Posted inଜାତୀୟ

କନଷ୍ଟେବଳଙ୍କ ସାହସିକତା: ଅଣ୍ଟାଏ ବନ୍ୟା ପାଣିରେ ୨ବାଳିକାଙ୍କୁ ଦେଢ କିଲୋମିଟର କାନ୍ଧରେ ବୋହିଲେ

ଗାନ୍ଧିନଗର,୧୧।୮: ଗୁଜରାଟରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ପ୍ରତିଦିନ ଏଠାକାର ଉଦ୍ଧାରକାରୀ ଦଳଙ୍କର କିଛି ନା କିଛି ହୃଦୟସ୍ପର୍ଶୀ ଫଟୋ ଓ ଭିଡିଓ ଦେଖିବାକୁ ମିଳୁଛି। ଏବେ ମୋରବି ଜିଲା ଟଙ୍କରା ସହରର ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଗୁଜରାଟ ପୋଲିସ ବିଭାଗରେ କାମ କରୁଥିବା ଜଣେ କନଷ୍ଟେବଳ ୨ ବାଳିକାଙ୍କୁ କାନ୍ଧରେ ବସାଇ ବନ୍ୟା ପାଣି ଭିତରେ ଚାଲିଛନ୍ତି। ସେ ହେଉଛନ୍ତି ପୃଥିବରାଜ ସିଂ ଜାଡେଜା। ସୂଚନାଯୋଗ୍ୟ, କଲ୍ୟାଣପୁରର ଏକ ସ୍କୁଲରେ ପ୍ରାୟ ୪୩ ଜଣ ପିଲା ଦୀର୍ଘ ୫ ଘଣ୍ଟା ଧରି ବନ୍ୟା ପାଣିରେ ଫସି ରହି ଯାଇଥିଲେ। ଏହାପରେ ସ୍କୁଲ ପ୍ରଶାସନ ଗୁଜରାଟ ପୋଲିସର ସହଯୋଗ ଲୋଡିଥିଲା। ତେବେ ପାଣିର ସୂଅ ଏତେ ଅଧିକ ଥିଲା ଯେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବୋଟ ଯୋଗେ ପିଲାଙ୍କୁ ଉଦ୍ଧାର କରିବା ସମ୍ଭବ ନ ଥିଲା। ହେଲେ ଗୁଜରାଟ ପୋଲିସ ସାହସର ସହ ଗୋଟିଏ ପରେ ଗୋଟିଏ ପିଲାଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲା। ଏତିକିବେଳେ କନଷ୍ଟେବଳ ପୃଥିବରାଜ ସିଂ ଜାଡେଜା ନିଜ କାନ୍ଧରେ ୨ଜଣ ବାଳିକାଙ୍କୁ ବସାଇ ନିଜ ଜୀବନକୁ ବାଜି ଲଗାଇ ଅଣ୍ଟାଏ ପାଣିରେ ସୁରକ୍ଷିତ ଭାବେ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ପୃଥିବରାଜଙ୍କ ଏହି ସାହସିକତାକୁ ସବୁଠି ପ୍ରଶଂସା କରାଯାଉଛି। ଏହାପରେ ଗୁଜରାଟ ଡିଜିପି ସମଶେର ସିଂ ପୃଥିବରାଜଙ୍କ ସାହସିକତାର ପ୍ରଶଂସା କରିବା ସହ ସେହି ସମୟର ଏକ ଭିଡିଓ ଓ ଫଟୋକୁ ଟୁଇଟରରେ ଶେୟାର କରିଛନ୍ତି। ଆଉ ଲେଖିଛନ୍ତି, ‘ଆମ କାନ୍ଧ ଆପଣଙ୍କ ସୁରକ୍ଷା’।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

ସୌମ୍ୟଙ୍କ ସାଙ୍ଗ ଭୂମିକା ତଦନ୍ତ ପରିସର: କ୍ରାଇମବ୍ରାଞ୍ଚ ଡିଆଇଜି

ଭୁବନେଶ୍ୱର,୨୮।୫: କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଆହୁରି ୧୦ଜଣ ଅଭିଯୁକ୍ତ…

‘ଯଦି ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ମୋତେ ବିହାର ଫେରିବାକୁ ପଡିଥାନ୍ତା…’ – ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବିକ୍ରମ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୨୮।୫: ‘ଯଦି ବଙ୍ଗଳାରେ ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ଆମକୁ ସବୁକିଛି ପରିତ୍ୟାଗ କରି ବିହାର ଫେରିଯିବାକୁ ପଡ଼ିଥାନ୍ତା।’ ଏଗୁଡ଼ିକ ହେଉଛି ଝାରଗ୍ରାମର ଜଣେ ଝାଲମୁଢି ବିକ୍ରେତା…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ମାତ୍ର ୩ ଶବ୍ଦରେ ଜବାବ ଦେଲେ ବୈଭବ

ନୂଆଦିଲ୍ଲୀ,୨୮।୫: IPL 2026 ଏଲିମିନେଟର ମ୍ୟାଚ ସମୟରେ ସମଗ୍ର ବିଶ୍ୱ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଚମତ୍କାରିତା ଦେଖିଥିଲା। ବୈଭବ ମାତ୍ର 29 ବଲରେ 97 ରନ କରିଥିଲେ,…

ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା କାର୍, ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର,୨୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଢେଙ୍କାନାଳରୁ ଘଟଗାଁ ଯାଉଥିବା ବେଳେ ରାସୋଳ ଗ୍ରାମ…

ମୁକେଶ ଅମ୍ବାନୀଙ୍କ 0 ଦରମା; ୬ ବର୍ଷରେ ବି ନେବେନି, ଆୟର ଉତ୍ସ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୨୮।୫: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ବର୍ଷ ପୁଣି ଥରେ କମ୍ପାନୀରୁ ଦରମା ନେବେ ନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri