ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ ଦୁର୍ବଳ ବିକଳ୍ପ। ଯେତେବେଳେ ଏୟାରଲାଇନ୍ସ ବିଜ୍‌ନେସ୍‌ ଠପ୍‌ ହୋଇଯାଏ ଏବଂ ସାରା ଭାରତରେ ବିମାନବନ୍ଦରଗୁଡ଼ିକର ଅବ୍ୟବସ୍ଥା କ୍ରୋଧ ସୃଷ୍ଟି କରେ, ସେତେବେଳେ ସମସ୍ୟାର ସମାଧାନ ପାଇଁ ଜଣେ ବିମାନ ସିଇଓ ହାତଯୋଡ଼ି ମନ୍ତ୍ରୀଙ୍କ ସମ୍ମୁଖରେ ପ୍ରାର୍ଥନା କରୁଥିବା ଫଟୋକୁ ପ୍ରସାରିତ କରିବାକୁ ପଡ଼େ, ଯେଉଁଥିରେ ସମସ୍ୟା ସମାଧାନ ହୋଇଯାଏ। ଯେତେବେଳେ ଏକ କୋଠାରେ ଅଗ୍ନିକାଣ୍ଡ ଘଟି ଅନେକ ଡଜନ ମୃତ୍ୟୁବରଣ କରୁଛନ୍ତି, ତାହାର ସମାଧାନ ହେଉଛି କୋଠାର ଅବଶିଷ୍ଟାଂଶକୁ ବୁଲ୍‌ଡୋଜରରେ ଧ୍ୱଂସ କରିଦେବା। ସମସ୍ୟାର ଆଉ ଏକ ସନ୍ତୋଷଜନକ ସମାଧାନ ହେଉଛି ପୁନଃ ନାମକରଣ। ନୂତନ ଭାରତରେ ଏମ୍‌ଜିଏନ୍‌ଆର୍‌ଇଜିଏକୁ ଏବେ ପୂଜ୍ୟ ବାପୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ବୋଲି କୁହାଯିବ ଏବଂ ଏହାକୁ ବିସ୍ତାରିତ କରାଯିବ। ୧୦ବର୍ଷ ପୂର୍ବେ ଦାୟିତ୍ୱ ଗ୍ରହଣ କରିବାର କିଛିମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ କହିଥିଲେ, ଏମ୍‌ଜିଏନ୍‌ଆର୍‌ଇଜିଏ ଜାରି ରହିବ, କାରଣ ଏହା ମନମୋହନ ସିଂହଙ୍କ ସରକାରଙ୍କ ଖରାପ ପ୍ରଦର୍ଶନକୁ ଦର୍ଶାଇବ। ସେ ବିରୋଧୀଙ୍କୁ କହିଥିଲେ, ”ମୋର ରାଜନୈତିକ ପ୍ରବୃତ୍ତି ମୋତେ କହୁଛି ଯେ ଏମ୍‌ଜିଏନ୍‌ଆର୍‌ଇଜିଏ ବନ୍ଦ କରାଯିବା ଉଚିତ ନୁହେଁ, କାରଣ ଏହା ଆପଣଙ୍କ ବିଫଳତାର ଏକ ଜୀବନ୍ତ ସ୍ମାରକୀ। ଏତେ ବର୍ଷ କ୍ଷମତାରେ ରହିବା ପରେ, ଆପଣ କେବଳ ଜଣେ ଗରିବ ଲୋକକୁ ମାସକୁ କିଛିଦିନ ଖାତ ଖୋଳିବାକୁ ଦେଇପାରିଲେ।“ ନୀତିନ୍‌ ଗଡ଼କରୀ କହିଥିଲେ, ଏମ୍‌ଜିଏନ୍‌ଆର୍‌ଇଜିଏ ଭାରତର ଏକ ତୃତୀୟାଂଶ ଜିଲା ମଧ୍ୟରେ ସୀମିତ ରହିବ ଏବଂ ହିତାଧିକାରୀଙ୍କ ପାଇଁ ମଜୁରି ହ୍ରାସ କରାଯିବ। ଅନୁମାନ କରାଯାଇଥିଲା ଯେ ମୋଦିଙ୍କ ଶାସନରେ ନିଯୁକ୍ତି ସୃଷ୍ଟି କରାଯାଇ ଯୋଜନାକୁ ଅନାବଶ୍ୟକ କରିଦେବ। ଡିସେମ୍ବର ୨୦୧୪ ସୁଦ୍ଧା, ପାଞ୍ଚଟି ରାଜ୍ୟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ୨୦୧୩ ତୁଳନାରେ ୨୦୧୪ରେ କେନ୍ଦ୍ରଠାରୁ ଯଥେଷ୍ଟ କମ୍‌ ପାଣ୍ଠି ପାଇଥିଲେ। ତେବେ ଭାରତର ଅର୍ଥନୀତି ଦୁର୍ବଳ ହୋଇ ବେରୋଜଗାର ବୃଦ୍ଧି ପାଇବାରୁ ମୋଦି ଯେଉଁ ଯୋଜନାକୁ ବିଫଳ ବୋଲି କହିଥିଲେ ସେହି ଯୋଜନାରେ ଅଧିକରୁ ଅଧିକ ନିବେଶକଲେ। ୨୦୧୪-୧୫ରେ ଏମ୍‌ଜିଏନ୍‌ଆର୍‌ଇଜିଏ ୩୨,୦୦୦ କୋଟି ଟଙ୍କା ପାଇଲା; ୨୦୧୫-୧୬ ରେ ୩୭,୦୦୦ କୋଟି ଟଙ୍କା; ୨୦୧୬-୧୭ ରେ ୪୮,୦୦୦ କୋଟି ଟଙ୍କା; ୨୦୧୭-୧୮ ରେ ୫୫,୦୦୦ କୋଟି ଟଙ୍କା; ୨୦୧୮-୧୯ ରେ ୬୧,୦୦୦ କୋଟି ଟଙ୍କା; ୨୦୧୯-୨୦ ରେ ୭୧,୦୦୦ କୋଟି ଟଙ୍କା ଏବଂ ୨୦୨୦-୨୧ ରେ ୧,୧୧,୦୦୦ କୋଟି ଟଙ୍କା। ମୋଦିଙ୍କ ସମୟରେ ମନମୋହନ ସିଂହଙ୍କ ସମୟ ସ୍ମାରକୀର ଆକାର ପ୍ରାୟ ୩ ଗୁଣ ହୋଇଗଲା। ସେବେଠାରୁ କୌଶଳରେ ଏମ୍‌ଜିଏନ୍‌ଆର୍‌ଇଜିଏ ବଜେଟକୁ ଅସ୍ପଷ୍ଟ ରଖାଯିବା ରାଜ୍ୟଗୁଡ଼ିକୁ ପାଣ୍ଠି ପାଇବାରୁ ବଞ୍ଚିତ କରିବା ଭଳି କାର୍ଯ୍ୟ କରାଯାଇଛି। ଏହା ନିଃସନ୍ଦେହ ଯେ, ଏବେ ଯୋଜନାର ପୁନଃ ନାମକରଣ ଏହି ସମସ୍ତ ସମସ୍ୟାର ସମାଧାନ କରିବ। ଏହା ଆମ ସୁଶାସନର ଇତିହାସ। ଯେଉଁ କଷ୍ଟକର କାର୍ଯ୍ୟଗୁଡ଼ିକ ପାଇଁ ଯୋଜନା ଓ କାର୍ଯ୍ୟାନ୍ବୟନ ଆବଶ୍ୟକ ଥିଲା, ସେଗୁଡ଼ିକୁ ପ୍ରଥମେ ଗ୍ରହଣ କରାଯାଇଥିଲା ଏବଂ ତା’ପରେ ପରିତ୍ୟାଗ କରାଗଲା। ନିର୍ବାଚନ ବିଜୟ ପରେ ଜୁନ୍‌ ୨୦୧୪ରେ ନମାମି ଗଙ୍ଗେ ଯୋଜନାରେ ଏହା ଘଟିଥିଲା। ପ୍ରଦୂଷଣ ହ୍ରାସ, ଗଙ୍ଗାର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ୨୦,୦୦୦ କୋଟି ଟଙ୍କା ବରାଦ କରାଯାଇଥିଲା। ଗଙ୍ଗା ନିରନ୍ତର ସମୁଦ୍ରକୁ ପ୍ରବାହିତ ହେଉଥିବାରୁ ଏହାକୁ ଏତେ ସଫା କରିବା ଆବଶ୍ୟକ ନ ଥିଲା, ବରଂ କିଭଳି ଅଧିକ ପ୍ରଦୂଷକ ଏଥିରେ ପ୍ରବେଶ ନ କରିବ ତାହା ନିଶ୍ଚିତ କରିବାର ଥିଲା। କାରଣ ଏହା ଏକ ଗମ୍ଭୀର ସମସ୍ୟା ଯାହା ଅନେକ ସ୍ଥାନରେ ଘଟୁଛି, ଯେଉଁଠାରେ ନଦୀକୁ ତରଳ ରାସାୟନିକ ବର୍ଜ୍ୟ ଛଡ଼ାଯାଉଛି। ଯେତେବେଳେ ଜାଣିବାକୁ ମିଳିଲା ଯେ ଗଙ୍ଗାକୁ ସଫା କରିବା ପାଇଁ ଯଥେଷ୍ଟ ପ୍ରୟାସ ଆବଶ୍ୟକ, ସେତେବେଳେ ପ୍ରକଳ୍ପ ପାଇଁ ଉତ୍ସାହ କମିଗଲା।
ଫେବୃଆରୀ ୨୦୧୭ରେ, ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ମତ ଦେଇଥିଲେ ଯେ, ଗଙ୍ଗା ନଦୀର ଗୋଟିଏ ବୁନ୍ଦା ଏ ପର୍ଯ୍ୟନ୍ତ ସଫା କରାଯାଇ ନାହିଁ ଏବଂ ସରକାର କେବଳ ସାଧାରଣ ଲୋକଙ୍କ ଟଙ୍କା ନଷ୍ଟ କରୁଛନ୍ତି। ପରବର୍ଷ, ଗଙ୍ଗାକୁ ସୁରକ୍ଷା ଦେବା ପାଇଁ ଏକ ଆଇନ ଦାବିକରି ଆସୁଥିବା ତଥା ୧୧୧ ଦିନ ଧରି ଆମରଣ ଅନଶନରେ ଥିବା ୮୬ ବର୍ଷୀୟ ପରିବେଶବିତ୍‌ ଜି.ଡି. ଅଗ୍ରୱାଲ ଶେଷରେ ପାଣି ନ ପିଇ ପ୍ରାଣ ହରାଇଥିଲେ। ଅଗ୍ରୱାଲଙ୍କ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଗଡକରୀ (ଯିଏ କେନ୍ଦ୍ର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରୀ ଥିଲେ) କହିଥିଲେ, ଅଗ୍ରୱାଲଙ୍କ ପ୍ରାୟ ସମସ୍ତ ଦାବି ପୂରଣ ହୋଇଛି। ନମାମି ଗଙ୍ଗେ ପାଇଁ ଦିଆଯାଇଥିବା ଅର୍ଥ ୨୦୧୬-୧୭ରେ ୨୫୦୦ କୋଟି ଟଙ୍କାରୁ ହ୍ରାସ ପାଇ ୨୦୧୭-୧୮ରେ ୨୩୦୦ କୋଟି ଟଙ୍କା ଏବଂ ତା’ପରେ ୨୦୧୮-୧୯ରେ ୬୮୭ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ୨୦୧୯-୨୦ରେ ପ୍ରାୟ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେହି ବର୍ଷ ପ୍ରକଳ୍ପକୁ ‘ଜଳ ଶକ୍ତି’ ପ୍ରକଳ୍ପରେ ପରିଣତ କରାଯାଇଥିଲା। ଯେତେବେଳେ ମାର୍ଚ୍ଚ ୨୦୨୦ରେ ଲକ୍‌ଡାଉନ ଯୋଗୁ ପ୍ରଦୂଷଣକାରୀ ୟୁନିଟ୍‌ଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ ହୋଇଗଲା, ମୋଦି ସରକାର ଦାବି କରିଥିଲେ ଯେ ଗଙ୍ଗା ସଫା ହୋଇଯାଇଛି। ‘ସ୍ବଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନ’ ଲାଗି ଥିବା ସରକାରୀ ୱେବ୍‌ସାଇଟରୁ ଜଣାପଡ଼ିଛି ଯେ, ଏହାକୁ ପରିଚାଳନା କରୁଥିବା ପରିଷଦର ବୈଠକ ୧୦ ବର୍ଷ ମଧ୍ୟରେ କେବଳ ୨ଥର ଗୋଟିଏ ୧୪ ଡିସେମ୍ବର ୨୦୧୯ ଏବଂ ଦ୍ୱିତୀୟଟି ୩୦ ଡିସେମ୍ବର ୨୦୨୨ରେ ହୋଇଥିଲା। ୧୦ ବର୍ଷ ପରେ ଅତ୍ୟଧିକ ପ୍ରଚାର ପରେ ଗଙ୍ଗା ସଫା ହୋଇଯାଇଛି କି? ବିରୋଧୀ ଦଳ କହୁଛି ନା। ‘୨୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ଗଙ୍ଗା ନଦୀ କାହିଁକି ମଇଳା ହୋଇଛି: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ପଚାରିଛି’- ଏହା ଥିଲା ୧୪ ମେ ୨୦୨୪ରେ ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ଶିରୋନାମା। ୨ ଥରରୁ ଅଧିକ ଅର୍ଥାତ୍‌ ୧୦ ବର୍ଷରୁ ଅଧିକ ସମୟ ପଦରେ ରହିବା ପରେ ସୁଶାସନ ବିଷୟରେ କହିବାରେ ଏହା ହେଉଛି ସମସ୍ୟା। ଏହି ରେକର୍ଡ ଆମ ସାମ୍ନାରେ ଅଛି ଏବଂ ପ୍ରତିଦିନ ପ୍ରକାଶ ପାଇଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?