Posted inଜାତୀୟ

କୁଳଭୂଷଣଙ୍କୁ କୂଟନୈତିକ ସହଯୋଗ ମାମଲା: ସର୍ତ୍ତକୁ ନେଇ ବଢୁଛି ଅଡ଼ୁଆ

ଇସ୍‌ଲାମାବାଦ,୪ା୮(ପି.ଟି.): ପାକିସ୍ତାନ ସେନା ଅଦାଲତରେ ମୃତ୍ୟୁ ଦଣ୍ଡାଦେଶ ପାଇ ବନ୍ଦିଥିବା ଭାରତର ପୂର୍ବତନ ସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ କୂଟନୈତିକ ସହାୟତା ଯୋଗାଇ ଦେବା ଲାଗି ଅନ୍ତର୍ଜାତୀୟ ଅଦାଲତ(ଆଇସିଜେ) ନିର୍ଦ୍ଦେଶ ଦେଇଥିବାବେଳେ ପାକିସ୍ତାନ ଏଯାଏ ଭାରତକୁ ଏଥିଲାଗି ଅନୁମତି ପ୍ରଦାନ କରିନାହିଁ। ଭାରତୀୟ ଉଚ୍ଚାୟୁକ୍ତ ଅଧିକାରୀ ଓ କୁଳଭୂଷଣଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତ ଆଲୋଚନା ଶୁକ୍ରବାର ଭିନ୍ନମୋଡ଼ ନେଇଥିଲା। ଏନେଇ ଦୁଇଦେଶ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା। ପାକିସ୍ତାନ ଏନେଇ ସର୍ତ୍ତ ରଖିବାରୁ ଭାରତ ଏହାକୁ ଅଗ୍ରାହ୍ୟ କରିଥିଲା। ଯାଦବଙ୍କୁ ଭାରତ ଦୂତାବାସ ସହଯୋଗ ଦେବା ଓ ଆଲୋଚନା କରିବାବେଳେ ପାକିସ୍ତାନ ଅଧିକାରୀ ଉପସ୍ଥିତ ରହିବେ ବୋଲି ସର୍ତ୍ତ ରଖାଯିବାରୁ ଭାରତ ଏହାକୁ ବିରୋଧ କରିଥିଲା। ଫଳରେ ଏହି ଅଡ଼ୁଆ ଏବେ ବଢିବାରେ ଲାଗିଛି।
ଯାଦବଙ୍କ ମୃତ୍ୟୁଦଣ୍ଡାଦେଶ ଉପରେ ଆଇସିଜେ ରହିବାଦେଶ ଲଗାଇବା ସହ ଭାରତକୁ ଏହି ମାମଲାରେ କୂଟନୈତିକ ସହାୟତା ଲାଗି ପାକିସ୍ତାନ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଇସିଜେ ନିର୍ଦ୍ଦେଶକୁ ୧୫ ଦିନ ପୂରିଯାଇଥିବାବେଳେ ପାକିସ୍ତାନ ଦ୍ୱନ୍ଦ୍ୱ ସୃଷ୍ଟିକରୁଛି। କୂଟନୈତିକ ସ୍ତରରେ ଶୁକ୍ରବାର ଅପରାହ୍ନ ୩ଟାରେ ଏନେଇ ବୈଠକ ହେବାକୁ ସ୍ଥିର କରାଯାଇଥିଲା। ଏଥିଲାଗି ଗୁରୁବାର ଭାରତ ପକ୍ଷରୁ ପାକିସ୍ତାନକୁ ଅବଗତ କରାଯାଇଥିଲା। ପାକିସ୍ତାନ ବହିର୍ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଶୁକ୍ରବାର ଏନେଇ ଆଲୋଚନା କରାଯିବାକୁ ଦିନଧାର୍ଯ୍ୟ କରାଯାଇଥିଲା। ଆଇସିଜେଙ୍କ ନିର୍ଦ୍ଦେଶାନୁଯାୟୀ ବିନା ଭୟ ଓ ବିନା ସର୍ତ୍ତରେ ଦୂତାବାସ ସହାୟତା ଲାଗି ଭାରତ କହିଥିଲା। କିନ୍ତୁ ପାକିସ୍ତାନର ସର୍ତ୍ତ ଅଡ଼ୁଆ ବଢାଇଦେଇଛି। ଭିଏନା ରାଜିନାମା ଅନୁଯାୟୀ ବନ୍ଦୀଙ୍କୁ କୂଟନୈତିକ ସହାୟତା ଯୋଗାଇ ଦେବା କଥା। ହେଲେ ପାକିସ୍ତାନ ଜାଣିଶୁଣି ଦ୍ୱନ୍ଦ୍ୱ ସୃଷ୍ଟିକରୁଛି। ଇରାନରେ ବ୍ୟବସାୟ କରୁଥିବା ଯାଦବଙ୍କୁ ଅପହରଣ କରାଯାଇ ପାକିସ୍ତାନ ଆତଙ୍କବାଦୀର ଆଖ୍ୟା ଦେଉଛି ବୋଲି ଭାରତ ଅଭିଯୋଗ କରିଛି। ଯାଦବଙ୍କୁ ବିନା ସର୍ତ୍ତରେ ଭାରତର ଦୂତାବାସ ସହାୟତା ଲାଗି ପାକିସ୍ତାନ କେବେ ଅନୁମତି ଦେଉଛି , ଏବେ ତାକୁ ହିଁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri