କୋର୍‌ ସେକ୍ଟରକୁ କୋଭିଡ୍‌ ମାଡ଼

ନୂଆଦିଲ୍ଲୀ,୧ ।୫: କୋଭିଡ୍‌-୧୯ ଯୋଗୁ ସାରା ଦେଶରେ ମେ ୩ ଯାଏ ଲକ୍‌ଡାଉନ ଜାରି ରହିବ। ଏହି ସମୟରେ ଦେଶର ଶିଳ୍ପ କ୍ଷେତ୍ର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ଠପ୍‌ ରହିଛି। ଏଥିଲାଗି ପ୍ରମୁଖ ଶିଳ୍ପ କ୍ଷେତ୍ର ବା କୋର ସେକ୍ଟର ଅଭିବୃଦ୍ଧି ମାର୍ଚ୍ଚ ମାସରେ ୬.୫% ଖସିଛି। ଗତବର୍ଷ ସମାନ ସମୟରେ ଏହି କ୍ଷେତ୍ରରେ ୫.୮% ଅଭିବୃଦ୍ଧି ଦେଖାଯାଇଥିଲା। ଭାରତ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କୋଭିଡ୍‌-୧୯ ଯୋଗୁ ବଜାର ଉପରେ ଗଭୀର ଭାବେ ଚାପ ପଡିଛି। ଚଳିତ ବର୍ଷ ଅଭିବୃଦ୍ଧି ଆଖିଦୃଶିଆ ହେବ ନାହିଁ ବୋଲି ବିଶ୍ୱର ପ୍ରମୁଖ ରେଟିଂ ଏଜେନ୍ସିଗୁଡିକ ପୂର୍ବାନୁମାନ କରିଛନ୍ତି।
କରୋନାର ପ୍ରଭାବ ଶିଳ୍ପ ଉପରେ କେମିତି ରହିଛି ତାହା ସରକାରଙ୍କ ଏହି ଡାଟାରୁ ସ୍ପଷ୍ଟ ହେଉଛି। ଏହି ସ୍ଥିତିକୁ ବିଚାର କଲେ ଆଗାମୀ ଦିନରେ କୋର ସେକ୍ଟର ଅଭିବୃଦ୍ଧି ନିମ୍ନଗାମୀ ରହିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ମାର୍ଚ୍ଚରେ ଇସ୍ପାତ, ସାର ଏବଂ ସିମେଣ୍ଟ ଉତ୍ପାଦନ କମିବା ଯୋଗୁ ଏହା ଦ୍ୱାରା କୋର୍‌ ସେକ୍ଟର କ୍ଷତିଗ୍ରସ୍ତ ହୋଇଛି। ପ୍ରମୁଖ ଶିଳ୍ପ କ୍ଷେତ୍ରରେ ଚାପ ରହିବା ଯୋଗୁ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ଉପରେ ପ୍ରଭାବ ନକାରାତ୍ମକ ରହିଛି। ଆଇଆଇପିରେ କୋର୍‌ ସେକ୍ଟର ୪୦.୨% ଯୋଗଦାନ ରଖୁଛି। ମାତ୍ର ମାର୍ଚ୍ଚରେ କରୋନା ଏହି ଧାରାକୁ ବିଗିଡାଇ ଦେଇଛି। ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ୍‌ ଉତ୍ପାଦନ ଯଥାକ୍ରମେ ୫.୫%, ୦.୫%, ୧୧.୯%, ୧୩%, ୨୪.୭% ଏବଂ ୭.୨% ଖସିଥିବା ସରକାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ଏହାବାଦ କୋଇଲା ଉତ୍ପାଦନ ୪.୧% ଖସିଛି। ଏହା ଗତ ବର୍ଷ ମାର୍ଚ୍ଚରେ ୯.୧% ରହିଥିଲା। ୨୦୧୯-୨୦ଏପ୍ରିଲ-ମାର୍ଚ୍ଚ ସମୟ ଅବଧିରେ କୋର ସେକ୍ଟର ଇଣ୍ଡଷ୍ଟ୍ରିଜ ୦.୬% ରହିଛି। ୨୦୧୮-୧୯ର ସମାନ ସମୟରେ ଏହା ୪.୪% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ପଶିଲା ଚେତା, ମସଲାର ଗୁଣାତ୍ମକ ଯାଞ୍ଚ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୫: ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri