କୃପା ଓ ଧୈର୍ଯ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଶୀଲା ଦୀକ୍ଷିତଙ୍କ ସ୍ବାମୀ ଥିଲେ ‘ଡିକି’ (ବିନୋଦ ଦୀକ୍ଷିତ), ଯିଏ ବହୁ କମ୍‌ ବୟସରେ ଚାଲିଯାଇଥିଲେ। ସେ ଭାରତୀୟ ଅମଲାତନ୍ତ୍ରର ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସର ଥିଲେ। ଏବେ ଶୀଲା ଦୀକ୍ଷିତ ବି ସ୍ବାମୀଙ୍କ ପାଖକୁ ଚାଲିଗଲେ। ଉତ୍ତରପ୍ରଦେଶ ଦେଶ ଶାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି ଓ ଏବେ ବି ଅନେକାଂଶରେ କରୁଛି, ଯଦିଚ ଏବେ ଗୁଜରାଟ କ୍ୟାଡର ଶକ୍ତି ସଞ୍ଚୟ କରିବାରେ ଲାଗିଛି। ଡିକି ସେହି ଉତ୍ତରପ୍ରଦେଶ କ୍ୟାଡରର ହୋଇଥିବାରୁ ସେ ଶାସନ ସଂକ୍ରାନ୍ତରେ ତାଙ୍କର ବିଶେଷ ଜ୍ଞାନ ଥିଲା। ତାଙ୍କ ସମୟରେ ଯୁଗ୍ମ ସଚିବମାନେ ବାସ୍ତବ କ୍ଷମତାର କେନ୍ଦ୍ର ଥିଲେ। ‘ମୋଦି’ଫିକେଶନ୍ସ (ମୋଦିକୃତ ପରିବର୍ତ୍ତନ) ଉକ୍ତ ଧାରାର ଅନ୍ତ ଘଟାଇଥିଲେ ମଧ୍ୟ ପାଓ୍ବାର ଲାଇନଗୁଡ଼ିକ ଅପରିବର୍ତ୍ତିତ ରହିଛି।
ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ କଂଗ୍ରେସ ନେତା ଉମାଶଙ୍କର ଦୀକ୍ଷିତ, ଯିଏ ଜବାହରଲାଲ ନେହେରୁଙ୍କ ଘନିଷ୍ଠ ଥିଲେ ଏବଂ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ତଥା ପଶ୍ଚିମବଙ୍ଗ ଓ କର୍ନାଟକର ରାଜ୍ୟପାଳ ଥିଲେ, ତାଙ୍କ ପୁତ୍ର ହୋଇଥିବାରୁ ଡିକି ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ। ଶୀଲା ପ୍ରଥମେ ତାଙ୍କର ବନ୍ଧୁ ଥିଲେ ଓ ପରେ ତାଙ୍କର ପତ୍ନୀ ହେଲେ। ସ୍ବାମୀଙ୍କ ସହକର୍ମୀମାନେ ତାଙ୍କ ଘରକୁ ଅତିଥିଭାବରେ ଆସୁଥିବାରୁ ସେମାନଙ୍କର ସତ୍କାର କରିବା ଅବସରରେ ସେମାନଙ୍କ ସହ ବେଶ୍‌ ପରିଚିତ ହୋଇପାରିଥିଲେ ଶୀଲା ଏବଂ ରାଜନୀତି ସହ ତାଙ୍କର ଉତ୍ତମ ପରିଚୟ ହୋଇପାରିଥିଲା। ତା’ପରେ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ସେ କେନ୍ଦ୍ରରେ ମନ୍ତ୍ରୀ ହେଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଦୀର୍ଘ ୧୫ ବର୍ଷ କାଳ (ସବୁଠାରୁ ଦୀର୍ଘସମୟ) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ଅମଲାତନ୍ତ୍ରୀମାନଙ୍କୁ ହେଭେନ୍‌-ବର୍ନ (ସ୍ବର୍ଗଜାତ) ବୋଲି କୁହାଯାଏ ଏବଂ ଦିଲ୍ଲୀର ଅମଲାତନ୍ତ୍ରୀ ମାନେ ଦୁଇଥର ସ୍ବର୍ଗରେ ଜାତ। କାରଣ ଦିଲ୍ଲୀ ଭାରତର ରାଜଧାନୀ ଏବଂ ସେଠାରେ ଅମଲାତନ୍ତ୍ରୀମାନଙ୍କ କ୍ଷମତା ଅପରିସୀମ। କିନ୍ତୁ ଜଣେ ଅମଲାତନ୍ତ୍ରୀଙ୍କ ବିଧବା ହୋଇଥିବାରୁ ଏବଂ ତାଙ୍କ ସ୍ବାମୀଙ୍କର ବ୍ୟାପକ ରାଜନୈତିକ ସମ୍ପୃକ୍ତି ରହିଥିବାରୁ ତାହା ଶୀଲାଙ୍କୁ ଦିଲ୍ଲୀ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ବାବୁମାନଙ୍କୁ ପରିଚାଳନା କରିବାରେ ସାହାଯ୍ୟ କଲା। ତାଙ୍କର ଜେଜେମାସୁଲଭ ସ୍ନେହ, ଅସୀମ ଜ୍ଞାନ, ଧୈର୍ଯ୍ୟ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ପାରିବାରିକ ବନ୍ଧୁତା ଓ ଯତ୍ନଶୀଳତା ଏବେ ବି ବାବୁମାନେ ଝୁରିହେଉଛନ୍ତି। ତାଙ୍କ ପରଲୋକ ପରେ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ଅବସରରେ ବହୁ କ୍ଷମତାଶାଳୀ ଲୋକ କାନ୍ଦିପକାଉଥିବା ଦେଖାଯାଇଛି।
ରାଜନେତା ଓ ବାବୁମାନଙ୍କ ଭିତରେ ସମ୍ପର୍କ ଅତିବେଶିରେ ପ୍ରୟୋଜନଭିତ୍ତିକ ହୋଇଥାଏ। କିନ୍ତୁ ଏ କ୍ଷେତ୍ରରେ ଉଭୟେ ସେମାନଙ୍କ କ୍ଷମତାକୁ ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ପ୍ରାଶସନ ଚଳାଇବାରେ ଶୀଲାଙ୍କ ଦକ୍ଷତା ଉପରେ ବାବୁମାନଙ୍କର ଥିଲା ଗଭୀର ବିଶ୍ୱାସ ଏବଂ ସେ ଅନ୍ତରର ସହ ଜନସାଧାରଣଙ୍କର କଲ୍ୟାଣ ଚାହୁଁଥିବାରୁ ବାବୁମାନେ ତାହା ବିନା ଆପତ୍ତିରେ କାର୍ଯ୍ୟକାରୀ କରୁଥିଲେ। ଫଳରେ ସେ ଅତି ସହଜରେ ଜଣେ ଲୋକପ୍ରିୟ ନେତ୍ରୀ ଭାବରେ ପରିଚିତ ହୋଇପାରିଥିଲେ। ଶେଷ ସମୟରେ କୌଣସି ପଦପଦବୀରେ ନ ଥାଇ ବି ଶୀଲାଙ୍କ ପରଲୋକରେ ସାରା ଦିଲ୍ଲୀ ନଗରୀ ଶୋକସନ୍ତପ୍ତ ହେବା ଏବଂ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ହେବା କିଛି ଲୋକଙ୍କୁ ହତଚକିତ କରିଦେଇ ଥାଇପାରେ। କିନ୍ତୁ ସାଧାରଣ ଦିଲ୍ଲୀବାସୀ, ଦଳୀୟ ସହକର୍ମୀ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ, ବନ୍ଧୁ, ଅମଲାତନ୍ତ୍ରୀ ଓ ପ୍ରଶଂସକମାନଙ୍କ ପାଇଁ ଏହା ଆଦୌ ଆଶ୍ଚର୍ଯ୍ୟକର ଘଟଣା ନ ଥିଲା।
ଯେଉଁମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ସେମାନଙ୍କ ମଧ୍ୟରୁ ଅନେକ ଥିଲେ ପୂର୍ବତନ ଅମଲାତନ୍ତ୍ରୀ। ସେମାନଙ୍କ ମଧ୍ୟରୁ ଅନେକେ ଶୀଲାଙ୍କ ସହ ତାଙ୍କର ୧୫ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ କାର୍ଯ୍ୟ କରିଥିଲେ ଏବଂ ତାଙ୍କ ପ୍ରଶାସନିକ ଦକ୍ଷତା ବିଷୟରେ ବାସ୍ତବରେ ଜାଣିଥିଲେ। ତାଙ୍କ ପ୍ରଶାସନିକ ଦୂରଦୃଷ୍ଟି ଯୋଗୁ ହିଁ କୁହୁଡ଼ିଆ ଧୂଆଁ (ସ୍ମଗ୍‌) ଦ୍ୱାରା ପ୍ରଦୂଷିତ ଓ ଟ୍ରାଫିକ୍‌ ସମସ୍ୟା ଜର୍ଜରିତ ଦିଲ୍ଲୀ ନଗରୀ ସିଏନ୍‌ଜି-ଚାଳିତ କମ୍‌ ପ୍ରଦୂଷିତ ନଗରୀରେ ପରିଣତ ହୋଇପାରିଥିଲା। ତାଙ୍କ ଚଲାପଥ ଅବଶ୍ୟ ସହଜ ନ ଥିଲା, ବାଧାବିଘ୍ନମୟ ଓ କଙ୍କରିତ ଥିଲା, ଯାହାକୁ ସେ ଅସୀମ ଧୈର୍ଯ୍ୟ, ସାହସ ଓ ଚେଷ୍ଟା ଦ୍ୱାରା ସ୍ବ-ଅନୁକୂଳ କରିପାରିଥିଲେ। ତାଙ୍କ ଲିଗାସୀ ବାସ୍ତବ ଅର୍ଥରେ ସବୁଦିନ ପାଇଁ ମନେରହିବ। ସେଥିପାଇଁ ବୋଧହୁଏ ତାଙ୍କ ଅନ୍ତ୍ୟେଷ୍ଟିରେ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତା, ବିଭିନ୍ନ ପାହ୍ୟା ଓ ପଦପଦବୀର ଅମଲାତନ୍ତ୍ରୀ ଓ ସାଧାରଣ ଦିଲ୍ଲୀବାସୀ ଯୋଗଦେବା ଏବଂ ଶୋକପ୍ରକାଶ କରିବା ଦେଖାଯାଇଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?