କରୋନା ଭାଇରସ୍‌ ସଂକ୍ରମଣରୁ ବୃଦ୍ଧ, ଶିଶୁଙ୍କୁ କିଭଳି ରକ୍ଷା କରିବେ

ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୧୦କୁ ଛୁଇଁଛି। କରୋନା ଭାଇରସ୍‌ରେ ସବୁଠାରୁ ଅଧିକ ମହାରାଷ୍ଟ୍ର ଓ କେରଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। କରୋନା ସହ ମୁକାବିଲା ପାଇଁ ସରକାର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କରୋନା ଭାଇରସ୍‌ରେ ସଂକ୍ରମିତ ହେବାର ଅଧିକ ଭୟ ବୃଦ୍ଧ ଓ ଶିଶୁଙ୍କର ରହିଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କାରଣ ବୃଦ୍ଧ ଓ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମ୍‌ ରହିଥିବାରୁ କରୋନା ଅତିସହଜରେ ସେମାନଙ୍କୁ ସଂକ୍ରମିତ କରିପାରିବ। ତେଣୁ ଏଭଳି ସ୍ଥିତିରେ ଏମାନଙ୍କର ଅଧିକ ଧ୍ୟାନ ଓ ଯତ୍ନ ନେବା ଉଚିତ। ତେବେ କରୋନାରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ।
* ଶିଶୁ ଓ ବୃଦ୍ଧଙ୍କୁ ଘରୁ ବାହାରିବାକୁ ଦିଅନ୍ତୁ ନାହିଁ। ଯଦି କୌଣସି କାରଣବଶତଃ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ୁଛି ତେବେ ମାସ୍କ ପିନ୍ଧିବା ଜରୁରୀ।
* ଶିଶୁ ଓ ବୃଦ୍ଧଙ୍କୁ ହାତ ଧୋଇବା ସହ ସାନିଟାଇଜ୍‌ର ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତୁ। ଏତଦ୍‌ ବ୍ୟତୀତ ଘରେ ବା ବାହାରର କୌଣସି ଜିନିଷକୁ ଛୁଇଁବା ପରେ ସଙ୍ଗେ ସଙ୍ଗେ ହାତ ଧୁଅନ୍ତୁ।
* ଯଦି ଘରେ କେହି ରୋଗୀ ଅଛନ୍ତି ତେବେ ସେମାନଙ୍କଠାରୁ ଏମାନଙ୍କୁ ଦୂରେଇ ରଖନ୍ତୁ। ଏଥିସହ ଅଜଣା ବ୍ୟକ୍ତିଙ୍କଠାରୁ ୩ରୁ ୬ ଫୁଟ୍‌ ପର୍ଯ୍ୟନ୍ତ ଦୂରତା ବଜାଇ ରଖନ୍ତୁ।
* ସେହିପରି ସେମାନଙ୍କର ନଖ ବଢ଼ିବାକୁ ଦିଅନ୍ତୁ ନାହିଁ। ନଖ ବଢ଼ିଥିଲେ ସଙ୍ଗେ ସଙ୍ଗେ କାଟି ଦିଅନ୍ତୁ। କାରଣ ଏଭଳି ସ୍ଥାନରେ ଜୀବାଣୁ ଓ ଭୂତାଣୁ ରହିବାର ବେଶୀ ଭୟ ରହିଥାଏ।
* ସାର୍ବଜନିକ ସ୍ଥଳ ବା ଭିଡ଼ ଥିବା ସ୍ଥାନଗୁଡ଼ିକଠାରୁ ସେମାନଙ୍କୁ ଦୂରେଇ ରଖନ୍ତୁ। କାରଣ ଏହାଦ୍ୱାରା ସଂକ୍ରମଣ ହେବାର ଅଧିକ ଭୟ ରହିଥାଏ।
* ଏହାସହ ଘରେ ଥିବା ଯେଉଁ ଜିନିଷଗୁଡ଼ିକୁ ଆପଣ ବାରମ୍ବାର ହାତ ଲଗାଉଛନ୍ତି, ସେଗୁଡିକୁ କିଛି ଦିନ ବ୍ୟବଧାନରେ ସାନିଟାଇଜ୍‌ କରନ୍ତୁ।
* ବୃଦ୍ଧ ଓ ଶିଶୁଙ୍କର ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ସେମାନଙ୍କ ଡାଏଟ୍‌ରେ ପୋଷଣଯୁକ୍ତ ଖାଦ୍ୟ ସାମିଲ କରନ୍ତି।
* ଘରେ ଲକ୍‌ଡାଉନ୍‌ ଥିବା ସମୟରେ କୌଣସି ବାହାର ବ୍ୟକ୍ତିଙ୍କୁ ଘରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ଏଭଳି ସମୟରେ ସର୍ମ୍ପକୀୟ କିମ୍ବା ସାଙ୍ଗସାଥୀଙ୍କ ଘରକୁ ଯିବାରୁ ବଞ୍ଚିତ ରୁହନ୍ତୁ।
* କରୋନା ଭାଇରସ୍‌ ସଂକ୍ରମଣ ବିଷୟରେ ବୃଦ୍ଧ, ଶିଶୁଙ୍କ ସମେତ ଘରର ଅନ୍ୟ ସଦସ୍ୟଙ୍କୁ ସଚେତନ କରନ୍ତୁ। ମାସ୍କ ପିନ୍ଧିବା ସହ ଲଗାତର ହାତ ଧୋଇବା ଓ ସାନିଟାଇଜର୍‌ ବ୍ୟବ୍ୟହାର କରିବା ପାଇଁ ପରାମର୍ଶ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri