍ଭାବନା ରହିଛି।
କ୍ୟାମେରା ଆକ୍ଟିଭ୍‌ ହେବା କ୍ଷଣି ସେଥିରୁ ଏକ ବିପ୍‌ ସାଉଣ୍ଡ୍‌ ଆସିଥାଏ। ତେଣୁ ଯଦି କେବେ କୌଣସି ରୁମ୍‌ ମଧ୍ୟକୁ ପଶିବା ମାତ୍ରେ ଏଭଳି କିଛି ଶବ୍ଦ ଶୁଣୁଛନ୍ତି ତେବେ ପୋଷାକ ବଦଳାଇବା କିମ୍ବା ନିଜର କୌଣସି ବ୍ୟକ୍ତିଗତ କାର୍ଯ୍ୟ କରିବା ପୂର୍ବରୁ ତୁରନ୍ତ ରୁମ୍‌ ଭିତର ଭଲ ଭାବେ ଚେକ୍‌ କରନ୍ତୁ।
ବ୍ୟତୀତ କେତେକ ହିଡେନ୍‌ କ୍ୟାମେରାରେ ଥିବା ଲାଇଟ୍‌ ସିଷ୍ଟମରୁ ମଧ୍ୟ ଏହା ସମ୍ପର୍କରେ ଜାଣିବା ସହଜ ହୋଇଥାଏ। କାରଣ ଏଭଳି କ୍ୟାମେରା ଅନ୍‌ ହେବା କ୍ଷଣି ସେଥିରେ ଲାଗିଥିବା ଗ୍ରୀନ୍‌ କିମ୍ବା ରେଡ୍‌ ଲାଇଟ୍‌ ମଧ୍ୟ ଅନ୍‌ ହୋଇଯାଇଥାଏ, ଯାହାର ଝାପ୍‌ସା ଲାଇଟ୍‌ ରୁମ୍‌ ଅନ୍ଧାର କରିବା ପରେ ଜଣା ପଡିଥାଏ।
ଚାହିଁଲେ ପାଖରେ ହିଡେନ୍‌ କ୍ୟାମେରା ଡିଟେକ୍ଟର ମଧ୍ୟ ରଖିପାରିବେ।
କୌଣସି ସ୍ଥାନରେ ଏଭଳି ହିଡେନ୍‌ କ୍ୟାମେରା ମିଳିଲେ ତୁରନ୍ତ ଏ ନେଇ ଅଭିଯୋଗ କରିବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ...

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର...

କୋଟିପତି କଳ୍ପନା, ସ୍ବାମୀଙ୍କ ଅପେକ୍ଷା ରହିଛି ୪ ଗୁଣା ଅଧିକ ସମ୍ପତ୍ତି

ରାଞ୍ଚି,୩୦।୪: ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ...

ପ୍ରିୟଙ୍କା ରାୟବରେଲିରୁ, ରାହୁଲ ଆମେଠିରୁ ଲଢିବେ ନାହିଁ ନିର୍ବାଚନ, ରହିଛି ଏହି କାରଣ

ନୂଆଦିଲ୍ଲୀ,୩୦।୪: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଠୀ ଏବଂ ରାୟବରେଲି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri