କ୍ଷୁଦ୍ର ମାନସିକତା ଦେଶ ବିରୋଧୀ

ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୦ ଫଳାଫଳ ୧୧ ଫେବୃୟାରୀରେ ପ୍ରକାଶ ପାଇଛି। ଏଥିରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୬୨ ଆସନ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟି (ଭାଜପା) ମାତ୍ର ୮ ସିଟ୍‌ ଅକ୍ତିଆର କରିଛି। ଅନ୍ୟତମ ଜାତୀୟ ଦଳ କଂଗ୍ରେସ ଖାତାରେ ଗୋଟିଏ ମଧ୍ୟ ଆସନ ପଡ଼ିିପାରିନାହିଁ। ଏଠି ମନେପକାଇ ଦିଆଯାଇପାରେ ଯେ, ମେ’ ୨୦୧୯ରେ ଲୋକ ସଭା ନିର୍ବାଚନ ହୋଇଥିଲା। ସେହି ନିର୍ବାଚନରେ ଦିଲ୍ଲୀର ମୋଟ ୭ ଆସନରୁ ଭାଜପା ସବୁତକ ଜିତିଥିଲା। ୯ ମାସ ନ ପୂରୁଣୁ ଦିଲ୍ଲୀ ଭୋଟରଙ୍କ ମନ ପରିବର୍ତ୍ତନ ହୋଇଗଲା ଭଳି ଧାରଣା ସୃଷ୍ଟିହେବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ, ଦେଶର ପ୍ରତ୍ୟେକ ପ୍ରାନ୍ତରୁ ଯାଇ ଅନେକ ଶିକ୍ଷିତ ଓ ଅଶିକ୍ଷିତ ଲୋକ ଦିଲ୍ଲୀରେ ବସବାସ କରନ୍ତି। ସେଭଳି ପରିସ୍ଥିତିରେ ଦିଲ୍ଲୀକୁ ଏକ କ୍ଷୁଦ୍ର ଭାରତ ବୋଲି କହିହେବ। ସେହି ସହରର ଜନମତ ଆଜିର ଭାରତବର୍ଷକୁ ଏକ ନୂଆ ସଙ୍କେତ ଦେଇଛି। ଜାମିଆ ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଶାହିନ୍‌ବାଗ ପର୍ଯ୍ୟନ୍ତ ସବୁକିଛି ଦିଲ୍ଲୀରେ ଘଟିଲା। ଅନେକ ବିଦ୍ୱାନ୍‌ ଭାବିଥିଲେ ଯେ, ଶାହିନ୍‌ବାଗର ପ୍ରତିବାଦ ମୁସଲମାନଙ୍କ ଦ୍ୱାରା ହେଉଥିବାରୁ ତାହାର ପ୍ରଭାବ ହିନ୍ଦୁ ଭୋଟରଙ୍କ ଉପରେ ପଡ଼ିବ। ଦିଲ୍ଲୀ ଭୋଟର ଶାହିନ୍‌ବାଗକୁ ଭୁଲିଯିବାର ଆଶଙ୍କା ଦେଖି ଦୁଇଥର ସେଠାରେ ଗୁଳି ଫୁଟାଇବାର ନାଟକ ମଧ୍ୟ ରଚାଯାଇଥିଲା। ଗଣମାଧ୍ୟମରେ ଆଲୋଚନା ଆରମ୍ଭ କରାଗଲା ଯେ, ଭାଜପାକୁ ସମର୍ଥନ କରୁ ନ ଥିବା ହିନ୍ଦୁ ମଧ୍ୟ ଏହି ପ୍ରତିବାଦ ଦ୍ୱାରା ବିଚଳିତ ହୋଇଛନ୍ତି। ସେଥିପାଇଁ ହିନ୍ଦୁ ଭୋଟରଙ୍କ ସମର୍ଥନ ସମ୍ପୂର୍ଣ୍ଣ ଭାବେ ଭାଜପା ପଛରେ ରହିବ। ନିରପେକ୍ଷ ପର୍ଯ୍ୟବେକ୍ଷକ ମଧ୍ୟ ଏହି ଯୁକ୍ତିକୁ ବିଶ୍ୱାସ କରିବାକୁ ଆରମ୍ଭ କରିଥିଲେ। କିନ୍ତୁ ଫଳାଫଳ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଦେଶବ୍ୟାପୀ ପୁନର୍ବିଚାର ଆରମ୍ଭ ହୋଇଯାଇଛି।
ଦିଲ୍ଲୀ ନିର୍ବାଚନ ଫଳାଫଳ ଯୋଗୁ ଏହା ଭାବିବା କଥା ନୁହେଁ ଯେ, ଭାଜପାର ପତନ ଘଟିଲା। ସେହି ନିର୍ବାଚନରେ ସିଧାସଳଖ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତି ଓ ଫଟୋ ବ୍ୟବହାର କରାଯିବା ସତ୍ତ୍ୱେ ଭାଜପାର ଶକ୍ତି ବୃଦ୍ଧି ଘଟିଲା ନାହିଁ। ଅମିତ ଶାହା, ଯାହାଙ୍କୁ ଅଳ୍ପ କିଛିବର୍ଷ ପୂର୍ବେ ଚାଣକ୍ୟ ଆଖ୍ୟା ଦିଆଯାଇଥିଲା ଓ ପ୍ରକାଶ ଜାଭଡେକର ଉଭୟେ ଏହି ଛୋଟିଆ ଭୌଗୋଳିକ ଅଞ୍ଚଳର ଦାୟିତ୍ୱ ବହନ କରି ସବୁ ଗୋଟିଚାଳନା କରିଦେଇଥିଲେ। ଏପରିକି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ପୁତ୍ର ପରଭେଶ ବର୍ମା ପ୍ରତିବାଦକାରୀଙ୍କୁ ଦେଶଦ୍ରୋହୀ କହି ଗୁଳି ମାରିବାର ଡାକରା ଦେଇଥିଲେ। ଭାଜପାର ଷ୍ଟାର୍‌ କ୍ୟାମ୍ପେନର ଭାବେ ଏହି ଦୁହିଁଙ୍କ ନାମ ବିଧିବଦ୍ଧ ନିର୍ବାଚନ କମିଶନରଙ୍କ ଓ୍ବେବ୍‌ସାଇଟରେ ସ୍ଥାନ ପାଇଥିଲା। ଅବଶ୍ୟ ଏହି ଦୁଇ କନିଷ୍ଠ ନେତା ସର୍ବୋଚ୍ଚଙ୍କଠାରୁ ସବୁଜ ସଙ୍କେତ ନ ପାଇ ଏତେବଡ଼ ମାରାତ୍ମକ ମତ ଦେବାକୁ ଆସ୍ପର୍ଦ୍ଧା କରି ନ ଥାଆନ୍ତେ। ଏହି ଛୋଟିଆ ଉଦାହରଣରୁ ବୁଝାପଡୁଛି ଭାଜପା ଦିଲ୍ଲୀ ଜିତିବା ପାଇଁ କୌଣସି ପ୍ରଚେଷ୍ଟା କରିବାରେ ପଛାଇ ନାହିଁ। ଶୁଣିବାକୁ ମିଳୁଛି ଯେ, ଭାଜପା ପକ୍ଷରୁ କେବଳ ବସ୍ତିବାସିନ୍ଦା ନୁହେଁ, ଆପାର୍ଟମେଣ୍ଟ ଓ ଘର ମାଲିକଙ୍କୁ ମଧ୍ୟ ଲଫାପାରେ ଟଙ୍କା ଉପହାର ଦିଆଯାଇଥିଲା। ଭାଜପା ପାଇଁ ଏଭଳି ପଦକ୍ଷେପ ଆଶ୍ଚର୍ଯ୍ୟଜନକ ନୁହେଁ। ସରକାରୀ ସ୍ତରରେ ନିର୍ବାଚନ ପୂର୍ବରୁ ସବୁ ବେଆଇନ ବସ୍ତିକୁ ଆଇନ ପରିସରଭୁକ୍ତ କରାଇ ଦିଲ୍ଲୀକୁ ଏକ ଅସୁନ୍ଦର ସହରରେ ପରିଣତ କରାଇବା ଦିଗରେ ଭାଜପାର ଅବଦାନ ସବୁବେଳେ ଦିଲ୍ଲୀ ବାସିନ୍ଦାଙ୍କ ମନେରହିବ। ଅନେକ ପ୍ରକାରର ପ୍ରଲୋଭନ ସତ୍ତ୍ୱେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସି ଦିଲ୍ଲୀରେ ବାସ କରୁଥିବା ନାଗରିକ ଏହି ନିର୍ବାଚନରେ ଭାଗ ନେଇ ଦେଶର ଚିନ୍ତାଧାରାକୁ ବ୍ୟକ୍ତ କରିଛନ୍ତି। ଦିଲ୍ଲୀ ଭାଜପାର ସଭାପତି ମନୋଜ ତିଓ୍ବାରୀଙ୍କ କହିବା ଅନୁଯାୟୀ, ତାଙ୍କ ଦଳ ଜନାଦେଶକୁ ସମ୍ମାନ ଦେଉଛି। ତେବେ ମନୋଜ ତିଓ୍ବାରୀଙ୍କ ନେତା ଅମିତ ଶାହା ନିର୍ବାଚନ ପୂର୍ବରୁ କହୁଥିଲେ ଯେ, ଦିଲ୍ଲୀର ଭୋଟର ଇଭିଏମ୍‌ର ବଟନ୍‌ ଏଭଳି ଦାବିବେ ତାହାର କରେଣ୍ଟ ଶାହିନ୍‌ବାଗରେ ଲାଗିବ। ହେଲେ ମନୋଜ ତିଓ୍ବାରୀଙ୍କ ମନ୍ତବ୍ୟ ପ୍ରମାଣ କରୁଛି ଶାହାଙ୍କ ଦୃଢ଼ୋକ୍ତି ଭିନ୍ନ ଆଡ଼େ ପଳାଇଲା।
ଦିଲ୍ଲୀ ଓ ତା’ ପୂର୍ବରୁ ଝାଡ଼ଖଣ୍ଡ ଭଳି ରାଜ୍ୟ ନିର୍ବାଚନ ଫଳାଫଳ କେତୋଟି କଥା ପ୍ରମାଣିତ କରୁଛି। ପ୍ରଥମେ, ଗଣତନ୍ତ୍ରରେ କେହି ଚିରସ୍ଥାୟୀ ନୁହନ୍ତି। ଦ୍ୱିତୀୟରେ, ସାମାଜିକ ପରିବର୍ତ୍ତନ ଆଣିବା ପାଇଁ କୌଣସି ଧାର୍ମିକ ଚିନ୍ତାଧାରାର ପ୍ରୟୋଜନ ନାହିଁ। ତୃତୀୟରେ, ଅର୍ଥନୈତିକ ପରିବର୍ତ୍ତନ କରିପାରିଲେ ଦେଶର ଉନ୍ନତି ଘଟିବ। ସେହି ଅର୍ଥନୀତିଠାରୁ ଦୃଷ୍ଟି ହଟେଇବା ପାଇଁ ଯେତେ ଡ୍ରାମା କଲେ ବି ଚାଖଣ୍ଡେ ପେଟର ତାତି ସବୁ ମଠ, ମନ୍ଦିର, ମସ୍‌ଜିଦ, ଗିର୍ଜା ଓ ଗୁରୁଦ୍ୱାରାଠାରୁ ଅଧିକ ଶକ୍ତିଶାଳୀ। ଭାରତର ଅଗ୍ରଗତି କୌଣସି ରାଜନୈତିକ ଦଳ ବା ନେତା କରାଇ ନ ଥିଲେ। ଆଜିର ପୃଥିବୀକୁ ଦେଖିଲେ ଚାଇନା ଓ ଆମେରିକା ସମେତ ସବୁ ଦେଶ ଆଣ୍ଠେଇଛନ୍ତି। ଏହି ସମୟରେ ଭାରତର ସୁବର୍ଣ୍ଣ ଯୁଗ ଫିଟିପାରିଥାଆନ୍ତା। ତାହାକୁ ଜନସାଧାରଣ କରାଇବାକୁ ଆଗେଇ ଆସିଥିଲେ। ସେହି ସମୟରେ ଦୁର୍ନୀତିଗ୍ରସ୍ତ କଂଗ୍ରେସକୁ ଡଷ୍ଟବିନ୍‌ରେ ପକାଇ ଭାଜପାକୁ କୋଳାଇ ନେଇଥିଲେ। ଦେଶବାସୀ ଚାହୁଁଥିଲେ ପ୍ରଗତି ପଥରେ ଅବରୋଧ ସୃଷ୍ଟି କରିବା ପରିବର୍ତ୍ତେ ଭାଜପା ସହଯୋଗୀ ପାଲଟିବ। କିନ୍ତୁ ଭାରତୀୟଙ୍କ ଏହି ଇଚ୍ଛାକୁ ବୁଝିବାରେ ଅସମର୍ଥ ରାଜନେତା ନିଜର କାର୍ଯ୍ୟସୂଚୀ ଏବଂ ଅହଂଭାବକୁ ଗୁରୁତ୍ୱ ଦେଇ ଲୋକଙ୍କୁ ବୋକା କରିପାରିବେ ବୋଲି ଭାବୁଛନ୍ତି। ଶେଷରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିଜୟ ଲୋକଙ୍କ ଚିନ୍ତାଧାରାକୁ ପୁନର୍ବାର ଭାଜପା ନେତୃତ୍ୱ ସାମ୍‌ନାରେ ରଖିଛି। ଭାରତ ଏବେ ମଠ, ମନ୍ଦିର, ହିନ୍ଦୁତ୍ୱ, ନାଗରିକତ୍ୱ (ଏନ୍‌ଆରସି, ସିଏଏ, ଏନ୍‌ପିଆର, ଆଧାର), ମୁସଲ୍‌ମାନ ବିରୋଧୀ ହେବା ପରିବର୍ତ୍ତେ ଏକ ବିଶ୍ୱଶକ୍ତି ଭାବେ ଗଢ଼ି ଉଠିବା ଆବଶ୍ୟକ। ଏହି ସୁଯୋଗକୁ ସବୁଦଳର ରାଜନୈତିକ ବ୍ୟକ୍ତି ହାତଛଡ଼ା କରିଦେଉଛନ୍ତି। ସେମାନଙ୍କ କ୍ଷୁଦ୍ର ମାନସିକତା ବାସ୍ତବରେ ଦେଶ ବିରୋଧୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri