କ୍ବାରାଣ୍ଟାଇନ୍‌ ଛାଡ଼ି ବାହାରେ ବୁଲୁଛନ୍ତି ପ୍ରବାସୀ

ପୁରୀ ଅଫିସ,୧୨ା୫: ମହାମାରୀ କରୋନା ରାଜ୍ୟରେ ଭୟଙ୍କର ରୂପ ଧାରଣ କଲାଣି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଗଲାଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ରାଜ୍ୟକୁ ଏବେ ପ୍ରବାସୀ ଓଡ଼ିଆଙ୍କ ଆଗମନ ଜୋର୍‌ ଧରିଥିବାବେଳେ ସରକାର କେତେକ ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି। ଏହାକୁ ସମସ୍ତେ ମାନିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ କେତେଜଣ ପ୍ରବାସୀ ଗାଇଡ଼ଲାଇନକୁ ଆଦୌ ମାନୁନାହାନ୍ତି। ସେମାନେ କ୍ବାରାଣ୍ଟାଇନରେ ରହୁଥିଲେ ମଧ୍ୟ ଅଧିକାଂଶ ସମୟ ବାହାରେ ବୁଲୁଛନ୍ତି। ସେମାନଙ୍କ ପାଇଁ ସଂକ୍ରମଣ ବଢିପାରେ ବୋଲି ପୁରୀ ସହରବାସୀ ଆଶଙ୍କା କରି ଭୟଭୀତ ହୋଇପଡ଼ିିଛନ୍ତି। ତେଣୁ ସହର ବାହାରେ କ୍ବାରାଣ୍ଟାଇନ ସେଣ୍ଟର କରିବା ଲାଗି ଦାବି କରିଛନ୍ତି। ଅନ୍ୟପକ୍ଷେ ପ୍ରବାସୀ ବାହାରେ ବୁଲିବା ଘଟଣାକୁ ସେଣ୍ଟରର ନୋଡାଲ ଅଫିସର ଅସ୍ବୀକାର କରିଛନ୍ତି।
ଦୀର୍ଘ ୩୭ ଦିନ ପରେ ରବିବାର ପୁରୀ ସହରରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସହରବାସୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି। ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ବି ଅନେକେ ଚିନ୍ତାରେ ପଡ଼ିିଛନ୍ତି। ପ୍ରବାସୀମାନଙ୍କ ଲାଗି ପ୍ରଶାସନ ପକ୍ଷରୁ କ୍ବାରାଣ୍ଟାଇନ ସେଣ୍ଟର କରାଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ କ୍ବାରାଣ୍ଟାଇନ ସେଣ୍ଟର ବାହାରକୁ ଆସି ଦୋକାନ ବଜାରରେ ବୁଲୁଥିବା ଶୁଣିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ମୋଚିସାହି କଲ୍ୟାଣମଣ୍ଡପରେ କ୍ବାରାଣ୍ଟାଇନ ସେଣ୍ଟର ହୋଇଛି। ଏଠାରେ ପ୍ରାୟ ୧୦୦ ଜଣଙ୍କ ରହିବା ଲାଗି ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୩୬ଜଣ ସଙ୍ଗରୋଧ ଭାବେ ରହୁଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କେତେଜଣ ମୋଚିସାହି ବଜାରରେ ବୁଲୁଥିବା ଦୋଳମଣ୍ଡପ ସାହିବାସିନ୍ଦା ଆଡଭୋକେଟ ଜ୍ୟୋତିପ୍ରକାଶ ମିଶ୍ର ଅଭିଯୋଗ କରିଛନ୍ତି। ତେଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସେ ମତ ରଖିଛନ୍ତି। କେବଳ ଜ୍ୟୋତି ପ୍ରକାଶ ନୁହଁନ୍ତି ପିସିସି ମୁଖପାତ୍ର ବିନାୟକ ଦାସମହାପାତ୍ର ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ସହର ଭିତରେ କ୍ବାରାଣ୍ଟାଇନ ସେଣ୍ଟର ନ କରି ସହର ବାହାରେ ଏହା କରିବା ଉଚିତ୍‌ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି। ତେବେ ଏଭଳି ଅଭିଯୋଗ ସଂକ୍ରାନ୍ତରେ ଏହି ସେଣ୍ଟରର ନୋଡାଲ ଅଫିସର ଇଞ୍ଜିନିୟର ପ୍ରମୋଦ କୁମାର ଭୋଇଙ୍କୁ ପଚାରିବାରେ ସେ ଏହାକୁ ଅସ୍ବୀକାର କରିଥିଲେ। ସେଣ୍ଟର ପଛପଟେ ଉଚ୍ଚ ପାଚେରି ଥିବାବଳେ ସମ୍ମୁଖ ଭାଗ ଗେଟ୍‌ରେ ତାଲା ପଡ଼ୁଛି। ଏଠାରେ ସୁରକ୍ଷା କର୍ମୀ ଜଗି ରହୁଛନ୍ତି। ତେଣୁ କେହି ବାହାରକୁ ଯିବାର ସୁଯୋଗ ନାହିଁ ବୋଲି ଭୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ରାଜନୀତିକୁ ଆସିବା ନେଇ… ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୭: ‘କକ୍ରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ନିଟ (NEET) ପ୍ରଶ୍ନପତ୍ରଲିକ ସଂଶୋଧନ ବିଲ, ଛାତ୍ର ଆନ୍ଦୋଳନ ଏବଂ ସରକାରଙ୍କ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri