କଂଗ୍ରେସ ସହ ମେଣ୍ଟ କରି କ୍ଷତିର ସମ୍ମୁଖୀନ ସିପିଆଇ

ବ୍ରହ୍ମପୁର ଅଫିସ,୨୮ା୫-୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ଗଞ୍ଜାମ ଜିଲାରେ କ୍ଷତିର ସମ୍ମୁଖୀନ ହୋଇଛି ବାମପନ୍ଥୀ ସିପିଆଇ। ଆସିକା ଲୋକ ସଭା ଏବଂ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ନ ଦେଇ ମେଣ୍ଟ ବୁଝାମଣାରେ ସିପିଆଇକୁ ଛାଡ଼ି ଦେଇଥିଲା। ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା ଆସିକା ଲୋକ ସଭା କ୍ଷେତ୍ରରୁ ଏବଂ ଯୁବ ନେତା ପ୍ରଦୀପ କୁମାର ସେଠୀ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଆଶାନୁରୂପ ଭୋଟ ନ ପାଇ ଉଭୟ ପରାଜିତ ହେବା ସହ ଅମାନତ ହରାଇଛନ୍ତି। ଏଥିପାଇଁ କଂଗ୍ରେସ ନେତା ଓ କର୍ମୀଙ୍କ ଅସହଯୋଗକୁ ଜିଲା ସିପିଆଇ ସମ୍ପାଦକ ପ୍ରକାଶ ପାତ୍ର ଦାୟୀ କରିଛନ୍ତି। ମେଣ୍ଟ ଧର୍ମ ରକ୍ଷା ନ କରି କଂଗ୍ରେସ ଦଳ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି । ଆସିକା ଲୋକ ସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ଜଣେ ଗାଉଁଲି ବୟସ୍କା ମହିଳା ତଥା ଏସ୍‌ଏଚ୍‌ଜି ସଂଗଠିକା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ଚଳନ୍ତି ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ସେହିପରି ବରିଷ୍ଠ ରାଜନେତା ତଥା ରାଜ୍ୟ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିଲା ଭାଜପା। ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲେ ମଧ୍ୟ ଶାସକ ଦଳ ସମସ୍ତ ବଳ ପ୍ରୟୋଗ କରିବାରୁ ବିଜେଡି ପ୍ରାର୍ଥିନୀଙ୍କୁ ୫ ଲକ୍ଷ ୫୨ ହଜାର ୭୪୯ ଭୋଟ ମିଳିଲା। ସେହିପରି ସମସ୍ତ ଅସ୍ତ୍ର ପ୍ରୟୋଗ କରି ଭାଜପା ପ୍ରାର୍ଥିନୀ ପାଇଲେ ୩ ଲକ୍ଷ ୪୮ ହଜାର ୦୪୨ ଭୋଟ । ସେହି ଅଞ୍ଚଳର କଂଗ୍ରେସ ଭୋଟ ଭାଜପା ସପକ୍ଷରେ ଯାଇଥିବା ସିପିଆଇ ସମାଲୋଚନା କରିଛି ।
ପଟେ କଂଗ୍ରେସର ଅସହଯୋଗ ଏବଂ ଅର୍ଥାଭାବ ଯୋଗୁ ମେଣ୍ଟର ସିପିଆଇ ପ୍ରାର୍ଥୀ ରାମକୃଷ୍ଣଙ୍କୁ ମିଳିଲା ମାତ୍ର ୫୯ ହଜାର ୯୭୮ ଭୋଟ । ନିର୍ବାଚନ ଆଇନ ପ୍ରକାରେ ନୋଟାକୁ ଛାଡ଼ି ସମୁଦାୟ ମତଦାନର ୬% ଅଧିକ ନ ମିଳିଲେ ଅମାନତ ରହିବ ନାହିଁ। ତେଣୁ ସିପିଆଇକୁ ଏହି ଦଶା ଭୋଗିବାକୁ ପଡ଼ିଛି। ଅତୀତରେ ଆସିକା ଲାଲଗଡ଼ ଥିଲା। ସିପିଆଇ ନେତା ସ୍ବର୍ଗତ ଦ୍ୱିତୀକୃଷ୍ଣ ପଣ୍ଡା ଲୋକ ସଭା ଏମ୍‌ପି ଓ ଆସିକା ବିଧାୟକ ହୋଇଥିଲେ। ସ୍ବର୍ଗତ ହରିହର ଦାସ ବହୁବାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏଥର କଂଗ୍ରେସ ଠକି ଦେବାରୁ ଦାରୁଣ ବିପର୍ଯ୍ୟୟ ଘଟିଥିବା କୁହାଯାଇଛି ।
ଛତ୍ରପୁର ବିଧାନସଭାର ସିପିଆଇ ପ୍ରାର୍ଥୀ ପ୍ରଦୀପଙ୍କୁ ମିଳିଛି ୧୨ ହଜାର ୭୬୬ ଭୋଟ । ସେ ମଧ୍ୟ ଅମାନତ ରଖିବାରେ ସକ୍ଷମ ହୋଇନାହାନ୍ତି ।
୧୯୬୧ରୁ ୧୯୭୧ ନିର୍ବାଚନରେ ସିପିଆଇ ପ୍ରାର୍ଥୀ ସ୍ବର୍ଗତ ଲକ୍ଷ୍ମଣ ମହାପାତ୍ର ଲଗାତର ୩ ଥର ଜିତିଥିଲେ। ୧୯୭୭ ଓ ୧୯୮୦ ନିର୍ବାଚନରେ ସ୍ବର୍ଗତ ବିଶ୍ୱନାଥ ସାହୁ ଦୁଇଥର ବିଧାୟକ ହୋଇଥିଲେ। ୧୯୯୦ ନିର୍ବାଚନରେ ସ୍ବର୍ଗତ ପର୍ଶୁରାମ ପଣ୍ଡା, ୨୦୦୪ ନିର୍ବାଚନରେ ଏନ. ନାରାୟଣ ରେଡ୍ଡୀ, ୨୦୦୯ ନିର୍ବାଚନରେ ଆଦିକନ୍ଦ ସେଠୀ ସିପିଆଇରୁ ବିଧାୟକ ହୋଇଥିଲେ । ଅତୀତରେ ଛତ୍ରପୁର ସେଗ୍‌ମେଣ୍ଟରୁ ସିପିଆଇରୁ ୮ ବିଧାୟକ ହୋଇଥିଲେ ଏବଂ ୨୦୧୪ ନିର୍ବାଚନରେ ମଧ୍ୟ ପରାଜିତ ସିପିଆଇ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ୩୧ ହଜାର ୨୦୨ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ୨୦୧୯ ନିର୍ବାଚନରେ ପ୍ରାର୍ଥୀ ପ୍ରଦୀପଙ୍କୁ ଗତ ନିର୍ବାଚନ ତୁଳନାରେ ୨୦ ହଜାର କମ ଭୋଟ ମିଳିଛି । ଏଭଳି ସ୍ଥିତିରେ ମେଣ୍ଟ ଧର୍ମ ପାଳନ ନ କରି କଂଗ୍ରେସ ଚିତା କାଟିଥିବା ସିପିଆଇ କଟାକ୍ଷ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri