ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ ପ୍ରସାରଣ ଜରୁରୀ।
ପୁସ୍ତକର ବିପଣନ ତଥା ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବାର ଏକ ମାଧ୍ୟମ ହେଉଛି ପୁସ୍ତକ ପ୍ରଦର୍ଶନୀ ବା ବହିମେଳା। ଏହା ଜ୍ଞାନ ପିପାସା ଓ ଜିଜ୍ଞାସାର ମହାଯଜ୍ଞ। ସାହିତ୍ୟ ସହ ପାଠକକୁ ଯୋଡ଼ିବା ନିମନ୍ତେ ଏକ ସାଂସ୍କୃତିକ ମେଳଣ। ସୁସ୍ଥ ସମାଜ ଗଠନ ପାଇଁ ପୁସ୍ତକ ଏକ ମୂଲ୍ୟବାନ୍‌ ପୁଞ୍ଜି। ତା’ର ପ୍ରସାରଣ ଉପରେ ନିର୍ଭରକରେ ଦେଶ ଜାତିର ବୌଦ୍ଧିକ ବିକାଶ। ଏହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଛି ପୁସ୍ତକ ପ୍ରଦର୍ଶନୀ।
ଆମ ରାଜ୍ୟରେ ପୁସ୍ତକ ପ୍ରଦର୍ଶନୀ କହିଲେ ଆଗେ ଭୁବନେଶର ପୁସ୍ତକମେଳାକୁ ବୁଝାଉଥିଲା, ଯାହା ୧୯୮୫ ଜୁନ୍‌ ୨ ତାରିଖରେ ଆରମ୍ଭ ହୋଇଥିଲା ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ ଓ ଲେଖକ ସାମ୍ମୁଖ୍ୟର ମିଳିତ ପ୍ରୟାସରେ। ଏହାର ଲୋକପ୍ରିୟତାକୁ ଦେଖି ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସଂଗଠନ ପକ୍ଷରୁ ଆୟୋଜନ ହେଲା ଛୋଟ ବଡ଼ ଅନେକ ପୁସ୍ତକମେଳା। କେବଳ ରାଜଧାନୀରେ ଭୁବନେଶର ପୁସ୍ତକ ମେଳା,ରାଜଧାନୀ ପୁସ୍ତକ ମେଳା (୨୦୦୦), କଳିଙ୍ଗ ପୁସ୍ତକମେଳା(୨୦୦୪), ଏକାମ୍ର ପୁସ୍ତକ ମେଳା (୨୦୧୧) ନାମରେ ଚାରିଟି ବଡ଼ ବଡ଼ ପୁସ୍ତକମେଳା ଆୟୋଜନ ହେଲା ଭିନ୍ନ ଭିନ୍ନ ସମୟରେ।
ରାଜଧାନୀର ଏହି ଚାରୋଟି ଯାକ ମେଳାକୁ ମିଶାଇ ଗୋଟିଏ ବିଶ୍ବସ୍ତରୀୟ ପୁସ୍ତକମେଳା ଆୟୋଜନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଲେ (୨୦୧୮) ଏବଂ ତଦନୁଯାୟୀ ଓଡ଼ିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର ସହଯୋଗରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେଲା ରାଜ୍ୟ ପୁସ୍ତକ ମହୋତ୍ସବର ପ୍ରଥମ ସଂସ୍କରଣ ‘ଅକ୍ଷର’- ୨୦୧୯। ସେହି କ୍ରମରେ ଏଥର ଗତ ୬ ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ତା’ର ଷଷ୍ଠ ସଂସ୍କରଣ ପୁସ୍ତକ ମହୋତ୍ସବ -୨୦୨୫।
ପୁସ୍ତକ ମେଳା ହେଉଛି ଏକ ଜ୍ଞାନଯଜ୍ଞ,ଯାହା ଜ୍ଞାନ କର୍ମକୁ ଦେଖାଏ ଠିକ୍‌ ରାସ୍ତା। ପୁସ୍ତକ ମେଳାରେ ଦେଶ ବିଦେଶର ବହୁ ପ୍ରକାଶକ ଯୋଗଦିଅନ୍ତି ଏବଂ ଏଠାରେ ଉପଲବ୍ଧ ହୁଏ ସବୁ ବର୍ଗର ପାଠକଙ୍କ ପାଇଁ ଉପାଦେୟ ବହି, ଯାହା ଏକକାଳୀନ ମିଳିବା ସମ୍ଭବ ନୁହେଁ ବଡ଼ ବଡ଼ ବହି ଦୋକାନରେ। ପୁସ୍ତକ ମେଳାରେ ପ୍ରକାଶକଙ୍କ ପକ୍ଷରୁ ଅତିରିକ୍ତ ରିହାତି ଦିଆଯାଏ, ଯାହା ଗ୍ରାହକମାନଙ୍କ ପାଇଁ ବିଶେଷ ଆକର୍ଷଣ। ଏଥିସହ ଏଠାରେ ଗ୍ରାହକଙ୍କୁ ମିଳୁଥିବା ଅତିରିକ୍ତ ରିହାତି ମଧ୍ୟ ତା’ର ଏକ ବିଶେଷ ଆକର୍ଷଣ। କଥାରେ ଅଛି ଘୋର କୀର୍ତ୍ତନ ବେଳେ ମୂକ ବି ଆଁ କରିଦିଏ କିଛି ଗାଇବା ପ୍ରୟାସରେ। ହାତ ପାହାନ୍ତାରେ ଓ ରିହାତି ଦରରେ ଦୁର୍ଲଭ ବହି ଉପଲବ୍ଧ ହେଉଥିବାରୁ ନ କିଣିବା ଲୋକ ବି ଇଚ୍ଛାକରେ ମନପସନ୍ଦର କିଛି ବହି କିଣିନେବା ପାଇଁ।
ଲେଖକ ଯେମିତି ଶବ୍ଦ ବିନ୍ଧାଣି, ପ୍ରକାଶକ ସେମିତି ଐତିହ୍ୟର ସଂରକ୍ଷକ। ପାଠକ ହେଉଛି ଲେଖକର ପ୍ରେରଣା। ଏହି ୩ ଜଣଙ୍କୁ ଏକାଠି କରିବା ପାଇଁ ପୁସ୍ତକମେଳା ଏକ ସାଂସ୍କୃତିକ ମେଳଣ। ଏହି ମେଳଣ ପ୍ରତି ଜିଜ୍ଞାସୁ ପାଠକର ଆକର୍ଷଣ ବେଶି। ବହିମେଳା ସମୟକୁ ସେ ଉତ୍କଣ୍ଠାର ସହ ଅପେକ୍ଷାକରି ରହିଥାଏ ମନପସନ୍ଦର ବହି କିଣିବା ପାଇଁ। ପୁସ୍ତକ ମେଳା ତାକୁ ଆଣିଦିଏ ଭାବ ବିନିମୟର ସୁଯୋଗ। ଏଠାରେ ପ୍ରକାଶକ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିପାରେ ପାଠକ। ସାହିତ୍ୟ ପ୍ରତି ପାଠକକୁ ଆକର୍ଷିତକରିବା ଏବଂ ଏକ ସାହିତି୍ୟକ ପରିବେଶ ମାଧ୍ୟମରେ ବୌଦ୍ଧିକ ଚେତନାର ପରିବର୍ତ୍ତନ ଆଣିବା ପୁସ୍ତକମେଳାର ପ୍ରଧାନ ଲକ୍ଷ୍ୟ। ତେଣୁ ଏଠାରେ ପ୍ରତିଦିନ ଆୟୋଜନ ହୁଏ ସାରସତ ଆସର। ଏ ଆସର କବିତାର, ଗଳ୍ପର, ଉପନ୍ୟାସର, ଆଲୋଚନା ଓ ପଠନର। ଏଠାକୁ ଆମନ୍ତ୍ରିତ ହୋଇଆସନ୍ତି ଲବ୍ଧ ପ୍ରତିଷ୍ଠିତ କବି,ଲେଖକ,ଗବେଷକ,ସମାଲୋଚକ, ସ୍ତମ୍ଭକାର ଓ ଭିନ୍ନଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଶେଷଜ୍ଞମାନେ। ସାହିତ୍ୟମୁଖର ହୋଇଉଠେ ପୁସ୍ତକମେଳାର ପ୍ରତିଟି ସନ୍ଧ୍ୟା। ଭାଷା,ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ସାଙ୍ଗକୁ ଆୟୋଜିତ ହୁଏ କବିତାପାଠ, କବି ସମ୍ମିଳନୀ, ଶିଶୁମେଳା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଗୋଟିଏ ମଞ୍ଚରେ ଲେଖକ,ପାଠକ, ପ୍ରକାଶକ,ବିକ୍ରେତା,ମୁଦ୍ରାକର, ଚିତ୍ରଶିଳ୍ପୀ ପ୍ରମୁଖ ଏକାଠି ହୋଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରନ୍ତି ଏବଂ ଖୋଜନ୍ତି ତା’ର ସମାଧାନର ସୂତ୍ର।
କେବଳ ସାହିତ୍ୟ ସମ୍ପର୍କିତ ସମସ୍ୟା ନୁହେଁ, ଆଲୋଚନା ହୁଏ ଏକ ବୃହତର ସମାଜ ସଂସ୍କୃତି କଥା। ପୁସ୍ତକ ମେଳା ସହ ଯୋଡ଼ିହୋଇ ରହିଛି ପୂଜ୍ୟପୂଜା ପରମ୍ପରା। ଏଠାରେ ବିଶିଷ୍ଟ କବି, ଲେଖକ, ପ୍ରକାଶକ ତଥା ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ, ସମ୍ମାନିତ କରିବା ସହ ଲୋକାର୍ପଣ ହୁଏ ଅନେକ ନୂଆ ନୂଆ ବହି। ଗାଁ ପରିମଳ ଧୋବା ତୁଠରୁ ନ୍ୟାୟରେ ପୁସ୍ତକ ମେଳାରୁ ଜାଣିହୁଏ ଗୋଟିଏ ବର୍ଷରେ ପ୍ରକାଶ ପାଉଥିବା ବହିର ପରିମାଣ ଏବଂ ପାଠକୀୟ ଆଦୃତିର ସ୍ତର। ସମ୍ପ୍ରତି ରାଜ୍ୟ ପୁସ୍ତକ ମହୋତ୍ସବକୁ ଦେଖିଲେ ମନେହୁଏ ଯେଉଁ ପରିମାଣରେ ଆଙ୍ଗିକ ଚାକଚକ୍ୟ ବଢ଼ିଛି, ସେହି ମାତ୍ରାରେ ବଢ଼ିଛି ଆତ୍ମାର ମଳିନତା। ପୁସ୍ତକ ପ୍ରକାଶନ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଥିଲେ ବି ଅନ୍ଧାରି ଉପତ୍ୟକାରେ ହଜିଯାଇଛି ବହି ପଢ଼ିବାର ନିଶା। ଗୋଟିଏ ସମୟରେ ବହିପ୍ରେମୀଙ୍କୁ ଉଚ୍ଚାଟ କରୁଥିଲା ବହିର ବାସ୍ନା। ବହିଖଣ୍ଡେ ପାଇବା ମାତ୍ରେ ପଢ଼ା ନ ସରିବା ପର୍ଯ୍ୟନ୍ତ ଭୁଲିଯାଉଥିଲେ
ଭୋକଶୋଷ। ଭ୍ରମଣରେ ଗଲାବେଳେ ସାଙ୍ଗରେ ନେଉଥିଲେ ବହି। ସେମାନଙ୍କ ପାଇଁ ବହି ଥିଲା ବଞ୍ଚିବାର ସଞ୍ଜୀବନୀ। ଏମିତି ଲେଖକ ବି ଥିଲେ, ତାଙ୍କର ପରବର୍ତ୍ତୀ ବହି ବଜାରକୁ କେବେ ଆସିବ ବୋଲି ବାରମ୍ବାର ପଚାରି ବୁଝୁଥିଲେ ପାଠକ।
ଏବେ ତ କବି ଓ ଲେଖକଙ୍କ ଥାଟପଟାଳି ମଧ୍ୟରେ ଗାଁରୁ ସହର ଯାଏ ପ୍ରତିଦିନ ଲୋକାର୍ପଣ ଅସୁମାରି ପୁସ୍ତକ। ଅଥଚ ବହି ପଢ଼ିବାର ନିଶା ଅନ୍ଧାରି ଉପତ୍ୟକାରେ।
ସବୁ ଖାଦ୍ୟ ରକ୍ତରେ ମିଶେନାହିଁ କି ସବୁ ସାରକୁ ଗ୍ରହଣ କରେନାହିଁ ଗଛ। ଠିକ୍‌ ସେମିତି ସବୁ ଲେଖା ପାଠକଙ୍କ ହୃଦୟରେ ସୃଷ୍ଟି କରିପାରେନି ଆଲୋଡ଼ନ। ଲେଖା ଯଦି ପାଠକ ମନକୁ ନ ଛୁଇଁବ,ସେ କେମିତି ଅନୁଭବ କରିବ ପଠନର ପଞ୍ଚାମୃତ? ପଠନ ଅଭ୍ୟାସ କମିବାର ସବୁଠାରୁ ବଡ଼ କାରଣ ହେଉଛି ମନୋରଞ୍ଜନ ଓ ଜ୍ଞାନ ଆହରଣ କ୍ଷେତ୍ରରେ ଯୁବପିଢ଼ିର ପ୍ରଥମ ପସନ୍ଦ ଏବେ ଇଣ୍ଟରନେଟ୍‌। ସେମାନେ ଭୁଲିଯାଉଛନ୍ତି ପୁସ୍ତକ ଗର୍ଭିତ ଜ୍ଞାନ ଓ ଇଣ୍ଟରନେଟ୍‌ରୁ ମିଳୁଥିବା ସୂଚନା ମଧ୍ୟରେ ରହିଛି ଆକାଶ ପାତାଳ ଫରକ। ସେମାନେ ଜାଣିବା ଉଚିତ ଯେ ଇଣ୍ଟରନେଟ୍‌ରୁ ଯେଉଁ ତଥ୍ୟ ମିଳୁଛି, ତା’ର ତାତ୍ତ୍ୱିକ ଦିଗକୁ ଛୁଏଁ ପୁସ୍ତକ। ଗୁଗଲ ସର୍ଚ୍ଚକଲେ ମିଳିବ ରାମାୟଣ ସମ୍ପର୍କରେ ଅନେକ ତଥ୍ୟ। ମାତ୍ର
ରାମଚନ୍ଦ୍ର କାହିଁକି ମର୍ଯ୍ୟାଦା ପୁରୁଷ- ଏ ପ୍ରଶ୍ନର ଉତ୍ତର ନାହିଁ ଗୁଗଲ ପାଖରେ । ତା’ର ଉତ୍ତର ଜାଣିବା ପାଇଁ ପୁସ୍ତକ ଅଧ୍ୟୟନ କରିବାକୁ ପଡ଼ିବ, ଯେଉଁ ପୁସ୍ତକରେ ରହିଛି ବିଦ୍ବାନମାନଙ୍କର ବିଚାର ଓ ମନନ। ସେଥିପାଇଁ କୁହାଯାଏ ଜୀବନକୁ ଜାଣିବା ପାଇଁ, ଜଗତକୁ ବୁଝିବାପାଇଁ ପୁସ୍ତକ ହିଁ ଜ୍ଞାନର ବତିଘର। ପୁସ୍ତକ ଅଧ୍ୟୟନ ଦ୍ବାରା ଜିଜ୍ଞାସା ବଢ଼େ ଓ ଜାଗ୍ରତ ହୁଏ ଚେତନା। ତେଣୁ ପ୍ରତ୍ୟେକ ବ୍ୟକ୍ତି ଓ ପ୍ରତ୍ୟେକ ପରିବାର ପାଇଁ ବହି ଏକ ଅମୂଲ୍ୟ ସମ୍ପଦ। ଯେଉଁ ପରିବାରରେ ବହି ନାହିଁ,ସେ ପରିବାର ଧନୀ ହେଲେ ବି ଅନୁନ୍ନତ । ସେ ଘର ଗୋଟେ ସୁରମ୍ୟ ଅଟ୍ଟାଳିକା ହୋଇପାରେ,ମାତ୍ର ତାହା ଗୋଟେ ଆତ୍ମା ବିହୀନ ଶରୀର ପରି। ଏହି ଦୃଷ୍ଟିରୁ ଯେଉଁ ଶିକ୍ଷିତମାନେ ବହି ପଢ଼ନ୍ତି ନାହିଁ ଓ ସାମର୍ଥ୍ୟ ଥାଇ ବି ବହି କିଣନ୍ତି ନାହିଁ,ସେମାନେ ଅଶିକ୍ଷିତ ଲୋକଙ୍କ ସହ ସମାନ। ମନେରଖିବାକୁ ହେବ ପଠନ ଅଭ୍ୟାସ କମିଗଲେ ସଙ୍କୁଚିତ ହୋଇଯାଏ ମଣିଷର ଦୃଷ୍ଟିକୋଣ। କମିକମି ଯାଏ ଭାବ ବ୍ୟକ୍ତ କରିବାର ସାମର୍ଥ୍ୟ। ସ୍ଥାଣୁ ହୋଇଯାଏ ଚିନ୍ତନ ପ୍ରକ୍ରିୟା।

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର
ମୋ: ୬୩୭୧୬୪୨୪୬୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?