କରୋନା ବଦଳାଇଲା ସାବିତ୍ରୀ ବ୍ରତ ପାଳନର ରୂପରେଖ: ମାସ୍କ ପିନ୍ଧି ପୂଜାର୍ଚ୍ଚନା କଲେ ମହିଳା

ବଲାଙ୍ଗୀର ଅଫିସ, ୨୨ା୫-ସାରା ଓଡିଶାରେ ସାବିତ୍ରୀ ବ୍ରତଧାରୀ ମହିଳାମାନେ ଉତ୍ସାହର ସହ ଏହି ଦିନକୁ ପାଳନ କରୁଛନ୍ତି ା ଏହି ଅବସରରେ ବଲାଙ୍ଗିରରେ ମଧ୍ୟ ସଧବାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ବ୍ରତପୂଜାର ଆୟୋଜନ ହୋଇଛି। ଏଥିପାଇଁ ମଧ୍ୟ ବେଶ ଭିଡ ପରିଲକ୍ଷିତ ହୋଇଛି। ସମ୍ପ୍ରତି କରୋନା କଟକଣା ଏହି ପର୍ବକୁ ଅଟକାଇ ପାରିନାହିଁ। ହେଲେ ମହିଳାମାନେ ବେଶ ସତର୍କତା ଅବଲମ୍ବନ କରିଥିବା ପରିଲକ୍ଷିତ ହୋଇଛି। ସହରର ତୁଳସୀନଗରପଡାରେ ମହିଳାମାନେ କୋଭିଡ-୧୯କୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧି ପୂଜାର୍ଚ୍ଚନା କରିଛନ୍ତି। ସାନିଟାଇଜର୍‌ ବ୍ୟବହାର କରିବା ସହ ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ବଲାଙ୍ଗିର ଅରେଞ୍ଜ ଜୋନ ଥିଲେ ହେଁ ଲୋକଙ୍କ ମଧ୍ୟରେ ଦିନକୁ ନେଇ ବେଶ ଉତ୍ସାହ,ଉଦ୍ଦୀପନା ଓ ଖୁସିର ବାତାବରଣ ଥିବା ଦେଖାଯାଇଛି। ଲଗ୍ନ ଅନୁଯାୟୀ ସଧବା ବ୍ରତଧାରୀମାନେ ପୂଜା ଶେଷ ପରେ ସତ୍ୟବାନମାନଙ୍କୁ ଗୋଡ ଧୋଇ ପୂଜା କରିବାର ପରମ୍ପରାକୁ ପାଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

E୨୦ ପେଟ୍ରୋଲକୁ ନେଇ ୭ ବଡ଼ ପ୍ରଶ୍ନ, ସଂସଦରେ ତଥ୍ୟ ସହ ଜବାବ ଦେଲେ ସରକାର

ନୂଆଦିଲ୍ଲୀ,୩୧।୭ E୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରେ ଉଠୁଥିବା ପ୍ରଶ୍ନ ମଧ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଂସଦରେ ବିସ୍ତୃତ ସ୍ପଷ୍ଟୀକରଣ…

୧୫୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି: ଜରିମାନା କାଟିଲେ ହେବ ୧୬ ଲକ୍ଷ ଟଙ୍କା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଲବୋର୍ନ, ୩୧ା୭ (ଏ.ପି.):ଲାଇବ୍ରେରିରୁ ନେଇଥିବା ବହି ଫେରାଇବାରେ ସପ୍ତାହେ କିମ୍ବା ମାସେ ବିଳମ୍ବ ହେବା ସାଧାରଣ କଥା। ମାତ୍ର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ ଲାଇବ୍ରେରିରେ ଏମିତି ଏକ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୩୧ା୭ (ବନ୍ଦନା ସେଠୀ):ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ…

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri