କରୋନା ଭାଇରସ୍‌ ସଂକ୍ରମଣରୁ ବୃଦ୍ଧ, ଶିଶୁଙ୍କୁ କିଭଳି ରକ୍ଷା କରିବେ

ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୧୦କୁ ଛୁଇଁଛି। କରୋନା ଭାଇରସ୍‌ରେ ସବୁଠାରୁ ଅଧିକ ମହାରାଷ୍ଟ୍ର ଓ କେରଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। କରୋନା ସହ ମୁକାବିଲା ପାଇଁ ସରକାର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କରୋନା ଭାଇରସ୍‌ରେ ସଂକ୍ରମିତ ହେବାର ଅଧିକ ଭୟ ବୃଦ୍ଧ ଓ ଶିଶୁଙ୍କର ରହିଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କାରଣ ବୃଦ୍ଧ ଓ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମ୍‌ ରହିଥିବାରୁ କରୋନା ଅତିସହଜରେ ସେମାନଙ୍କୁ ସଂକ୍ରମିତ କରିପାରିବ। ତେଣୁ ଏଭଳି ସ୍ଥିତିରେ ଏମାନଙ୍କର ଅଧିକ ଧ୍ୟାନ ଓ ଯତ୍ନ ନେବା ଉଚିତ। ତେବେ କରୋନାରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ।
* ଶିଶୁ ଓ ବୃଦ୍ଧଙ୍କୁ ଘରୁ ବାହାରିବାକୁ ଦିଅନ୍ତୁ ନାହିଁ। ଯଦି କୌଣସି କାରଣବଶତଃ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ୁଛି ତେବେ ମାସ୍କ ପିନ୍ଧିବା ଜରୁରୀ।
* ଶିଶୁ ଓ ବୃଦ୍ଧଙ୍କୁ ହାତ ଧୋଇବା ସହ ସାନିଟାଇଜ୍‌ର ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତୁ। ଏତଦ୍‌ ବ୍ୟତୀତ ଘରେ ବା ବାହାରର କୌଣସି ଜିନିଷକୁ ଛୁଇଁବା ପରେ ସଙ୍ଗେ ସଙ୍ଗେ ହାତ ଧୁଅନ୍ତୁ।
* ଯଦି ଘରେ କେହି ରୋଗୀ ଅଛନ୍ତି ତେବେ ସେମାନଙ୍କଠାରୁ ଏମାନଙ୍କୁ ଦୂରେଇ ରଖନ୍ତୁ। ଏଥିସହ ଅଜଣା ବ୍ୟକ୍ତିଙ୍କଠାରୁ ୩ରୁ ୬ ଫୁଟ୍‌ ପର୍ଯ୍ୟନ୍ତ ଦୂରତା ବଜାଇ ରଖନ୍ତୁ।
* ସେହିପରି ସେମାନଙ୍କର ନଖ ବଢ଼ିବାକୁ ଦିଅନ୍ତୁ ନାହିଁ। ନଖ ବଢ଼ିଥିଲେ ସଙ୍ଗେ ସଙ୍ଗେ କାଟି ଦିଅନ୍ତୁ। କାରଣ ଏଭଳି ସ୍ଥାନରେ ଜୀବାଣୁ ଓ ଭୂତାଣୁ ରହିବାର ବେଶୀ ଭୟ ରହିଥାଏ।
* ସାର୍ବଜନିକ ସ୍ଥଳ ବା ଭିଡ଼ ଥିବା ସ୍ଥାନଗୁଡ଼ିକଠାରୁ ସେମାନଙ୍କୁ ଦୂରେଇ ରଖନ୍ତୁ। କାରଣ ଏହାଦ୍ୱାରା ସଂକ୍ରମଣ ହେବାର ଅଧିକ ଭୟ ରହିଥାଏ।
* ଏହାସହ ଘରେ ଥିବା ଯେଉଁ ଜିନିଷଗୁଡ଼ିକୁ ଆପଣ ବାରମ୍ବାର ହାତ ଲଗାଉଛନ୍ତି, ସେଗୁଡିକୁ କିଛି ଦିନ ବ୍ୟବଧାନରେ ସାନିଟାଇଜ୍‌ କରନ୍ତୁ।
* ବୃଦ୍ଧ ଓ ଶିଶୁଙ୍କର ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ସେମାନଙ୍କ ଡାଏଟ୍‌ରେ ପୋଷଣଯୁକ୍ତ ଖାଦ୍ୟ ସାମିଲ କରନ୍ତି।
* ଘରେ ଲକ୍‌ଡାଉନ୍‌ ଥିବା ସମୟରେ କୌଣସି ବାହାର ବ୍ୟକ୍ତିଙ୍କୁ ଘରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ଏଭଳି ସମୟରେ ସର୍ମ୍ପକୀୟ କିମ୍ବା ସାଙ୍ଗସାଥୀଙ୍କ ଘରକୁ ଯିବାରୁ ବଞ୍ଚିତ ରୁହନ୍ତୁ।
* କରୋନା ଭାଇରସ୍‌ ସଂକ୍ରମଣ ବିଷୟରେ ବୃଦ୍ଧ, ଶିଶୁଙ୍କ ସମେତ ଘରର ଅନ୍ୟ ସଦସ୍ୟଙ୍କୁ ସଚେତନ କରନ୍ତୁ। ମାସ୍କ ପିନ୍ଧିବା ସହ ଲଗାତର ହାତ ଧୋଇବା ଓ ସାନିଟାଇଜର୍‌ ବ୍ୟବ୍ୟହାର କରିବା ପାଇଁ ପରାମର୍ଶ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri