କୋର୍‌ ସେକ୍ଟରକୁ କୋଭିଡ୍‌ ମାଡ଼

ନୂଆଦିଲ୍ଲୀ,୧ ।୫: କୋଭିଡ୍‌-୧୯ ଯୋଗୁ ସାରା ଦେଶରେ ମେ ୩ ଯାଏ ଲକ୍‌ଡାଉନ ଜାରି ରହିବ। ଏହି ସମୟରେ ଦେଶର ଶିଳ୍ପ କ୍ଷେତ୍ର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ଠପ୍‌ ରହିଛି। ଏଥିଲାଗି ପ୍ରମୁଖ ଶିଳ୍ପ କ୍ଷେତ୍ର ବା କୋର ସେକ୍ଟର ଅଭିବୃଦ୍ଧି ମାର୍ଚ୍ଚ ମାସରେ ୬.୫% ଖସିଛି। ଗତବର୍ଷ ସମାନ ସମୟରେ ଏହି କ୍ଷେତ୍ରରେ ୫.୮% ଅଭିବୃଦ୍ଧି ଦେଖାଯାଇଥିଲା। ଭାରତ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କୋଭିଡ୍‌-୧୯ ଯୋଗୁ ବଜାର ଉପରେ ଗଭୀର ଭାବେ ଚାପ ପଡିଛି। ଚଳିତ ବର୍ଷ ଅଭିବୃଦ୍ଧି ଆଖିଦୃଶିଆ ହେବ ନାହିଁ ବୋଲି ବିଶ୍ୱର ପ୍ରମୁଖ ରେଟିଂ ଏଜେନ୍ସିଗୁଡିକ ପୂର୍ବାନୁମାନ କରିଛନ୍ତି।
କରୋନାର ପ୍ରଭାବ ଶିଳ୍ପ ଉପରେ କେମିତି ରହିଛି ତାହା ସରକାରଙ୍କ ଏହି ଡାଟାରୁ ସ୍ପଷ୍ଟ ହେଉଛି। ଏହି ସ୍ଥିତିକୁ ବିଚାର କଲେ ଆଗାମୀ ଦିନରେ କୋର ସେକ୍ଟର ଅଭିବୃଦ୍ଧି ନିମ୍ନଗାମୀ ରହିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ମାର୍ଚ୍ଚରେ ଇସ୍ପାତ, ସାର ଏବଂ ସିମେଣ୍ଟ ଉତ୍ପାଦନ କମିବା ଯୋଗୁ ଏହା ଦ୍ୱାରା କୋର୍‌ ସେକ୍ଟର କ୍ଷତିଗ୍ରସ୍ତ ହୋଇଛି। ପ୍ରମୁଖ ଶିଳ୍ପ କ୍ଷେତ୍ରରେ ଚାପ ରହିବା ଯୋଗୁ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ଉପରେ ପ୍ରଭାବ ନକାରାତ୍ମକ ରହିଛି। ଆଇଆଇପିରେ କୋର୍‌ ସେକ୍ଟର ୪୦.୨% ଯୋଗଦାନ ରଖୁଛି। ମାତ୍ର ମାର୍ଚ୍ଚରେ କରୋନା ଏହି ଧାରାକୁ ବିଗିଡାଇ ଦେଇଛି। ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ୍‌ ଉତ୍ପାଦନ ଯଥାକ୍ରମେ ୫.୫%, ୦.୫%, ୧୧.୯%, ୧୩%, ୨୪.୭% ଏବଂ ୭.୨% ଖସିଥିବା ସରକାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ଏହାବାଦ କୋଇଲା ଉତ୍ପାଦନ ୪.୧% ଖସିଛି। ଏହା ଗତ ବର୍ଷ ମାର୍ଚ୍ଚରେ ୯.୧% ରହିଥିଲା। ୨୦୧୯-୨୦ଏପ୍ରିଲ-ମାର୍ଚ୍ଚ ସମୟ ଅବଧିରେ କୋର ସେକ୍ଟର ଇଣ୍ଡଷ୍ଟ୍ରିଜ ୦.୬% ରହିଛି। ୨୦୧୮-୧୯ର ସମାନ ସମୟରେ ଏହା ୪.୪% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri