କରୋନା ଲାଗି ସ୍ଥାନାନ୍ତର ହେଉଛନ୍ତି ଭିକାରି

ଭଦ୍ରକ ଅଫିସ,୨୭।୩: ଭଦ୍ରକ ପୌରପାଳିକା ପକ୍ଷରୁ ରାସ୍ତାପାର୍ଶ୍ୱରେ ଭିକ୍ଷାବୃତ୍ତି କରୁଥିବା ସମସ୍ତ ଭିକାରିଙ୍କୁ ଉଦ୍ଧାର କରାଯାଇ ମଠସାହିସ୍ଥିତ ବିଦ୍ୟାଳୟରେ ରଖାଯାଇଛି। ଭଦ୍ରକ ପୌରପାଳିକା ନିର୍ବାହୀ ଅଧିକାରୀ ମନୋରମା ଭୂୟାଁଙ୍କ ଉପସ୍ଥିତିରେ ସହରର ବନ୍ତ ଛକ ପୋଲ ତଳ ଓ ଆରଡ଼ି ଛକ ନିକଟରେ ବହୁ ଭିକାରି ରହୁଥିଲେ। ବର୍ତ୍ତମାନ କରୋନା ଭଳି ସ୍ଥିତିରେ ଅପରିଷ୍କାର ଅବସ୍ଥାରେ ରହିବା ନେଇ ପୌରପାଳିକା ନଜରରେ ଆସିଥିଲା। ପୋଲିସ ସହାୟତାରେ ପୌରପାଳିକା କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ତେବେ କେତେକ ସ୍ବେଚ୍ଛାସେବୀ ନିୟମିତ ଭାବେ ସେମାନଙ୍କୁ ଖାଦ୍ୟ ଯୋଗାଉଥିବାରୁ ଏହି ସ୍ଥାନ ଛାଡ଼ିବା ପାଇଁ ରାଜି ହେଉ ନ ଥିବା ବେଳେ କେତେକ ପୋଲିସକୁ ଦେଖି ସ୍ଥାନ ଛାଡ଼ି ପଳାଇଯାଇଥିଲେ। ସମସ୍ତ ଭିକାରିଙ୍କ ପାଇଁ ପୌରପାଳିକା ରହିବା ସହ ଖାଦ୍ୟପେୟର ବ୍ୟବସ୍ଥା କରିଛି। ତେବେ ସ୍ବେଚ୍ଛାସେବୀ ସଂଗଠନ ଚାହିଁଲେ ଆଶ୍ରୟସ୍ଥଳୀରେ ସେମାନଙ୍କୁ ଖାଦ୍ୟ ଦେଇପାରିବେ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀ କହିଛନ୍ତି। ରାସ୍ତାପାର୍ଶ୍ୱରେ ରହୁଥିବା ଲୋକଙ୍କୁ କରୋନା ଭଳି ସ୍ଥିତିରେ ଖାଦ୍ୟ ଦ୍ରବ୍ୟ ନ ଦେବାକୁ ଅନୁରୋଧ କରିଛି ପ୍ରଶାସନ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

Video: ନେପାଳରେ ପ୍ରକୃତିର କୋପ, ଆସିଲା ଭୟଙ୍କର ଭଡ଼ିଓ, ହଠାତ୍‌ ମାଡିଆସିଲା ପାଣି ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା

କାଠମାଣ୍ଡୁ,୨୬।୮: ପ୍ରତିବର୍ଷ ମୌସୁମୀ ଋତୁରେ, ନେପାଳ ଏବଂ ଭାରତର ପାର୍ବତ୍ୟାଞ୍ଚଳ ପ୍ରକୃତିର କୋପ ଦେଖିଥାଏ। ବୁଧବାର ସକାଳେ ନେପାଳରେ ସମାନ ଦୃଶ୍ୟ ଦେଖାଦେଇଥିଲା ଯେତେବେଳେ ତିବ୍ଦତ ସୀମା…

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ବଡ଼ ଆଲର୍ଟ ଜାରି କଲା RBI, ଚିନି-ପିଆଜ ପରେ ଆହୁରି ମହଙ୍ଗା ହେବ…

ନୂଆଦିଲ୍ଲୀ, ୨୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୫ ଅଗଷ୍ଟ ୨୦୨୬ରେ ଜାରି କରିଥିବା ନିଜର ମାସିକ ବୁଲେଟିନ୍‌ରେ ଅଗଷ୍ଟ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri