ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି ବନ୍ଧୁକଧାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଫେରାର ଥିବା କୁହାଯାଉଛି। ଆକ୍ରମଣ ବେଳେ ବେଳାଭୂମିରେ ଇହୁଦୀମାନଙ୍କ ପର୍ବ ‘ହାନୁକ୍କା’ ଚାଲିଥିଲା। ଇହୁଦୀଙ୍କ କ୍ୟାଲେଣ୍ଡର ଅନୁଯାୟୀ ହିବ୍ରୁ ମାସରେ ୮ ଦିନ ଧରି ଏହି ଉତ୍ସବ ପାଳନ କରାଯାଇଥାଏ। ଚଳିତବର୍ଷ ଏହା ଡିସେମ୍ବର ୧୪ରୁ ଆରମ୍ଭ ହୋଇ ୨୨ ଯାଏ ଚାଲିବ ବୋଲି ସ୍ଥିର ହୋଇଥିଲା। ଉକ୍ତ ଧର୍ମୀୟ ଉତ୍ସବର ପ୍ରଥମ ଦିନରେ ବଣ୍ଡାଇ ବେଳାଭୂମିରେ ୧ ହଜାରରୁ ଊର୍ଦ୍ଧ୍ୱ ଇହୁଦୀ ଏକତ୍ରିତ ହୋଇଥିବା ବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। କୁହାଯାଉଛି ଇହୁଦୀମାନଙ୍କ ପ୍ରତି ଘୃଣାଭାବ ପ୍ରଦର୍ଶନପୂର୍ବକ ଏଭଳି ଆକ୍ରମଣ କରାଯାଇଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ସମ୍ପୃକ୍ତ ଆକ୍ରମଣରେ ବିଦେଶୀ ଶକ୍ତିର ହାତ ଥିବା କହି ଇରାନ୍‌ ଆଡ଼କୁ ଇଙ୍ଗିତ କରିଛନ୍ତି। ସୂଚନା ଦିଆଯାଇପାରେ ଯେ, ୭ ଅକ୍ଟୋବର ୨୦୨୩ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ଇରାନ୍‌ ଇହୁଦୀ ବିରୋଧୀ ମନ୍ତବ୍ୟ ଦେବା ସହ ହମାସକୁ ସାମରିକ ସହଯୋଗ ଯୋଗାଇଆସୁଛି। ଇସ୍ରାଏଲ-ହମାସ ଯୁଦ୍ଧ ସ୍ଥିତି ଉପରେ ଅଷ୍ଟ୍ରେଲିଆ ବିଭିନ୍ନ ସମୟରେ ଭିନ୍ନ ମତ ରଖି ଆସୁଥିବାରୁ ହମାସ ସପକ୍ଷବାଦୀ ରାଷ୍ଟ୍ର ପକ୍ଷରୁ ଏଭଳି ଆକ୍ରମଣ ହୋଇଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ଚଳିତବର୍ଷ ଜୁଲାଇରେ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଥିଲା ଯେ, ଗାଜାର ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି ଏବଂ ଅଷ୍ଟ୍ରେଲିଆ ପାଇଁ ପ୍ରତିଟି ନିରୀହଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ । ପୁଣି ଆଧୁନିକ ଇସ୍ରାଏଲ ରାଷ୍ଟ୍ର ଗଠନକୁ ଅଷ୍ଟ୍ରେଲିଆ ସମର୍ଥନ କରିଆସୁଥିବା କହିଥିଲା। ଗତ ଡିସେମ୍ବର ୪ରେ ଅଷ୍ଟ୍ରେଲିଆ ପୁଣି ତା’ର ମତ ପରିବର୍ତ୍ତନ କରି ଜାତିସଂଘର ଏକ ପ୍ରସ୍ତାବକୁ ସମର୍ଥନ କରିଥିଲା, ଯାହା ଦାବି କରିଥିଲା ଯେ ଇସ୍ରାଏଲ ଯଥାସମ୍ଭବ ଅଧିକୃତ ପାଲେଷ୍ଟାଇନ୍‌ ଅଞ୍ଚଳରେ ତା’ର ବେଆଇନ ଉପସ୍ଥିତିକୁ ସମାପ୍ତ କରୁ। ଏଥିରୁ ବୁଝିବାକୁ ହେବ ଯେ, କୌଣସି ପ୍ରସଙ୍ଗରେ ଏକ ଦେଶ ତା’ର ବୈଦେଶିକ ନୀତିକୁ ବାରମ୍ବାର ପରିବର୍ତ୍ତନ କରିଚାଲିଲେ ତାହା ଅନ୍ୟମାନଙ୍କ ବିଶ୍ୱାସ ହରାଇଥାଏ।
ଆଜିର ପୃଥିବୀରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲୁଥିଲେ ମଧ୍ୟ ଅନ୍ୟ ରାଷ୍ଟ୍ରଗୁଡ଼ିକ ପ୍ରଭାବିତ ହୋଇଥାଆନ୍ତି, ତାହା ସାମରିକ ହେଉ ବା ଆର୍ଥିକ ଦୃଷ୍ଟିକୋଣରୁ। ଏବେ ଇସ୍‌ଲାମୀୟ ଜେହାଦୀଙ୍କ ଦ୍ୱାରା ଘଟାଯାଉଥିବା ହିଂସା ବିଶ୍ୱବ୍ୟାପୀ ହୋଇଗଲାଣି। ସେଥିପାଇଁ ପ୍ରତ୍ୟେକ ଦେଶକୁ ନିଜ ସୁରକ୍ଷା ସକାଶେ ସ୍ପଷ୍ଟ ପଦକ୍ଷେପ ନେବାକୁ ହେବ। କୌଣସି ଦେଶର ବିଭାଜିତ କିମ୍ବା ଦୁର୍ବଳ ନେତୃତ୍ୱ ଜେହାଦୀ ଆକ୍ରମଣକୁ ନିମନ୍ତ୍ରଣ କରିଥାଏ। ମନେରଖିବାକୁ ହେବ ଯେ, ଆଜିର ପରିସ୍ଥିତିରେ ଇସ୍‌ଲାମୀୟ ଆତଙ୍କବାଦୀ ବିଦେଶରୁ ଆସିବା ଦରକାର ନାହିଁ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?