କୋର୍ଟ ଷ୍ଟେଶନ ନିକଟରେ ୨ ଗଳା ଶଙ୍ଖ ନିର୍ମାଣ; ୬.୨୫ ଘଣ୍ଟା ବନ୍ଦ ହେଲା ରେଳ ଚଳାଚଳ

ଛତ୍ରପୁର,୧୦ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର କୋର୍ଟ ଷ୍ଟେଶନ ନିକଟରେ ରବିବାର ୨ ଟି ଗଳା ଶଙ୍ଖ ସ୍ଥାପନ ହୋଇଛି। ରେଳ ଟ୍ରାକ୍‌କୁ ବାହାର କରି ୨ଟି ଗଳା ଶଙ୍ଖ ପାଇଁ ନିର୍ମାଣ ହୋଇଥିବା ଆରସିସି ସେଗ୍‌ମେଣ୍ଟାଲ ବକ୍ସ ଖଞ୍ଜା ଯାଇଥିଲା। ଏହାଉପରେ ପୁଣି ରେଳ ଟ୍ରାକ୍‌ ସ୍ଥାପନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଶାଖାପାଟଣା-ଭୁବନେଶ୍ୱରରେ ରୁଟ୍‌ରେ ୬ ଘଣ୍ଟା ୨୫ ମିନିଟ୍‌ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଏଥିସହ ୩ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ କେତେକ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଥିଲା। ପୂର୍ବାହ୍ନ ୧୧ ଟା ୨୫ ମିନିଟ୍‌ରୁ ସନ୍ଧ୍ୟା ୫ ଟା ୫୦ ପର୍ଯ୍ୟନ୍ତ ଏହି କାମ ପାଇଁ ଉକ୍ତ ରୁଟ୍‌ରେ ରେଳ ଚଳାଚଳ ବନ୍ଦ କରିବାକୁ ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ତେବେ ଏକ ସାପ୍ତାହିକ ଟ୍ରେନ୍‌ ପାଶ୍‌ କରିବା ପାଇଁ କିଛି ବିଳମ୍ବ କରି ପୂର୍ବାହ୍ନ ୧୧ ଟା ୩୫ ମିନିଟ୍‌ରେ ରେଳ ଚଳାଚଳ ବନ୍ଦ କରାଯାଇଥିଲା। ସନ୍ଧ୍ୟା ୬ ଟା ପରେ ଏହି ରୁଟ୍‌ରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ଖୋର୍ଦ୍ଧା ଡିଭିଜନ ଏଡିଆରଏମ୍‌ ରାଜ କୁମାର ଏହାର ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଚିଫ୍‌ ବ୍ରିଜ୍‌ ଇଞ୍ଜିନିୟର କେ. ଜି. ଅଗ୍ରୱାଲ, ସିନିୟର ଡଭିଜନାଲ ଇଞ୍ଜିିନିୟର ପି.ଆର୍‌. ପାଣିଗ୍ରାହୀ, ସିନିୟର ଡିଏସ୍‌ଓ ଜି.ସି. ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ୨ ଟି ଗଳା ଶଙ୍ଖ ଦେଇ ଲୋକ ଓ ଗାଡି ଯିବା ଆସିବା ଆରମ୍ଭ ହେଲେ କୋର୍ଟ ଷ୍ଟେଶନ ନିକଟରେ ଥିବା ରେଲୱେ ଫାଟକକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯିବ ବୋଲି ଜଣାପଡିଛି। ରେଲୱେ ଫାଟକ ଥିବା ଯୋଗୁ ଟ୍ରେନ୍‌ ଯିବା ଆସିବା ସମୟରେ ଏହା ବନ୍ଦ ରହୁଛି। ଲୋକଙ୍କୁ ବହୁ ସମୟ ଅପେକ୍ଷା କରିବା ସହ ଟ୍ରାଫିକ୍‌ ମଧ୍ୟ ଜାମ୍‌ ରହୁଛି। ଏଥିସହ ସୁରକ୍ଷା ମଧ୍ୟ ପ୍ରସଙ୍ଗ ରହିଛି।
ଏହି ପରିପ୍ରେକ୍ଷୀରେ ୨ଟି ଗଳା ଶଙ୍ଖ ନିର୍ମାଣ କରାଯିବା ପରେ ରେଲୱେ ଫାଟକକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଟ୍ରାଫିକ୍‌ ଜାମ୍‌ ଦୂର କରିବା ପାଇଁ ପୂର୍ବରୁ ବହୁବାର ଗଳା ଶଙ୍ଖ ନିର୍ମାଣ କରିବାକୁ ଛତ୍ରପୁରର ବୁଦ୍ଧିଜିବୀମାନେ ରେଲୱେ କର୍ତ୍ତୃପକ୍ଷଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗଳା ଶଙ୍ଖ ନିର୍ମାଣ ସରିଥିବା ବେଳେ ଆପ୍ରୋଚ୍‌ ରୋଡ୍‌, ଗାର୍ଡ ୱାଲ୍‌ ଓ ଡ୍ରେନ୍‌ ନିର୍ମାଣ କରାଯିବ। ଏଥିସହ ବର୍ଷା ଦିନେ ଗଳା ଶଙ୍ଖରେ ପାଣି ଜମିବାର ଆଶଙ୍କା ରହିଛି। ଏଥିପାଇଁ ସେଠାରେ ଜଳ ନିଷ୍କାସନ ପାଇଁ ପମ୍ପ ହାଉସ୍‌ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri