କିଙ୍ଗଫିଶର ଦଶା ଭୋଗିପାରେ ଜେଟ୍‌; ଉଡାଣ ସାମୟିକ ବନ୍ଦ ଲାଗି ମ୍ୟାନେଜମେଣ୍ଟର ପ୍ରସ୍ତାବ

ନୂଆଦିଲ୍ଲୀ,୧୭-୪: କିଙ୍ଗଫିଶର ଏୟାରଲାଇନ୍ସ ଭଳି ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଯାହା ଜଣାପଡୁଛି ବିଜୟ ମାଲ୍ୟାଙ୍କ କମ୍ପାନୀ ଭଳି ନରେଶ ଗୋୟଲଙ୍କ କମ୍ପାନୀ ମଧ୍ୟ ବନ୍ଦ ହେବାକୁ ଯାଉଛି। କାରଣ ଜେଟ୍‌ର ଅଂଶଧନ ବିକ୍ରି ପ୍ରୟାସ ସଫଳ ହେଉନାହିଁ। ବିରୋଧ କାରଣରୁ ଗୋୟଲଙ୍କ ନେତୃତ୍ୱାଧୀନ ୩ କମ୍ପାନୀ ବିଡିଂ ପ୍ରକ୍ରିୟାରୁ ଦୂରେଇ ଯାଇଛନ୍ତି। ଗୋୟଲଙ୍କୁ ବିଡିଂ ପ୍ରକ୍ରିୟାରୁ ନ ହଟାଇଲେ ସେମାନେ ଏଥିରୁ ଓହରି ଯିବେ ବୋଲି ଏଥିପୂର୍ବେ ଏଟିହାଦ ଏୟାରଓ୍ବେଜ ଏବଂ ଟିପିଜି କ୍ୟାପିଟାଲ ଧମକ ଦେଇଥିଲା। ଏହା ଜାଣିବା ପରେ ଗୋୟଲ ବିଡିଂ ପ୍ରକ୍ରିୟାରୁ ଦୂରେଇ ଯାଇଛନ୍ତି।

ଏହାରି ଭିତରେ ଜେଟ୍‌ ମ୍ୟାନେଜମେଣ୍ଟ ନିଜ ବୋର୍ଡ ନିକଟରେ କମ୍ପାନୀର କାରବାରକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛି। ପାଣ୍ଠି ଯୋଗାଡ ପର୍ଯ୍ୟନ୍ତ କାରବାର ବନ୍ଦ ସପକ୍ଷରେ ମ୍ୟାନେଜମେଣ୍ଟ ଯୁକ୍ତି ବାଢ଼ିଛି। କାରଣ ବ୍ୟାଙ୍କରୁ ପାଣ୍ଠି ମିଳିବାର ଆଉ ଆଶା ନାହିଁ ବୋଲି କୁହାଯାଇଛି। ପାଣ୍ଠି ଅଭାବରେ ଜେଟ୍‌ର ଏବେ ମାତ୍ର ୭ ବିମାନ ଉଡ଼ାଣ ଭରୁଛି। କାରଣ ବହୁ କଷ୍ଟରେ ବିମାନ ଇନ୍ଧନ ପାଇଁ ଖର୍ଚ୍ଚ କରାଯାଇପାରୁଛି। ମଙ୍ଗଳବାର ମୁମ୍ବାଇରେ ଜେଟ ଏୟାରଓ୍ବେଜ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ଏଥିରେ ମ୍ୟାନେଜମେଣ୍ଟ ପକ୍ଷରୁ ଉକ୍ତ ପ୍ରସ୍ତାବ ଦିଆଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ଜେଟ୍‌ ଏହାର ଗ୍ରାହକଙ୍କୁ ଠକିବାକୁ ଚାହୁଁନାହିଁ। କାରଣ ଏବେ ଉଡ଼ାଣ ଭରିବା କଥା କହିବା ହାସ୍ୟାସ୍ପଦ ହେବ। ସୂଚନାଥାଉ କି, ଗୋୟଲଙ୍କ ଜେନେରାଲ ସେଲ୍ସ ଏଜେନ୍ସି ଜେଟ ଏୟାର ଏକ ଆମେରିକୀୟ କମ୍ପାନୀ ଫ୍ୟୁଚର ଟ୍ରେଣ୍ଡ କ୍ୟାପିଟାଲ ଏବଂ ଲଣ୍ଡନସ୍ଥିତ ଏକ କମ୍ପାନୀ ଏଡି ପାର୍ଟନର୍ସ ସହାୟତାରେ ଜେଟ୍‌ ଅଂଶଧନ କିଣିବା ଲାଗି ଶୁକ୍ରବାର ସନ୍ଧ୍ୟା ୬.୦୮ଟାରେ ଆଗ୍ରହ ପତ୍ର ଦାଖଲ କରିଥିଲା। କିନ୍ତୁ ଏହା ଜମା କରିବାର ସମୟସୀମା ସନ୍ଧ୍ୟା ୬ଟା ଯାଏ ଧାର୍ଯ୍ୟ ହୋଇଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଅଂଶଧନ ବଢ଼ାଇବା ଲାଗି ଏଟିହାଦ ପକ୍ଷରୁ ଦୁଇଟି ସର୍ତ୍ତାରୋପ କରାଯାଇଛି।

ପ୍ରଥମତଃ ଜେଟ୍‌ରୁ ଗୋୟଲଙ୍କୁ ସମ୍ପୂର୍ଣ୍ଣ ବିଦା କରିବା ଏବଂ ଦ୍ୱିତୀୟରେ ଶେୟାର ବଜାରରେ ଓପନ ଅଫର ଦେବାରୁ ରକ୍ଷା କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ପିଏନ୍‌ବି, ଆଇସିଆଇସିଆଇ ଓ ୟେସ ବ୍ୟାଙ୍କ ଜେଟ୍‌କୁ ଜରୁରୀ ପାଣ୍ଠି ଦେବା ସପକ୍ଷରେ ନ ଥିବା ବେଳେ ଏସ୍‌ବିଆଇ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କ ପାଣ୍ଠି ଦେବା ସପକ୍ଷରେ ଯୁକ୍ତି ଦର୍ଶାଉଛନ୍ତି। ଫଳରେ ପାଣ୍ଠି ଦେବା ନେଇ ନିଷ୍ପତ୍ତି ନିଆଯାଇପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri