କାର୍‌ ପୋଛା ବେଳେ ଦାଗ: ଦିବ୍ୟାଙ୍ଗ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ

ଦିଗପହଣ୍ଡି,୧୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ସରକାରୀ ହାଇସ୍କୁଲର ଜଣେ ଶିକ୍ଷକଙ୍କ କାରରୁ ଧୂଳି ସଫା କରିବା ପାଇଁ ୯ମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ରଙ୍କୁ ନିୟୋଜିତ କରାଯାଇଥିଲା। ସଫା କରିବାବେଳେ କାରରେ ଦାଗ ହୋଇଯିବାରୁ ଶିକ୍ଷକ ଜଣକ ଉତ୍ତେଜିତ ହୋଇ ଛାତ୍ରଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ତଲାସିଙ୍ଗି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଚିକିତ୍ସା କରାଯାଉଛି। ପ୍ରତିବାଦରେ ଶନିବାର ବହୁ ଅଭିଭାବକ ଓ ଗ୍ରାମବାସୀ ହାଇସ୍କୁଲରେ ପହଞ୍ଚତ୍ ହୋହଲ୍ଲା କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ଶ୍ରେଣୀଗୃହରେ ଅଟକ ରଖି ପଚରାଉଚରା କରିଥିଲେ। ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ଓ ଅନ୍ୟ ଶିକ୍ଷକମାନେ ଉତ୍ତ୍ୟକ୍ତ ଅଭିଭାବକ ଓ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ସମ୍ପୃକ୍ତ ଶିକ୍ଷକ ଦୋଷ ସ୍ବୀକାର କରିବା ସହ ଆହତ ଛାତ୍ରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଗ୍ରାମବାସୀ ଘଟଣାର ତଦନ୍ତ କରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷାଧିକାରୀ ଡ. ସନାତନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଘଟଣାର ଆପୋଷ ସମାଧାନ ହୋଇଯାଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରାସନ ଚାଉଳ ଓଜନରେ ହେରଫେର୍: ଏମ୍‌ଆଇଙ୍କ ତଦନ୍ତ ପରେ ମେସିନ୍ ବନ୍ଦ, ବଳକା ଚାଉଳ ଯାଉଛି କୁଆଡ଼େ?

ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ପିଡିଏସ (PDS) ରାସନ ଚାଉଳ ଓଜନରେ ବ୍ୟାପକ ହେରଫେର୍ ନେଇ ଗୁରୁବାର ଗୁରୁତର ଅଭିଯୋଗ ସାମ୍ନାକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଘରୋଇ ବସ୍‌ର ଦାଦାଗିରି: ହାଇଦ୍ରାବାଦରୁ ଟିକେଟ୍ କାଟିଥିବା ଯାତ୍ରୀଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲେ,ଆମପାଣିରେ…

କୋକସରା,୨୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି। ପୂରା ରାସ୍ତାର ଟିକେଟ୍ କାଟି ଅଧା ବାଟରେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଭଳି ଅଭାବନୀୟ ଦୃଶ୍ୟ ଗୁରୁବାର…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

ମମତାରାଣୀ ତ୍ରିପାଠୀ ବରଗଡ଼ର ନୂତନ CDAO

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ନୂତନ ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ଭାବେ ଗୁରୁବାର ମମତାରାଣୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ…

ଭାତ ଖାଇବା ବେଳେ ଗଡ଼ିଲା ମୁଣ୍ଡ: ସାମାନ୍ୟ କଳିରୁ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନ ଭାଇ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri