Posted inଗଜପତି

କ୍ୟାନ୍‌ସର ପୀଡ଼ିତଙ୍କ କ୍ୱାରାଣ୍ଟାଇନରେ ମୃତ୍ୟୁ

କାଶୀନଗର,୨୧ା୫(ଡି.ଏନ୍‌.ଏ.)-ଗଜପତି ଜିଲା କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ହରିପୁର ଗ୍ରାମର ଅଲଡ଼ାଠାରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ କାଟ୍ଟି କ୍ରିଷ୍ଣା(୫୪)। କାଟ୍ଟିଙ୍କ ରେକଟାଲ କ୍ୟାନ୍‌ସର ଥିଲା। କ୍ୱାରାଣ୍ଟାଇନରେ ପହଞ୍ଚତ୍ବା ପୂର୍ବରୁ ସେ ୪ ମାସ ଧରି କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିକିତ୍ସିତ ହୋଇଥିଲେ। ସେଠାରୁ ୧୯ ତାରିଖରେ ଡିସ୍‌ଚାର୍ଜ ହେବା ପରେ ଆମ୍ବୁଲାନ୍ସ ଯୋଗେ ସେ କାଶୀନଗର ଆସୁଥିବା ବେଳେ ହଡୁଭାଙ୍ଗି ନାକାଗେଟ୍‌ଠାରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ସେତେବେଳେ ତାଙ୍କୁ ନେଇ ବିଏଲ୍‌ପୁରସ୍ଥିତ ମଲ୍‌ଟି ପରପୋଜ୍‌ ସାଇକ୍ଲୋନ କେନ୍ଦ୍ରରେ ରଖିବାକୁ ନିଆଯାଇଥିଲା। ମାତ୍ର ଗ୍ରାମବାସୀଙ୍କ ବିରୋଧ ଯୋଗୁ ଅଲଡ଼ାସ୍ଥିତ କ୍ୱାରାଣ୍ଟାଇନକୁ ନେଇ ରଖାଯାଇଥିଲା। ଗୁରୁବାର ସେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଉପଜିଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି। କାଟ୍ଟିଙ୍କ ୨ ପୁଅ ଓ ସ୍ତ୍ରୀ ଅଛନ୍ତି। କ୍ୱାରାଣ୍ଟାଇନରେ ମୃତ୍ୟୁ ହୋଇଥିବାରୁ ପୋଲିସ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହ ସତ୍କାର କରାଯାଇଛି। ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ତହସିଲଦାର ଶାନ୍ତିସ୍ବରୂପ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri