Posted inଫୁରସତ

କ୍ରିସ୍‌ମାସ୍‌ ଗିଫ୍ଟ

କ୍ରିସ୍‌ମାସ୍‌ ଅବସରରେ ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇ କିଛି ଉପହାର ଭେଟି ଦେବାର ପରମ୍ପରା ରହିଛି। ତେବେ ଏହି ଅବସରରେ କ’ଣ ସବୁ ଉପହାର ଦେଇପାରିବେ ସେ ସମ୍ପର୍କରେ…

* ଏହି ଅବସରରେ ଫୁଲତୋଡା ବା ବୁକେ ହେଉଛି ସବୁଠାରୁ ଭଲ ଗିଫ୍ଟ ଅପ୍ସନ। ରଙ୍ଗିନ ଫୁଲର ବୁକେ ଉପହାର ସମସ୍ତଙ୍କୁ ଭଲ ଲାଗିଥାଏ।

* ବୁକେ ସହ କ୍ରିସ୍‌ମାସ୍‌ ଗ୍ରିଟିଙ୍ଗ୍ସ କାର୍ଡ ମଧ୍ୟ ଦେଇପାରିବେ। କାର୍ଡରେ କିଛି ସୁନ୍ଦର ମେସେଜ ଲେଖି ପ୍ରିୟଜନଙ୍କୁ ଗିଫ୍ଟ କରିପାରିବେ।

* କଲର୍‌ଫୁଲ୍‌ ଚକୋଲେଟ୍‌ ମଧ୍ୟ ଏହି ଅବସରରେ ଗିଫ୍ଟ କରିପାରିବେ। ଆପଣ ଚାହିଁଲେ ଘରେ ବିଭିନ୍ନ ଡ୍ରାଏଫ୍ରୁଟ୍ସ ଚକୋଲେଟ୍‌ ପ୍ରସ୍ତୁତ କରି ରଙ୍ଗିନ ଜରିରେ ପ୍ୟାକ୍‌ କରି ଦେଇପାରିବେ।

* ଏହି ଅବସରରେ ବଜାରରେ ମିଳୁଥିବା ବିଭିନ୍ନ କୁକିଜ୍‌ ଗିଫ୍ଟ ଆକାରରେ ଦେଇପାରିବେ। ଚାହିଁଲେ ବିଭିନ୍ନ ଫ୍ଲେଭର୍‌ର ହାତ ତିଆରି କୁକିଜ୍‌କୁ ଗିଫ୍ଟ ବକ୍ସରେ ପ୍ୟାକ କରି ଗିଫ୍ଟ କରିପାରିବେ।

* ଖାସ୍‌ କ୍ରିସ୍‌ମାସ୍‌ ପାଇଁ ବିଭିନ୍ନ ପ୍ରକାରର ଡେକୋରେଟିଭ ଏବଂ ସେଣ୍ଟେଡ କ୍ୟାଣ୍ଡେଲ ଉପଲବ୍ଧ ହେଉଛି। ଏହାକୁ ମଧ୍ୟ ଆପଣ ଦେଇପାରିବେ।

* ସାଙ୍ଗମାନଙ୍କ ପସନ୍ଦ ମୁତାବକ ତାଙ୍କୁ ଡିଜାଇନର ସ୍କାର୍ଫ ଗିଫ୍ଟ କରିପାରିବେ।

*ଖାସ ମହିଳାମାନଙ୍କୁ ଏହି ଅବସରରେ ତାଙ୍କ ପସନ୍ଦ ମୁତାବକ ବିୟୁଟି ପ୍ରଡକ୍ଟ ଉପହାର ସ୍ବରୂପ ଦେଇପାରିବେ।

* କ୍ରିସ୍‌ମାସ୍‌ ଥିମ୍‌କୁ ନେଇ ବିଭିନ୍ନ ଗୁଡିଜ୍‌ ଯଥା ମ୍ୟାଗନେଟ୍‌ ଷ୍ଟିକର୍‌, କି’ ରିଙ୍ଗ୍‌, ମୋବାଇଲ୍‌ କଭର୍‌, ଓ୍ବାର୍ମ ସକ୍ସ ଆଦି ମାର୍କେଟରେ ଉପଲବ୍ଧ ହେଉଛି। ଆପଣ ଚାହିଁଲେ ଏହି ସବୁ ଜିନିଷ ଉପହାର ସ୍ବରୂପ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri