କରଞ୍ଜିଆରେ ହାତୀ ଉପଦ୍ରବ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଠାକୁରମୁଣ୍ଡା,୫ା୯(ଡ଼ି.ଏନ୍‌.ଏ.)- କରଞ୍ଜିଆ ଅଞ୍ଚଳରେ ହାତୀ ଆତଙ୍କ ଥମୁନାହିଁ। ଦୀର୍ଘ ଏକ ମାସ ହେଲା ଝାଡ଼ଖଣ୍ଡ ହାତୀ ଏହି ଅଞ୍ଚଳରେ ରହି ବିଭିନ୍ନ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ କରଞ୍ଜିଆଠାରୁ ୫ କି.ମି ଦୂର ଅନ୍ଧାରଝରି ଗ୍ରାମରେ ଏହି ହାତୀପଲ ପଶି ୬ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ବୁଧବାର ସକାଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ କରଞ୍ଜିଆ-ଖିଚିଂ ୫୩ ନମ୍ବର ରାଜ୍ୟ ରାଜପଥକୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ। ଖବରପାଇ କରଞ୍ଜିଆ ଥାନା ପୋଲିସ ଓ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ୨୨ଟି ହାତୀ ଦଳ ହୋଇ ଅନ୍ଧାରଝରି ଗ୍ରାମରେ ପଶି ବିରେନ ଥାପ, ନିରଞ୍ଜନ ଚାତର, ଅର୍ଜୁନ ପୂର୍ତ୍ତି, ରାମ ଚାତର ଓ କୈଳାଶ ଚାତରଙ୍କ ଘର ଭାଙ୍ଗି ଦେଇଛନ୍ତି। ନିରଞ୍ଜନ ଚାତାରଙ୍କ ଘର ଭାଙ୍ଗି ଘରେ ଥିବା ଧାନ ଖାଇ ଦେଇଛନ୍ତି। ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିବାରୁ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?