ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ କାନ୍ଦୁଲ ବାଡ଼ ଆଡ଼କୁ ମାଡ଼ି ଆସୁଥାଏ। ଦେହକୁ ଥଣ୍ଡା ଆଉ ଥଣ୍ଡା ଆଉଜି ପଡୁଥାଏ। ଖରା ଆଜି ନାହିଁ କହିଲେ ହେବ। ପବନର ମଗଜ ତେଣୁ ବହୁତ ବେଶି ଆମ୍ବଗଛ ତଳକୁ । ଆକାଶରେ ଧଳା ଧଳା ଖଣ୍ଡ ବଉଦ। ବଉଦ ସେପଟରେ ଡଙ୍ଗରର ମଥା ଦେଖାଯାଉଛି ନୁଖୁରା ନୁଖୁରା। ନିର୍ଗୁଣ୍ଡି ସ୍କୁଲ ପଛ କାନି କାନ୍ଦୁଲ ବାଡ଼, ସୂର୍ଯ୍ୟମୁଖୀ ବାଡ଼ ଆଉ କପା ବାଡ଼। ଏଥରକ ଜହ ଜହ ବର୍ଷା ହେବାରୁ କପା ଜୁରି (ପାକଳ ହେବା) ନାହିଁ। ସୂର୍ଯ୍ୟମୁଖୀ ଜୁରି ଗଲାଣି। ବଜାରରେ ଝୁଣୁଙ୍ଗ ମିଳିଲାଣି। କିଲୋପିଛା ରଙ୍ଗ ଝୁଣୁଙ୍ଗ ୫୦ଟଙ୍କା। କୁଇକନ୍ଧ କୁଳ ସମାଜରେ ମାଣ୍ଡିଆ, ଝୁଣୁଙ୍ଗ, କୋଳଥ, କୋଶଲା, ଜହ୍ନା, ସୁଆଁର ଭିତ୍ତିଭୂମି କେତେ କେତେ ଗହୀରକୁ ଭେଦିଯାଇଛି, ତାକୁ ଆକଳନ କରିବା ପାଠକର ପାଠ। ଏବେ ଏବେକୁ ବାଡ଼ା ଉପରେ ବି ଝୁଣୁଙ୍ଗ ଶୁଖି ଶୁଖି ଓହଳିଛି। ଲଇ ଝୁଣୁଙ୍ଗ ଭଜାହୁଏ, ଆଉ ଗୋଟେ ଝୁଣୁଙ୍ଗ ଡାଲି ହୁଏ। ମାଣ୍ଡିଆ ଜାଉରେ ବି ଝୁଣୁଙ୍ଗ ପଡ଼େ। ଏସବୁର ସୁଆଦ କେବଳ ନିଆରା ନୁହେଁ ଖୁବ୍‌ ବଳିଷ୍ଠ ଓ ସକ୍ରିୟ ମଧ୍ୟ। ଅଧକଂସେ ମାଣ୍ଡିଆ ଜାଉ ପିଇ ଦେଲେ ବେଳେ ଅଉତେ ପର୍ଯ୍ୟନ୍ତ କାମ ଚାଲିଯିବ। ଦେହକୁ ବାଧିବ ନାହିଁ ଖରାତରା। କୁଇକନ୍ଧ କୁଳ ସମାଜର ପ୍ରତି ପରିବାରର ସମସ୍ତେ ମାଣ୍ଡିଆର ଆହାରରେ ବନ୍ଧା। ସେଦିନ ନିର୍ଗୁଣ୍ଡି ଗାଆଁ ସ୍କୁଲ ପଛକାନିରେ କେଇଜଣ ପିଲା ଆମ୍ବଗଛ ଛାଇରେ ଆଙ୍କି ବସିଥିଲେ କାନ୍ଦୁଲବାଡ଼ର ପ୍ରତ୍ୟକ୍ଷ ଚିତ୍ର। ନିକଟରୁ ଦୂରହେଉଛି ପ୍ରାଥମିକ ଶିକ୍ଷାର ଏକ ଅନନ୍ୟ ପ୍ରସଙ୍ଗ। କାହିଁକିନା ଏହାରି ଭିତରେ ଜମାଟ ବାନ୍ଧିଥାଏ ପରିଚିତ ଶବ୍ଦ, ପରିଚିତ ଭାବନା, ପରିଚିତ ସଂଯୋଜନା, ପରିଚିତ ଭାବ ବିନିମୟ। ଏହାକୁ ମୂଳକରି ଧରିଲେ ଆଗକୁ ବଢ଼ିହୁଏ, ଭାଷା ବାଧକ ହୁଏ ନାହିଁ, ଭାଷା ଅଲୌକିକ ସମ୍ପଦର ସମ୍ବଳ ହୁଏ। ପ୍ରାଥମିକ ଶିକ୍ଷାରେ ଏହି ଅଲୌକିକ ଭୂଷଣ ହେଉଛି ଭାଷା। ଚାରିପାଖର ଭାଷା-ଛଟା। କୌଶଳ ଅପେକ୍ଷା ଭାବାବେଗ ଅଧିକ ଥାଏ। ଦେଖିବା ଓ ବୁଝିବା ଗୋଟିଏ ମନର ଦୁଇ କାନି ହୋଇରହିଥାନ୍ତି।
ଆମ୍ବଗଛ ତଳେ କାଠମଞ୍ଚା । ତା’ରି ଉପରେ ବସି କାନ୍ଦୁଲ ବାଡ଼କୁ ଆଖିପାଇ ଯାଉଥାଏ ପିଲାଙ୍କର। ଭାବନାରେ ବାଧା ନାହିଁ, କହିବାରେ ମଧ୍ୟ ବାଧା ନାହିଁ। ଭାଷା ନିଜର, ଭାବ ନିଜର ଚାରିପାଖର ପରିବେଶ ଆହୁରି ମଧ୍ୟ ନିଜର। ପ୍ରାଥମିକ ଶିକ୍ଷାରେ ଏହି ନିଜର ପଣଟି ଅମୂଲ ମୂଲ। ଏଥକୁ ହାତ, ମନ ଓ ମୁଣ୍ଡ ପାଇବା ସହଜ। ଦୂରକୁ ଯିବାକୁ ପଡ଼େ ନାହିଁ। ପିଲାଏ ଆଙ୍କିଲେ କାନ୍ଦୁଲ ବାଡ଼ର ଛବି। ରଙ୍ଗ ଓ ତୂଳୀ ଧରି ନ ଥିବା ହାତ, ଖୁବ୍‌ ନିକଭାବରେ ପିଲାଙ୍କ ହାତକୁ ସଳଖି ଦେଲେ। ଯାହା ଥିଲା ତାକୁ ଦେଖିଲେ, ତାକୁ ମଧ୍ୟ ଆଙ୍କିଲେ। ଧଳା କାଗଜ ଉପରେ ଚିତ୍ରମାନ ଧୀରେ ଧୀରେ ଝଟକି ଉଠିଲେ। କାନ୍ଦୁଲଗଛର ମୂଳଠାରୁ ଆକାଶର ଖଣ୍ଡ ଖଣ୍ଡ ଧଳା ବଉଦ ଆହା କି ମନଲୋଭା ହୋଇ ଉଠିଲା। ପିଲାଙ୍କ ନଜରରୁ କିଛି ବି ହଟୁ ନ ଥିଲା ସେତେବେଳେ କାନ୍ଦୁଲବାଡ଼ର ଘାସଠାରୁ କୁମୁଡ଼ା (ବୋଇତାଳୁ) ମାଳ (ଡଙ୍କ ବା ଲଟି)। ଶୁଖିଲା ଝୁଣୁଙ୍ଗଠାରୁ କପାବାଡ଼ରେ ଉଡୁଥିବା ପ୍ରଜାପତି। ଏମାନେ ଧରାଦେଉଥିଲେ ପିଲାଙ୍କ ରଙ୍ଗରେ। ଶିକ୍ଷକଭାଇମାନଙ୍କର ଆଦୌ ହସ୍ତକ୍ଷେପ ନ ଥିଲା। ଥିଲା କେବଳ ଯତ୍‌ସାମାନ୍ୟ ପରାମର୍ଶ ରଙ୍ଗ ଓ ତୂଳୀର ବ୍ୟବହାରକୁ ନେଇ। ଫୁଲ କାହାର ବୋଲକଥା ନ ମାନି ଗଛରେ ବେଶ୍‌ ଫୁଟେ। ସେହିପରି କାନ୍ଦୁଲବାଡ଼ରେ ବି ଫୁଲ ଆସିଲା କାହାକୁ କିଛି ନ ଜଣାଇ। ପ୍ରାଥମିକ ଶିକ୍ଷାରେ ଫୁଲ ଫୁଟିବାର ନଜର ସେହିପରି। ସମସ୍ତଙ୍କ ଅଜାଣତରେ ଫୁଟି ଉଠୁଥାଏ। ଯେଉଁଠି ଶିକ୍ଷକ-ଭାଇ ସକ୍ରିୟ-ସହାୟକ ସେଠାରେ ଏହାକୁ ଅନ୍ଦାଜ କରିହୁଏ। କେହି ବି ପିଲା ଅଲୋଡ଼ା ହୁଅନ୍ତି ନାହିଁ। ‘ମୋ ହୃଦୟ ପିଲାଙ୍କ ପାଇଁ’ ଗ୍ରନ୍ଥ ଭାସିଲି ସୁଖୋମୋଲିନ୍‌ସ୍କଙ୍କର ଅମର ଚାହାଣୀ ସେଥିପାଇଁ ସମସ୍ତଙ୍କ ଲାଗି। ଡଙ୍ଗରୁଣୀଠାରୁ କଥା ନେଇ ଶୁଖିଯାଇଥିବା ଲଇ ଝୁଣୁଙ୍ଗର ଚେହେରା ପର୍ଯ୍ୟନ୍ତ। ଆପଣ ଯେଉଁମାନେ ପରିଚୟ ପାଇ ନ ଥିବେ ଡଙ୍ଗରୁଣୀ ସେମାନଙ୍କ ଲାଗି ଏହା ନୂଆ ନୂଆ। ଡଙ୍ଗରୁଣୀ ବା କଟିଂ ହେଉଛି ଡାଲିଜାତୀୟ ଶସ୍ୟ। ଝୁଣୁଙ୍ଗ ଦାନା ପରି ସବୁଜ ଓ ହଳଦିଆ ରଙ୍ଗର ମିଶାମିଶି। ଡଙ୍ଗର କାନିରେ କାହାର ଆକଟ ନ ମାନି ଡଙ୍ଗର ପବନରେ ଡଙ୍ଗରର ଭସା ମେଘକୁ ଅନାଇ ଅନାଇ ବଢୁଥାଏ। ଡଙ୍ଗରୁଣୀର ଅମଳ ସମୟ ଏତିକିବେଳେ ମାର୍ଗଶିର ଓ ପୁଷମାସରେ। ତାକୁ ନା ଦିଆଯାଏ ସାର, ନା ଖତ, ନା ଆଉ କିଛି। ଆଦିବାସୀ ଜନ ସମୁଦାୟ ବିହନ ଛାଟିଦିଏ ଡଙ୍ଗର ଦିହରେ ପାଣିପାଗକୁ ନଜର ଦେଇ। ଡଙ୍ଗରୁଣୀ ସମସ୍ତଙ୍କ ନିକଟରେ ଖୁବ୍‌ ନିଜର। ଆମ ଗାଆଁ ସ୍କୁଲର ପ୍ରାଥମିକ ଶିକ୍ଷା ଏହି ଡଙ୍ଗରୁଣୀର ଛବି। କେବଳ ପିଲା ପାଇଁ ଯେତିକ ନୁହେଁ, ଆମ ସଭିଙ୍କ ଲାଗି ହେପାଜତର ପ୍ରସଙ୍ଗ। କାନ୍ଦୁଲବାଡ଼ ନିକଟରେ ପିଲାଏ ଡଙ୍ଗର କାନିକୁ ଖରା ଆସିବାବେଳକୁ ଆସିଯାଇଥିଲେ; କାନ୍ଦୁଲବାଡ଼ ଅଙ୍କା ସରିଲା ବେଳକୁ ଡଙ୍ଗର ମଥାକୁ ଛୁଇଁଆସୁଥିଲେ ସୂର୍ଯ୍ୟ। ଚିତ୍ର ସିନା ସରି ଆସୁଥିଲା, ମାତ୍ର ମନ ସରୁ ନ ଥିଲା ।
ଡଙ୍ଗରୁଣୀର ଭାବନାରେ ପିଲାଏ ଥିଲେ ଏତେ ଏତେ ହସର ଗୋଟେ ଗୋଟେ ଉଛୁଳୁଥିବା ଝୁଡ଼ି।
ବିଷମକଟକ, ରାୟଗଡ଼ା
ମୋ: ୮୨୪୯୬୫୭୭୭୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?