କରୋନା ମାଡ଼ରେ ବେପାର ମାନ୍ଦା

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛିା ହାଟ, ବଜାର, ସଭା ସମିତିକୁ ନ ଯିବାକୁ ବାରଣ କରାଯାଉଛି। ଦେଶର ବିଭିନ୍ନ ରାଜ୍ୟରେ ଏବେ ହାଟ, ବଜାର, ମଲ୍‌ ବନ୍ଦ ହୋଇଯାଇଥିବା ବେଳେ ଅଧିକାଂଶ ଲୋକେ ଗହଳି ସ୍ଥାନକୁ ଯଥାସମ୍ଭବ ଏଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ଯାହାର,ସ୍ପଷ୍ଟ ଚିତ୍ର ଭୁବନେଶ୍ୱରର ସବୁଠୁ ଜନଗହଳି ସ୍ଥାନ କୁହାଯାଉଥିବା ୧ ନମ୍ବର ମାର୍କେଟ, ୨ ନମ୍ବର ମାର୍କେଟ ବିଲ୍ଡିଂ, ଜନପଥ ଏବଂ ଜୟଦେବ ବିହାର ରୋଡ଼ରେ ଥିବା ମଲ୍‌ଗୁଡ଼ିକରେ ବାରି ହୋଇପଡ଼ିଛି। ଦିନରେ ହାତଗଣତି ଲୋକଙ୍କୁ ଦେଖିବାକୁ ମିଳିଥିବା ବେଳେ ସନ୍ଧ୍ୟାରେ ପୂର୍ବ ପରି ଭିଡ଼ ଜମୁନି। ଫଳରେବେପାର ଉପରେ ଏବେ କରୋନା ଚଡ଼କ ପଡ଼ିଥିବା କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି।
ୟୁନିଟ ୧ ହାଟରେ ପରିବା ବ୍ୟବସାୟୀ ଜଗନ୍ନାଥ ଦାସ କହିଛନ୍ତି, ଆଗ ଭଳି ଆଉ ଲୋକ ଆସୁ ନାହଁାନ୍ତି, ଭିଡ଼ କମିଛି। ହାଟର କିଛି ବ୍ୟବସାୟୀ ମଧ୍ୟ ଦୋକାନ ବନ୍ଦ୍‌ କରିଦେଲେଣି। ଆଗକୁ ୩୧ ତାରିଖ ଯାଏ ମାର୍କେଟ ବନ୍ଦ ହେବ ବୋଲି ଶୁଣିବାକୁ ମିଳୁଛି। ପରିବା ବେପାର ହେଉଛି ସବୁଦିନିଆ ବେପାର, ବିକ୍ରି ହେଲେ ଦି ପଇସା ମିଳିବ, ନହେଲେ ନାହିଁ। ଲୋକ ନଆସିବା ଫଳରେ ପରିବା ପଚୁଛି ବୋଲି ସେ କହିଛନ୍ତି।
ସେହିପରି ୟୁନିଟ୍‌ ୧ ହାଟରେ ଲୁଗା ଦୋକାନୀ ଅଞ୍ଜନ ପରିଡ଼ା କୁହନ୍ତି, କରୋନାରେ ସଂକ୍ରମିତ ହେବା ଅପେକ୍ଷା ଦୋକାନ ବନ୍ଦ କରିଦେବା ଭଲ। ବର୍ତ୍ତମାନ ଯାଏ ଦୋକାନ ବଜାର ବନ୍ଦ କରିବାକୁ କିଛି ନିର୍ଦ୍ଦେଶ ଆସିନି, ଯଦି ଆସେ ତାହେଲେ ଆମେ ଦୋକାନ ବନ୍ଦ କରିବୁ। ପଇସା ପାଇଁ ଦୋକାନ ଖୋଲି ରୋଗ କିଣି ଲାଭ କଣ ବୋଲି ସେ କହିଛନ୍ତି।
ଅନୂରୁପ ଭାବେ ଜୟଦେବ ବିହାର ଓ ଜନପଥରେ ଥିବା ମଲ୍‌ଗୁଡ଼ିକରେ ମଧ୍ୟ ଜନ ସମାଗମ ହ୍ରାସ ପାଇଛି। ବହୁତ୍‌ କମ୍‌ ମାତ୍ରାରେ ଲୋକେ ମଲ୍‌କୁ ସପିଂ କରିବାକୁ ଯାଉଛନ୍ତି। ଯେ କେହି ବି ମଲ୍‌ ଯାଉଛନ୍ତି, ସତର୍କତା ଅବଲମ୍ବନ କରି ମୁହଁରେ ମାସ୍କ ପିନ୍ଧି ଯାଉଥିବାର ଦେଖିବାକୁ ମିଳିଛି। ଏପରିକି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌, ରାଜମହଲ, ଏଜି, କିଟ୍‌ ଛକ, ନୟାପଲ୍ଲୀ ଭଳି ଜନସମାଗମ ଅଞ୍ଚଳରେ ମଧ୍ୟ ରାସ୍ତାରେ ଭିଡ଼ ହ୍ରାସ ପାଇଛି। ଫଳରେ ଅସ୍ଥାୟୀ ତଥା ଉଠା ଦୋକାନୀଙ୍କ ବେପାରରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?