କଳକାରଖାନା ଉପରେ କଟକଣା ନାହିଁ

ସମ୍ବଲପୁର, ୨୫।୩ (ବ୍ୟୁରୋ)- କେନ୍ଦ୍ର ସରକାର ଲକ୍‌ ଡାଉନ ୨୧ ଦିନ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଦୋକାନ, ବଜାର, ଅଫିସ ବନ୍ଦ ରହିବା ସହ ରାସ୍ତା ଘାଟ ଶୂନଶାନ ହୋଇପଡିଛି । ଯେଉଁମାନେ ବାହାରକୁ ବାହାରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ପୋଲିସ ବଳପୂର୍ବକ ଘରେ ରହିବାକୁ ନିର୍ଦ୍ଦେଶ ଦେଉଛି । ହେଲେ ସବୁଠାରୁ ବିଚିତ୍ର କଥା ହେଲା ଯେ, ସମ୍ବଲପୁର ଜିଲାରେ ଥିବା କଳକାରଖାନା ଉପରେ କଟକଣା ଲଗାଯାଇ ନାହିଁ । ଏହାକୁ ନେଇ ବିଭିନ୍ନ ମହଳରେ ଅସନ୍ତୋଷ ଦେଖା ଦେଉଛି। ଏପରିକି ରେଙ୍ଗାଲି ଅଞ୍ଚଳରେ ଥିବା ଏକ କମ୍ପାନୀର କର୍ମଚାରୀ ଜିଲାପାଳ ଶୁଭମ୍‌ ସକ୍‌ସେନାଙ୍କୁ ଏ ନେଇ ଅବଗତ କରିବା ସହ ଅଭିଯୋଗ ମଧ୍ୟ କରିଛନ୍ତି। କମ୍ପାନୀ ଭିତରେ ସାମାଜିକ ଦୂରତ୍ୱ ପାଳନ କରାଯାଉ ନ ଥିବା ନେଇ ଭିଡିଓ, ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । କମ୍ପାନୀକୁ ଯିବାକୁ ସମ୍ବଲପୁର ସହରରୁ ଗାଡି ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ୬ଜଣରୁ ଅଧିକ ଲୋକ ଏକାଠି ବସି ଯାତାୟତ କରୁଛନ୍ତି । ଏହା କ’ଣ କଟକଣା ଭଙ୍ଗ କରୁ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଣୁ କମ୍ପାନୀକୁ ଗାଡି ଚଳାଚଳ ପାଇଁ କିଭଳି ଭାବେ ପାସ୍‌ ଦିଆଯାଇଛି। ତାହା ମଧ୍ୟ ପ୍ରଶାସନର କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଛି । କମ୍ପାନୀ ଭିତରେ ମଧ୍ୟ କର୍ମଚାରୀମାନେ ଏକାଠି କାମ କରୁଛନ୍ତି। ସେମାନେ ଆହୁରି କହିଛନ୍ତି ଯେ, କିଛି ଦିନ ହେବ କମ୍ପାନୀକୁ ରାଜ୍ୟ ଓ ଦେଶ ବାହାରୁ ଅନେକ କର୍ମଚାରୀ ଆସି ଏଠାରେ କାମ କରୁଛନ୍ତି । ସେମାନଙ୍କ ନାମ ଓ ଠିକଣା ଗୋପନ ରଖାଯାଇଛି । ସେମାନଙ୍କଠାରୁ କରୋନା ଭୂତାଣୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ମଧ୍ୟ ରହିଛି । ତେଣୁ ଅନେକ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ହେଲେ ଅଭିଯୋଗ କରିବାକୁ କାହାରି ସାହାସ ପାଉନାହିଁ । ସରକାରଙ୍କ ନିର୍ଦ୍ଦେଶ କ୍ରମେ କମ୍ପାନୀକୁ ତାଗିଦ କରାଯାଇଥିଲା । ସର୍ବନିମ୍ନ କର୍ମଚାରୀ ନେଇ କାମ କରିବା ସହ ହାତ ଧୋଇବାର ବ୍ୟବସ୍ଥା ସହ ସଚେତନତା କରିବା ପାଇଁ ନିର୍ଦ୍ଦେଶ ରହିଥିଲା । କମ୍ପାନୀ ପକ୍ଷରୁ କିନ୍ତୁ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇ ନାହିଁ । କେବଳ ଅଧିକାରୀମାନେ ମୁହଁରେ ମାସ୍କ ଲଗାଇ ବୁଲୁଛନ୍ତି । ହେଲେ ଏଠାରେ କାମ କରୁଥିବା ସି ଓ ଡି ଗ୍ରୁପ ଶ୍ରମିକମାନଙ୍କ ମଧ୍ୟରେ ସଂକ୍ରମଣ ରୋକିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଏବେଠୁ କମ୍ପାନୀ ଉପରେ ଯଦି ରୋକ ଲଗାଯିବ ନାହିଁ ତାହା ହେଲେ ଲକ୍‌ ଡାଉନର କିଛି ମହତ୍ତ୍ବ ରହିବ ନାହିଁ ବୋଲି ସେମାନେ କହିଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲାରେ ରେଙ୍ଗାଲି, ହୀରାକୁଦ, ଠେଲକୁଲି ଭଳି ସ୍ଥାନରେ କମ୍ପାନୀ ଗୁଡିକ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?