କେସାପାଲି-ଭାଲିଆକଟା ରାସ୍ତା କାମରେ ଅନିୟମିତତା

ସମ୍ବଲପୁର,୨୫ା୫ (ବ୍ୟୁରୋ): ଗ୍ରାମାଞ୍ଚଳରେ ଗମନା ଗମନ ସୁବିଧା ପାଇଁ ସରକାର ରାସ୍ତା ନିର୍ମାଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଜକୋଷରୁ ଟଙ୍କା ଦେଉଛନ୍ତି । ହେଲେ ଯେଉଁ ବିଭାଗ ମାଧ୍ୟମରେ କାମ ହେଉଛି ସେହି ବିଭାଗର ଅଧିକାରୀ ହିଁ ଠିକାଦାର ଓ ଠିକା ସଂସ୍ଥାକୁ ଦୁର୍ନୀତି କରିବାକୁ ପ୍ରୋତ୍ସାହନ ଦେଉଥିବା ଅନେକ ସ୍ଥାନରେ ଅଭିଯୋଗ ହେଉଛି। କଂକ୍ରିଟ ରାସ୍ତା ଫାଟିବା ଓ ପିଚୁ ଉଠିଯିବା ଭଳି ଅନେକ ଘଟଣା ସାମ୍‌ନାକୁ ଆସିଛି ।
ଯୁଯୁମୁରା ବ୍ଲକ କେସାପାଲି-ଭାଳିଆକଟା (ଭାୟା ବଡମାଲ) ଗ୍ରାମ ରାସ୍ତା ନିର୍ମାଣ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ୟୟ ଅଟକଳ ଅନୁସାରେ ରାସ୍ତାରେ ଗେଟି ବା ମେଟାଲ ମିଶ୍ରଣ କରାଯାଉ ନାହିଁ । ଅଧିକ ପରିମାଣର ଡଷ୍ଟ ମିଶାଇ ରାସ୍ତାରେ ବିଛା ଯାଉଛି । ରାସ୍ତାରେ ଆବଶ୍ୟକ ପାଣି ଦିଆଯାଉ ନାହିଁ । ରାସ୍ତା ଉପରେ ରୋଲିଂ କରାଯାଉ ନାହିଁ । ସୂଚନା ଫଳକ ନିର୍ମାଣ କରାଯାଇ ନାହିଁ। ତେଣୁ ଲୋକମାନେ ରାସ୍ତା ନିର୍ମାଣ ସମ୍ପର୍କରେ ଜାଣି ପରୁନାହାନ୍ତି । ସ୍ଥାନୀୟ ଠିକା ସଂସ୍ତା ଓ କର୍ମଚାରୀଙ୍କୁ ପଚାରିଲେ ସେମାନେ କିଛି କହୁନାହାନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଠିକା କାମ ଜଣେ ରାଜନେତାଙ୍କ ସମ୍ପର୍କୀୟ ନେଇଥିବାରୁ କେହି କିଛି କହିବାକୁ ଭୟ କରୁଛନ୍ତି । ବିଭାଗର ଏଭଳି ଠିକାଦର ପୋଷା ନୀତି ଯୋଗୁ ରାସ୍ତାର ସ୍ଥାୟିତ୍ୱ ରହିବ ନାହିଁ । ତେଣୁ ନିର୍ମାଣ କାମକୁ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲୋକେ ଦାବି କରିଛନ୍ତି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଜେଇ ସତ୍ୟଜିତ ସାମଲଙ୍କୁ ପଚାରିବାରୁ ରାସ୍ତାରେ ଆବଶ୍ୟକ ପାଣି ଦିଆଯାଉ ନ ଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ନିମ୍ନମାନର କାମ ଉପରେ ହୋଇଥିବା ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ସୂଚାନ ଯୋଗ୍ୟ ଯେ, କେସାପାଲି ଗ୍ରାମଠାରୁ ଭାୟା ବଡମାଲ ଗ୍ରାମ ଦେଇ ଭାଲିଆକଟା ଗ୍ରମକୁ ସଂଯୋଗ କରିବ। ଏହା ଯୁଯୁମୁରା ଓ ରେଢାଖୋଲ ବ୍ଲକକୁ ସଯୋଗ କରିବ । ଏହି ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ରାସ୍ତା ନିର୍ମାଣ ପାଇଁ ସରକାର ଅନୁଦାନ ଦେଇଛନ୍ତି । ୧୩ କି.ମି. ରାସ୍ତା ପାଇଁ ପ୍ରାୟ ୧୬ କୋଟି ଟଙ୍କା ଟେଣ୍ଡର କରାଯାଥିଲା । ୨୦୧୮ ମାର୍ଚ୍ଚ ୨୮ରେ ପୂର୍ବତନ ମନ୍ତ୍ରୀ ପ୍ରଫୁଳ ମଲ୍ଳିକ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ ରାସ୍ତା କାମ ଲାଗି ଶିଳାନ୍ୟାସ କରିଥିଲେ । ଏହି ରାସ୍ତା ଉପରେ ଅଞ୍ଚଳର ୧୭ରୁ ଅଧିକ ଗ୍ରାମ ଓ ପଡା ନିର୍ଭର କରେ। ରାସ୍ତା ନିର୍ମାଣ ଆରମ୍ଭ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା । ହେଲେ ଏବେ ନିମ୍ନମାନର କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର...

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କିଏ: ଜୟଶଙ୍କର କହିଲେ ଏମିତି କଥା…

ସମ୍ବଲପୁର, ୬ା୫(ଭବାନୀ ଶଙ୍କର ଭୋଇ):ଭାଷା ସାହିତ୍ୟ, ସଂସ୍କୃତି, ଇତିହାସ ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାର ପରିଚୟ। ପ୍ରାକୃତିକ ସମ୍ବଳରେ ଭରା ଏକ ସମୃଦ୍ଧ ରାଜ୍ୟରେ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ବାଘ, ଭାଲୁଙ୍କ ପାଇଁ କୁଲର

ସମ୍ବଲପୁର,୩ା୫(ପ୍ରମୋଦ ବହିଦାର):ବନ୍ୟପ୍ରାଣୀଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତ ଏକ ସପ୍ତାହ ଧରି ସମ୍ବଲପୁରରେ...

ନାମାଙ୍କନପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨ା୫: ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri