କୋଚିଂ ସେଣ୍ଟର ବିଜ୍ଞାପନରେ ଜାଲିଆତି: ପିଲା, ର଼୍ୟାଙ୍କ୍‌ ନକଲି : ତଦନ୍ତ କରିବେ ସିପି, ଏଡିଜି

ଭୁବନେଶ୍ୱର, ୨୪ା୬(ବ୍ୟୁରୋ) : ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି କୋଚିଂ ସେଣ୍ଟର ଖୋଲୁଛି। ତେବେ ଅଧିକାଂଶ କୋଚିଂ ସେଣ୍ଟର ଠକୁଥିବା ନେଇ ଗୁରୁତର ଅଭିଯୋଗ ଆସିଛି। କୋଚିଂ ସେଣ୍ଟରଗୁଡିକ ପକ୍ଷରୁ ଦିଆଯାଉଥିବା ବିଜ୍ଞାପନରେ ନକଲି ର଼୍ୟାଙ୍କ୍‌ ସହ ନକଲି ପିଲାଙ୍କ ଫଟୋ ଲଗାଯାଉଛି। ଏଥିରେ ଆକୃଷ୍ଟ ହୋଇ ଆଡ୍‌ମିଶନ ପାଇଁ ଯାଉଥିବା ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କୁ ନାନା ଭାବେ ଭୁଆଁ ବୁଲାଯାଇ ମନଇଚ୍ଛା ଫି’ ନିଆଯାଉଛି। ଏହି ଠକେଇ ଓ ଶୋଷଣ ସମ୍ପର୍କରେ ଅଭିଭାବକ ସଂଘ ଜାଣିବା ପରେ ଭୁବନେଶ୍ୱରର ୧୮ଟି କୋଚିଂ ସେଣ୍ଟର ନାଁରେ ଗୃହ ବିଭାଗ ନିକଟରେ ଅଭିଯୋଗ କରିଛି। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଡିଜିପି, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ସଚିବ, ପୋଲିସ ଆଇଜି ଏବଂ ପୋଲିସ କମିଶନରଙ୍କୁ ଚିଠି କରିଛନ୍ତି। ତୁରନ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ଗୃହ ବିଭାଗର ଏହି ନିର୍ଦ୍ଦେଶ ପରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ ଘଟଣାର ତଦନ୍ତ କରିବେ ବୋଲି ଜଣାପଡ଼ିଛି।
ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଗୃହ ବିଭାଗ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, କୋଚିଂ ସେଣ୍ଟରଗୁଡିକ ଲଗାଉଥିବା ସାଇନ୍‌ବୋର୍ଡ, ବ୍ରୋଚର ସମେତ ବିଭିନ୍ନ ଟିଭି ଓ ଖବରକାଗଜରେ ଦେଉଥିବା ବିଜ୍ଞାପନରେ ନକଲି ଫଟୋ ବ୍ୟବହାର କରାଯାଉଛି। କୋଚିଂ ସେଣ୍ଟରଗୁଡିକ ଭଲ ପାଠପଢ଼ା ନାଁରେ ଏଭଳି ଖେଳ ଖେଲୁଥିବାରୁ ପିଲାଙ୍କ ଭବିଷ୍ୟକ ଅନ୍ଧକାରମୟ ହେଉଛି। ଲକ୍ଷ ଲକ୍ଷ ଟଙ୍କା ନେଇ ଆଡମିଶନ କରିବା ପରେ ପାଠପଢ଼ାର ନାଁ ଗନ୍ଧ ରହୁନି। ଶିକ୍ଷକ ନ ଥିବାରୁ ଅନେକ ସମୟରେ ପିଲାମାନେ ବସି ବସି ଆସୁଛନ୍ତି। ଫଳରେ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା କଷ୍ଟକର ହୋଇପଡୁଛି ବୋଲି ମହାସଂଘ ଅଭିଯୋଗ ଆଣିଛି। ଏନେଇ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଏଭଳି ହେଉଥିଲେ ସାଂଘାତିକ ଘଟଣା। ତେବେ ଏ ସଂକ୍ରାନ୍ତ ଚିଠି ଆସିବା ପରେ କଟକ ଭୁବନେଶ୍ୱରରେ ଥିବା କୋଚିଂ ସେଣ୍ଟରଗୁଡିକରେ ଯାଞ୍ଚ କରାଯିବ। ବିଜ୍ଞାପନରେ ନକଲି ଫଟୋ ଓ ର଼୍ୟାଙ୍କ୍‌ ଦେଇ ଠକୁଥିବା କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ କୋଚିଂ ସେଣ୍ଟରଗୁଡିକ ପଞ୍ଜୀକରଣ ଓ ଅନ୍ୟ ସମସ୍ତ ତଥ୍ୟ ରଖିବା ସଂକ୍ରାନ୍ତରେ ଆଗକୁ ନିୟମ କରାଯିବ। ବେଆଇନ କୋଚିଂ ସେଣ୍ଟର ବା ଯେଉଁ କୋଚିଂ ସେଣ୍ଟରଗୁଡିକ ବେଆଇନ କାର୍ଯ୍ୟ କରୁଛନ୍ତି ତାହା ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି କମିଶନର କହିଛନ୍ତି।
ଅନ୍ୟପକ୍ଷରେ ଗୃହ ସଚିବଙ୍କ ନିର୍ଦ୍ଦେଶ କାର୍ଯ୍ୟକାରିତାକୁ ନେଇ କେତେକ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କର କହିବା କଥା ହେଲା, ଏବେ ପରିସ୍ଥିତି ଆଉ ଆୟତ୍ତ ଭିତରେ ନାହିଁ। ସ୍ବତନ୍ତ୍ର ପଞ୍ଜୀକରଣ ବ୍ୟବସ୍ଥା ନ ଥିବାବେଳେ ଦଲାଲମାନେ ଘରେ ଘରେ କୋଚିଂ ସେଣ୍ଟର ଖୋଲୁଛନ୍ତି। ପୋଲିସ ଯଦି ଘର ଘର ବୁଲି କୋଚିଂ ସେଣ୍ଟର ଖୋଜିବ ଆଇନଶୃଙ୍ଖଳାକୁ କିଏ ନିୟନ୍ତ୍ରଣ କରିବ ବୋଲି ସେମାନେ କହିଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସମାନ କଥା କହିଛନ୍ତି। ଯଦି ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ନୋଟିସ କରି କୋଚିଂ ସେଣ୍ଟରଗୁଡିକୁ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦିଅନ୍ତି ତେବେ କିଛି ମାତ୍ରାରେ ଏହି ସମସ୍ୟାର ସମାଧାନ ହୋଇଯାଆନ୍ତା। କାରଣ ପଞ୍ଜିକୃତ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଏଭଳି ବେଆଇନ କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri