ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି ସେମାନେ। ଏମିତି ଜଣେ ମହିଳା ହେଉଛନ୍ତି ତୃପ୍ତି ଭଟ୍ଟ। ସେ ଭାରତୀୟ ପୋଲିସ ସେବା( ଆଇପିଏସ୍‌) ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖି ତାହା ହାସଲ କରିଛନ୍ତି ଏବଂ ଏହା ପୂର୍ବରୁ ସେ ୧୬ଟି ସରକାରୀ ଚାକିରି ପାଇଁ ଯୋଗ୍ୟ ହୋଇ ସେସବୁକୁ ଛାଡ଼ିଛନ୍ତି। ଏପରିକି ୨୦୧୩ରେ ସେ ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇ ଆଇଏଏସ୍‌ ପାଇଥିଲେ ମଧ୍ୟ ଆଇପିଏସ୍‌ରେ ଯୋଗଦେଇଥିଲେ। ତୃପ୍ତି ଏବେ ଡେରାଡୁନ୍‌ର ଏସ୍‌ପି( ଗୋଇନ୍ଦା ଓ ସୁରକ୍ଷା) ଅଛନ୍ତି। ତାଙ୍କ ସଫଳତା ପଛରେ ଏକ କାହାଣୀ ରହିଛି। ସେ ଯେତେବେଳେ ୯ମ ଶ୍ରେଣୀରେ ପଢୁଥିଲେ ସେତେବେଳେ ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମଙ୍କ ସହ ତାଙ୍କୁ ସାକ୍ଷାତ ହେବାର ସୁଯୋଗ ମିଳିଥିଲା। ଡ.କଲାମ ଏକ ହାତଲେଖା ଚିଠି ଦେଇଥିଲେ ଯାହା ତାଙ୍କୁ ଦେଶ ସେବା ଲାଗି ପ୍ରେରିତ କରିଥିଲା। ପରେ ସେ ଆଇପିଏସ୍‌ ଅଧିକାରୀ ହେବାକୁ ଚାହିଁଥିଲେ। କିନ୍ତୁ ତା’ପୂର୍ବରୁ ସେ ନିଯୁକ୍ତି ପାଇଁ ଯୋଗ୍ୟହୋଇ ଛାଡ଼ିଥିବା ସରକାରୀ ଚାକିରିରେ ଇସ୍ରୋର ଚାକିରି ମଧ୍ୟ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

LPG ସିଲିଣ୍ଡରକୁ ନେଇ ଆସିଲା ଖୁସି ଖବର, ଆସୁଛି ୪୦ ଟ୍ୟାଙ୍କର ରୋଷେଇ ଗ୍ୟାସ

ତେହରାନ/ନୂଆଦିଲ୍ଲୀ,୧୮।୬: ଫେବୃଆରୀ ମାସରୁ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିଲା, ଯାହା ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିଲା। ବିଶେଷକରି ଭାରତ…

ୟୁକ୍ରେନର ଡ୍ରୋନ ମାଡରେ ହୁତୁହୁତୁ ହୋଇ ଜଳିଲା ମସ୍କୋ ଅଏଲ ରିଫାଏନାରୀ

ମସ୍କୋ,୧୮।୬: ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରିଛି। ମସ୍କୋର କାପୋଟନିଆ ଜିଲାରେ ଥିବା ଏକ ତୈଳ ବିଶୋଧନାଗାରରେ ଏକ ୟୁକ୍ରେନୀୟ ଡ୍ରୋନ ଆକ୍ରମଣ କରିଛି; ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri