କୃପା ଓ ଧୈର୍ଯ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଶୀଲା ଦୀକ୍ଷିତଙ୍କ ସ୍ବାମୀ ଥିଲେ ‘ଡିକି’ (ବିନୋଦ ଦୀକ୍ଷିତ), ଯିଏ ବହୁ କମ୍‌ ବୟସରେ ଚାଲିଯାଇଥିଲେ। ସେ ଭାରତୀୟ ଅମଲାତନ୍ତ୍ରର ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସର ଥିଲେ। ଏବେ ଶୀଲା ଦୀକ୍ଷିତ ବି ସ୍ବାମୀଙ୍କ ପାଖକୁ ଚାଲିଗଲେ। ଉତ୍ତରପ୍ରଦେଶ ଦେଶ ଶାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି ଓ ଏବେ ବି ଅନେକାଂଶରେ କରୁଛି, ଯଦିଚ ଏବେ ଗୁଜରାଟ କ୍ୟାଡର ଶକ୍ତି ସଞ୍ଚୟ କରିବାରେ ଲାଗିଛି। ଡିକି ସେହି ଉତ୍ତରପ୍ରଦେଶ କ୍ୟାଡରର ହୋଇଥିବାରୁ ସେ ଶାସନ ସଂକ୍ରାନ୍ତରେ ତାଙ୍କର ବିଶେଷ ଜ୍ଞାନ ଥିଲା। ତାଙ୍କ ସମୟରେ ଯୁଗ୍ମ ସଚିବମାନେ ବାସ୍ତବ କ୍ଷମତାର କେନ୍ଦ୍ର ଥିଲେ। ‘ମୋଦି’ଫିକେଶନ୍ସ (ମୋଦିକୃତ ପରିବର୍ତ୍ତନ) ଉକ୍ତ ଧାରାର ଅନ୍ତ ଘଟାଇଥିଲେ ମଧ୍ୟ ପାଓ୍ବାର ଲାଇନଗୁଡ଼ିକ ଅପରିବର୍ତ୍ତିତ ରହିଛି।
ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ କଂଗ୍ରେସ ନେତା ଉମାଶଙ୍କର ଦୀକ୍ଷିତ, ଯିଏ ଜବାହରଲାଲ ନେହେରୁଙ୍କ ଘନିଷ୍ଠ ଥିଲେ ଏବଂ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ତଥା ପଶ୍ଚିମବଙ୍ଗ ଓ କର୍ନାଟକର ରାଜ୍ୟପାଳ ଥିଲେ, ତାଙ୍କ ପୁତ୍ର ହୋଇଥିବାରୁ ଡିକି ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ। ଶୀଲା ପ୍ରଥମେ ତାଙ୍କର ବନ୍ଧୁ ଥିଲେ ଓ ପରେ ତାଙ୍କର ପତ୍ନୀ ହେଲେ। ସ୍ବାମୀଙ୍କ ସହକର୍ମୀମାନେ ତାଙ୍କ ଘରକୁ ଅତିଥିଭାବରେ ଆସୁଥିବାରୁ ସେମାନଙ୍କର ସତ୍କାର କରିବା ଅବସରରେ ସେମାନଙ୍କ ସହ ବେଶ୍‌ ପରିଚିତ ହୋଇପାରିଥିଲେ ଶୀଲା ଏବଂ ରାଜନୀତି ସହ ତାଙ୍କର ଉତ୍ତମ ପରିଚୟ ହୋଇପାରିଥିଲା। ତା’ପରେ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ସେ କେନ୍ଦ୍ରରେ ମନ୍ତ୍ରୀ ହେଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଦୀର୍ଘ ୧୫ ବର୍ଷ କାଳ (ସବୁଠାରୁ ଦୀର୍ଘସମୟ) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ଅମଲାତନ୍ତ୍ରୀମାନଙ୍କୁ ହେଭେନ୍‌-ବର୍ନ (ସ୍ବର୍ଗଜାତ) ବୋଲି କୁହାଯାଏ ଏବଂ ଦିଲ୍ଲୀର ଅମଲାତନ୍ତ୍ରୀ ମାନେ ଦୁଇଥର ସ୍ବର୍ଗରେ ଜାତ। କାରଣ ଦିଲ୍ଲୀ ଭାରତର ରାଜଧାନୀ ଏବଂ ସେଠାରେ ଅମଲାତନ୍ତ୍ରୀମାନଙ୍କ କ୍ଷମତା ଅପରିସୀମ। କିନ୍ତୁ ଜଣେ ଅମଲାତନ୍ତ୍ରୀଙ୍କ ବିଧବା ହୋଇଥିବାରୁ ଏବଂ ତାଙ୍କ ସ୍ବାମୀଙ୍କର ବ୍ୟାପକ ରାଜନୈତିକ ସମ୍ପୃକ୍ତି ରହିଥିବାରୁ ତାହା ଶୀଲାଙ୍କୁ ଦିଲ୍ଲୀ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ବାବୁମାନଙ୍କୁ ପରିଚାଳନା କରିବାରେ ସାହାଯ୍ୟ କଲା। ତାଙ୍କର ଜେଜେମାସୁଲଭ ସ୍ନେହ, ଅସୀମ ଜ୍ଞାନ, ଧୈର୍ଯ୍ୟ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ପାରିବାରିକ ବନ୍ଧୁତା ଓ ଯତ୍ନଶୀଳତା ଏବେ ବି ବାବୁମାନେ ଝୁରିହେଉଛନ୍ତି। ତାଙ୍କ ପରଲୋକ ପରେ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ଅବସରରେ ବହୁ କ୍ଷମତାଶାଳୀ ଲୋକ କାନ୍ଦିପକାଉଥିବା ଦେଖାଯାଇଛି।
ରାଜନେତା ଓ ବାବୁମାନଙ୍କ ଭିତରେ ସମ୍ପର୍କ ଅତିବେଶିରେ ପ୍ରୟୋଜନଭିତ୍ତିକ ହୋଇଥାଏ। କିନ୍ତୁ ଏ କ୍ଷେତ୍ରରେ ଉଭୟେ ସେମାନଙ୍କ କ୍ଷମତାକୁ ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ପ୍ରାଶସନ ଚଳାଇବାରେ ଶୀଲାଙ୍କ ଦକ୍ଷତା ଉପରେ ବାବୁମାନଙ୍କର ଥିଲା ଗଭୀର ବିଶ୍ୱାସ ଏବଂ ସେ ଅନ୍ତରର ସହ ଜନସାଧାରଣଙ୍କର କଲ୍ୟାଣ ଚାହୁଁଥିବାରୁ ବାବୁମାନେ ତାହା ବିନା ଆପତ୍ତିରେ କାର୍ଯ୍ୟକାରୀ କରୁଥିଲେ। ଫଳରେ ସେ ଅତି ସହଜରେ ଜଣେ ଲୋକପ୍ରିୟ ନେତ୍ରୀ ଭାବରେ ପରିଚିତ ହୋଇପାରିଥିଲେ। ଶେଷ ସମୟରେ କୌଣସି ପଦପଦବୀରେ ନ ଥାଇ ବି ଶୀଲାଙ୍କ ପରଲୋକରେ ସାରା ଦିଲ୍ଲୀ ନଗରୀ ଶୋକସନ୍ତପ୍ତ ହେବା ଏବଂ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ହେବା କିଛି ଲୋକଙ୍କୁ ହତଚକିତ କରିଦେଇ ଥାଇପାରେ। କିନ୍ତୁ ସାଧାରଣ ଦିଲ୍ଲୀବାସୀ, ଦଳୀୟ ସହକର୍ମୀ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ, ବନ୍ଧୁ, ଅମଲାତନ୍ତ୍ରୀ ଓ ପ୍ରଶଂସକମାନଙ୍କ ପାଇଁ ଏହା ଆଦୌ ଆଶ୍ଚର୍ଯ୍ୟକର ଘଟଣା ନ ଥିଲା।
ଯେଉଁମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ସେମାନଙ୍କ ମଧ୍ୟରୁ ଅନେକ ଥିଲେ ପୂର୍ବତନ ଅମଲାତନ୍ତ୍ରୀ। ସେମାନଙ୍କ ମଧ୍ୟରୁ ଅନେକେ ଶୀଲାଙ୍କ ସହ ତାଙ୍କର ୧୫ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ କାର୍ଯ୍ୟ କରିଥିଲେ ଏବଂ ତାଙ୍କ ପ୍ରଶାସନିକ ଦକ୍ଷତା ବିଷୟରେ ବାସ୍ତବରେ ଜାଣିଥିଲେ। ତାଙ୍କ ପ୍ରଶାସନିକ ଦୂରଦୃଷ୍ଟି ଯୋଗୁ ହିଁ କୁହୁଡ଼ିଆ ଧୂଆଁ (ସ୍ମଗ୍‌) ଦ୍ୱାରା ପ୍ରଦୂଷିତ ଓ ଟ୍ରାଫିକ୍‌ ସମସ୍ୟା ଜର୍ଜରିତ ଦିଲ୍ଲୀ ନଗରୀ ସିଏନ୍‌ଜି-ଚାଳିତ କମ୍‌ ପ୍ରଦୂଷିତ ନଗରୀରେ ପରିଣତ ହୋଇପାରିଥିଲା। ତାଙ୍କ ଚଲାପଥ ଅବଶ୍ୟ ସହଜ ନ ଥିଲା, ବାଧାବିଘ୍ନମୟ ଓ କଙ୍କରିତ ଥିଲା, ଯାହାକୁ ସେ ଅସୀମ ଧୈର୍ଯ୍ୟ, ସାହସ ଓ ଚେଷ୍ଟା ଦ୍ୱାରା ସ୍ବ-ଅନୁକୂଳ କରିପାରିଥିଲେ। ତାଙ୍କ ଲିଗାସୀ ବାସ୍ତବ ଅର୍ଥରେ ସବୁଦିନ ପାଇଁ ମନେରହିବ। ସେଥିପାଇଁ ବୋଧହୁଏ ତାଙ୍କ ଅନ୍ତ୍ୟେଷ୍ଟିରେ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତା, ବିଭିନ୍ନ ପାହ୍ୟା ଓ ପଦପଦବୀର ଅମଲାତନ୍ତ୍ରୀ ଓ ସାଧାରଣ ଦିଲ୍ଲୀବାସୀ ଯୋଗଦେବା ଏବଂ ଶୋକପ୍ରକାଶ କରିବା ଦେଖାଯାଇଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri