ବ୍ରହ୍ମପୁର ଅଫିସ୍,୨୬ା୨-ବ୍ରହ୍ମପୁରର ମେଦିରୀ ସଂପ୍ରଦାୟକ ଲୋକେ ପୂର୍ବରୁ ବାଉଁଶରେ ବିଭିନ୍ନ ପ୍ରକରର ସାମଗ୍ରୀ ତିଆରି କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ, ପଲିଥିନର ବ୍ୟବହାର ଯୋଗୁ ଏସବୁ ସାମଗ୍ରୀର ଚାହିଦା କମିବାରେ ଲାଗିଛି। ଯଦ୍ଦ୍ବାରା ଏହାକୁ କୌଳିକ ବୃତ୍ତି ଭାବେ ଧରି ନେଇଥିବା ଲୋକେ ଏଥିରୁ ଦୂରେଇ ଯିବାକୁ ବାଧ୍ୟ ହେଉଛନ୍ତି। ସହରର ଟାଟାବେଞ୍ଜ ଛକ, ଗିରିମାର୍କେଟ, ସୁବାରାଓ ଛକ, ଠାକୁରାଣୀ ମନ୍ଦିର ସାହି, ଏସ୍ଏନ୍ଟି ରୋଡ଼ ଆଦି ସ୍ଥାନରେ ବାଉଁଶ ପାତରେ ତିଆରି ବିଭିନ୍ନ ସାମଗ୍ରୀ, ଘରୋଇ ଉପକରଣ ଓ ସାଜସଜ୍ଜା ଲାଗି ଉଦ୍ଦିଷ୍ଟ ଜିନିଷସବୁ ଦେଖିବାକୁ ମିଳୁଛି। ଟୋକେଇ, କୁଣ୍ଡି, ଚାଙ୍ଗୁଡ଼ି, ଚାଉଳଧୁଆ ଡାଲା, ତାଟି ଆଦି ବିକ୍ରି କରାଯାଉଥିଲେ ମଧ୍ୟ ବଜାରରେ ପ୍ଲାଷ୍ଟିକରେ ଠିକ ଏଭଳି ଜିନିଷସବୁ କମ୍ ଦାମରେ ମିଳୁଥିବାରୁ ବାଉଁଶ ସାମଗ୍ରୀକୁ ଲୋକେ ଆଗ୍ରହ ଦେଖାଉନାହାନ୍ତି । କେବଳ ବାହାଘର ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ସମୟରେ ଅଳ୍ପ ମାତ୍ରାରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଯଥେଷ୍ଟ ପରିମାଣର ବାଉଁଶ ଆଉ ମିଳୁନି। ଏସବୁ କାରଣରୁ କୌଳିକ ବୃତ୍ତିରୁ ଦୂରେଇ ଯିବାକୁ ପଡୁଛି ବୋଲି ବ୍ୟବସାୟୀମାନେ କହିଛନ୍ତି ।
Posted inଆମ ଜିଲା ଖବର, ଗଞ୍ଜାମ View All
SCB ମେଡିକାଲ୍ କ୍ୟାମ୍ପସ୍ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…
କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…
୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ
ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…
ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ
ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…
ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…
ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ
ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…
ମୋବାଇଲ୍ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…
ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…
ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍ ଚଢ଼ାଉ କରି…
ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

