କାର୍ଯ୍ୟକ୍ଷମ ହେଲା ହଳଦିଆପଦର ବସ୍‌ ଟର୍ମିନାଲ:  ସିଟି ବସ୍‌ଷ୍ଟାଣ୍ଡରୁ ୩ ରୁଟ୍‌ରେ ଚାଲିଲା ୧୦ ସିଟିବସ

ବ୍ରହ୍ମପୁର ଅଫିସ,୩ା୧୦-ଦୀର୍ଘ ୩ ବର୍ଷ ପରେ କାର୍ଯ୍ୟକ୍ଷମ ହେଲା ହଳଦିଆପଦର ବସ୍‌ ଟର୍ମିନାଲ ା ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଅନ୍ୟ ଜିଲାକୁ ଯାତାୟାତ କରୁଥିବା ସମସ୍ତ ଓଏସ୍‌ଆରଟିସି ବସ୍‌ ଟର୍ମିନାଲରୁ ବୁଧବାର ଚଳାଚଳ ଆରମ୍ଭ କରିଛି ା ଦିନରେ ୩ ଟି ବସ୍‌ ଷ୍ଟାଣ୍ଡରୁ ଯାଇଥିବା ବେଳେ ସନ୍ଧ୍ୟା ଓ ରାତିିରୁ ସମସ୍ତ ଓଏସ୍‌ଆରଟିସି ବସ୍‌ ଷ୍ଟାଣ୍ଡରୁ ଚଳାଚଳ କରିବା ନେଇ ସୂଚନା ମିଳିଛି ା ଅନ୍ୟପକ୍ଷରେ ହଳଦିଆପଦର ବସ୍‌ଷ୍ଟାଣ୍ଡରୁ ଯାତ୍ରୀଙ୍କୁ ସିଟି ବସ୍‌ଷ୍ଟାଣ୍ଡ ତଥା ସହର ମଧ୍ୟକୁ ଯାତାୟାତ ସୁବିଧା ନିମିତ୍ତ ୩ ରୁଟରେ ୧୦ ସିଟି ବସ୍‌ ଚଳାଚଳ କରିଥିବା ସୂଚନା ମିଳିିଛି ା ବ୍ରହ୍ମପୁର ସହର ମଧ୍ୟରେ ବସ ୍‌ଚଳାଚଳ ଯୋଗୁ ଟ୍ରାଫିକ ସମସ୍ୟା ହ୍ରାସ ପାଇଁ ୨୦୧୬ରେ ହଳଦିଆପଦରରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ଉଦ୍‌ଘାଟିତ ହୋଇଥିଲା ା ଉଦ୍‌ଘାଟନର ଦୀର୍ଘ ୩ ବର୍ଷ ପରେ ଏହି ଅତ୍ୟାଧୁନିକ ଟର୍ମିନାଲ ବୁଧବାରରୁ କାର୍ଯ୍ୟକ୍ଷମ ହୋଇଛି ା ଜିଲା ପ୍ରଶାସନର ପୂର୍ବ ନିଷ୍ପତ୍ତି ପ୍ରକାରେ ପ୍ରଥମ ପର୍ଯ୍ୟାୟରେ ଟର୍ମିନାଲରୁ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ପ୍ରାୟ ୧୭ ଓଏସ୍‌ଆର୍‌ଟିସି ବସ୍‌ ଯାତାୟାତ ଆରମ୍ଭ କରିଛି ା ବୁଧବାର ବାଲିମେଳା, ବଡଗଡ ଓ ହୀରାକୁଦକୁ ବସ୍‌ ଚଳାଚଳ କରିଥିବା ବେଳେ ସନ୍ଧ୍ୟାରେ ପଦ୍ମପୁର, ବଲାଙ୍ଗୀର ଓ ବୁର୍ଲାକୁ ମଧ୍ୟ ବସ୍‌ ଯାତାୟାତ କରିଛି ା ତେବେ ଆନ୍ଧ୍ର ଦେଇ ଯାତାୟାତ କରୁଥିବା ବସ୍‌ ସିଧାସଳଖ ଟର୍ମିନାଲରୁ ଜାତୀୟ ରାଜପଥ ଦେଇ ଯାତାୟାତ କରିଥିବା ବେଳେ ଅନ୍ୟାନ୍ୟ ବସ୍‌ଗୁଡିକ ଲାଞ୍ଜିପଲ୍ଲୀ, କମାପଲ୍ଲୀ, ସିଟି ବସ୍‌ଷ୍ଟାଣ୍ଡ ଓ ଗେଟବଜାର ଦେଇ ଯାତାୟାତ କରିଛି ା ସିଟି ବସ୍‌ଷ୍ଟାଣ୍ଡରେ ଓଏସ୍‌ଆରଟିସି ବସ୍‌ଗୁଡିକ ମାତ୍ର ୧୦ମିନିଟ ପାଇଁ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପ୍ରଥମଦିନରେ ମାତ୍ର ୨ ଟି ଟିକେଟ ବିକ୍ରି ହୋଇଥିବା ଜଣାପଡିଛି। ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପରେ ଓଏସ୍‌ଆର୍‌ଟିସିରେ କାର୍ଯ୍ୟରତ କର୍ମଚାରୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରହ୍ମପୁରରୁ ପଦ୍ମପୁରକୁ ଯାତାୟାତ କରୁଥିବା ଓଏସ୍‌ଆର୍‌ଟିସିର ଡ୍ରାଇଭର ନିରଞ୍ଜନ ଗରସେଲ କହିଛନ୍ତି, ସିଟି ବସ୍‌ଷ୍ଟାଣ୍ଡରୁ ଏଠାରେ ସୁବିଧା ଭଲ ରହୁଛି ା ଶୌଚାଳୟ ସୁବିଧା ଅଛି, କିନ୍ତୁ ପାନୀୟ ଜଳରେ କେତେକ ସମସ୍ୟା ରହିଛି ା ଖାଇବା ପାଇଁ ଟିକେ ବାହାରକୁ ଦୂରକୁ ଯିବାକୁ ପଡୁଛି ା ଖୁବଶୀଘ୍ର ବସ୍‌ଷ୍ଟାଣ୍ଡରେ ଖାଇବା, କ୍ୟାଣ୍ଟିନ ବ୍ୟବସ୍ଥା ଓ ଶୌଚାଳୟ ପରିଚାଳନା ନିମିତ୍ତ କର୍ମଚାରୀ ନିଯୁକ୍ତି, ପାନୀୟ ଜଳ ବ୍ୟବସ୍ଥା ଉପରେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବସ୍‌ଷ୍ଟାଣ୍ଡରୁ କଣ୍ଟ୍ରାକ୍ଟ କ୍ୟାରିୟର ଯଥା ଭୁବନେଶ୍ୱର, କଟକ ଓ ଅନ୍ୟାନ୍ୟ ସ୍ଥାନକୁ ଯାତାୟାତ କରୁଥିବା କଣ୍ଟ୍ରାକ୍ଟ କ୍ୟାରିୟର ବସ୍‌ଗୁଡିକ ମଧ୍ୟ ଷ୍ଟାଣ୍ଡରୁ ଚଳାଚଳ ଆରମ୍ଭ କରିଛି ା ଏହାବାଦ୍‌ ସହର ମଧ୍ୟକୁ ତଥା ସିଟି ବସ୍‌ଷ୍ଟାଣ୍ଡରୁ ଚଳାଚଳ କରୁଥିବା ଆନ୍ଧ୍ର ଘରୋଇ ବସ୍‌ଗୁଡିକୁ ସ୍ଥାନାନ୍ତର କରିବା ଦିଗରେ ମଧ୍ୟ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ା
ଏହାବ୍ୟତୀତ ଯାତ୍ରୀଙ୍କ ସୁବିଧା ନିମିତ୍ତ ହଳଦିଆପଦରରୁ ୩ ରୁଟ୍‌ରେ ୧୦ ସିଟି ବସ୍‌ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି ା ହଳଦିଆପଦରରୁ ସିଟି ବସ୍‌ଷ୍ଟାଣ୍ଡ ହୋଇ ଜଗଦଳପୁର, ହଲଦିଆପଦର ବସ୍‌ଷ୍ଟାଣ୍ଡରୁ ଲାଞ୍ଜିପଲ୍ଲୀ ଓଭରବ୍ରଜ ଦେଇ ସିଟି ବସ୍‌ଷ୍ଟାଣ୍ଡ ଏବଂ ହଳଦିଆପଦରରୁ ଗୋପାଳପୁର ଜଙ୍କସନ ଓଭରବ୍ରିଜ ହୋଇ ସିଟିବସ୍‌ଷ୍ଟାଣ୍ଡ ପ୍ରମୁଖ ୩ ରୁଟରେ ୧୦ ସିଟିବସ ଚଳାଚଳ ଆରମ୍ଭ କରିଛି ା ଏହାର ଦିବା ଓ ରାତ୍ର ବିଭିନ୍ନ ସମୟରେ ଚଳାଚଳ କରିବା ନେଇ କମିଶନର ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟ ଚୋରି କରି ନେଇଥିଲେ, ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ କରି ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ପରେ…

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ…

ଶର୍ଟ ସର୍କିଟରୁ ମୁଖ୍ୟମନ୍ତ୍ରୀ ବସ୍‌ରେ ଲାଗିଲା ନିଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୨୦ ଯାତ୍ରୀଙ୍କ ଜୀବନ

ବେଲଗୁଣ୍ଠା, ୨୩ା୭(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଡ୍ରାଇଭରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବସରେ…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ଛାତ୍ରମାନେ ଏକା ନୁହଁନ୍ତି… ଇଣ୍ଡିଆ ବ୍ଲକ ବୈଠକ ପରେ ରାହୁଲଙ୍କ ସହ ବିରୋଧୀ ଏମପି ଗଲେ ଗାନ୍ଧୀ ସ୍ମୃତି

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗୁରୁବାର ଇଣ୍ଡିଆ ବ୍ଲକର ଏକ ବୈଠକ ଡକାଯାଇଥିଲା। NEET ପେପର୍‌ ଲିକ ପ୍ରସଙ୍ଗ ଉପରେ ଆଲୋଚନା କରିବା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri