କରୋନା ବୁଡ଼ାଇଲା କୌଳିକ ବୃତ୍ତି : ସଙ୍କଟରେ ବାଉଁଶ କାରିଗର

କେନ୍ଦୁଝର, ୨୮ା୫(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଛି। କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସାଧାରଣ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଦେଇଥିବା ବେଳେ ଅନେକ ପରିବାର ଜୀବିକା ହରାଇ ଘରେ ବସି ରହି ନିଜ ନିଜ ଭାଗ୍ୟକୁ ନିନ୍ଦୁଥିବାର ଦେଖିବାକୁ ମିଳୁଛି। ଏଭଳି ସଙ୍କଟ ସମୟରେ ଆଦିବାସୀ ବହୁଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। ବିଶେଷ କରି ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ଚଳୁଥିବା କାରିଗରମାନେ ଏବେ ବେସାହାରା ହୋଇପଡିଛନ୍ତି।
ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ୩୦ ପ୍ରତିଶତରୁ ଅଧିକ ଲୋକ ଆଜି ବି ନିଜର କୌଳିକ ବୃତ୍ତି ଉପରେ ଭରସା କରି ଜୀବିକା ନିର୍ବାହ କରିଆସୁଛନ୍ତି। କିଏ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରି ଚଳୁଛି ତ କିଏ ବାସନକୁସନ ବ୍ୟବସାୟ, କମାର କାମ ଭଳି କୌଳିକ ବୃତ୍ତିକୁ ଆଦରି ନେଇ ଗୁଜୁରାଣ ମେଣ୍ଟାଉଛି। ମାତ୍ର ଲକ୍‌ଡାଉନ କଟକଣା ଏସବୁ ପରିବାର ପାଇଁ ଅଭିଶାପ ସଦୃଶ ହୋଇଛି। ବାଉଁଶ କାମ କରି ପେଟ ପୋଷୁଥିବା ପରିବାର ଆର୍ଥିକ, ଶିକ୍ଷା, ସଚେତନତା ଆଦି କ୍ଷେତ୍ରରେ ସବୁଠୁ ନିମ୍ନସ୍ତରରେ ରହିଛନ୍ତି। ଲକ୍‌ଡାଉନ କଟକଣା ଚାପ ଭିତରେ ସେମାନେ ଏବେ ପେଷି ହୋଇଯାଇଛନ୍ତି। ବିଶେଷି କରି ଚାଷୀ ପରିବାର ଲୋକଙ୍କୁ ବାଉଁଶ କାରିଗରମାନେ କୁଲା, ପାଛିଆ, ଡାଲା ଭଳି ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଆସୁଥିବା ବେଳେ ଆଜି ସେମାନେ ହାତ ବାନ୍ଧି ଘରେ ବସି ରହିବା ଛଡା ଆଉ କିଛି ବାଟ ନାହିଁ। ସରକାରୀ ସହାୟତା ସେମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ହୋଇଛି। କରୋନା କଟକଣା ଭିତରେ ଓଳିଏ ଖାଇ ଓଳିଏ ଉପବାସ ରହିବାକୁ ପଡୁଛି। ସେମାନଙ୍କ ମଧ୍ୟରୁ ଅନେକ ପରିବାର ଆଜି ବି ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି। କରୋନା କଟକଣା ଭିତରେ ଗ୍ରସେରି, ଫଳ ଦୋକାନୀମାନେ ଯେନତେନ ପ୍ରକାରେ ଚଳିଯାଉଥିବା ବେଳେ ବାଉଁଶ କାରିଗର ଦାରିଦ୍ର୍ୟର କଷାଘାତରେ ଜୀବନ ବିତାଉଛନ୍ତି। ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳକୁ ଦାଦନ ଖଟି ଯାଇଥିଲେ, କୁଅରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତଦେହ: ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୩୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ନିଜ…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ୧୦୮ ଚାଲିଗଲା ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

ରେଳମନ୍ତ୍ରୀଙ୍କୁ ଭେଟିଲେ MP ପ୍ରଦୀପ ପୁରୋହିତ: ବରଗଡ଼-ଝାରସୁଗୁଡ଼ା ପାଇଁ ୪ ନୂତନ ଟ୍ରେନ୍ ଚଳାଚଳ ପାଇଁ ଦେଲେ ପ୍ରସ୍ତାବ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡ଼ା ଜିଲାରେ ରେଳସେବାର ବ୍ୟାପକ ବିକାଶ, ଯାତ୍ରୀ ସୁବିଧା ବୃଦ୍ଧି ଏବଂ ନୂତନ ଟ୍ରେନ୍ ସେବା…

‘ମାନବ ଚାଲାଣ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ’

ଭଞ୍ଜନଗର,୩୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ…

ଜମିରୁ ଫେରିବା ବେଳେ ଚାଷୀଙ୍କୁ ଦନ୍ତା ଆକ୍ରମଣ: ଉଜୁଡ଼ିଲା ସଂସାର, ଘର ଚଳାଇବା କଷ୍ଟକର

ଜି.ଉଦୟଗିରି,୩୦।୭ (ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଜୁ ଗ୍ରାମର ସିରାପାଦେରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। କିଛି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri