Posted inଖେଳ

ଓ୍ବିଲିୟମସନ୍‌ ଶ୍ରେଷ୍ଠ ଦିନିକିଆ କ୍ରିକେଟର

ଅକ୍‌ଲାଣ୍ଡ,୩୦।୪ (ପି.ଟି.): ଅଧିନାୟକ କେନ୍‌ ଓ୍ବିଲିୟମସନ ଗୁରୁବାର ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସାରା ବର୍ଷରେ ଦମ୍‌ଦାର ପ୍ରଦର୍ଶନ କରି ସେ ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ପୁରସ୍କୃତ କରାଯାଇଛି। ସେହିପରି ଅଭିଜ୍ଞ ରସ୍‌ ଟେଲର ଓ ଅଧିନାୟିକା ସୋଫି ଡିଭାଇନ୍‌ ଯଥାକ୍ରମେ ପୁରୁଷ ଓ ମହିଳା ଟି୨୦ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ଅନ୍ୟପଟେ ସାରା ବର୍ଷ ସ୍ଥିର ପ୍ରଦର୍ଶନ କରି ସୁଜି ବେଟ୍ସ ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର ବିବେଚିତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ପୁରସ୍କାର ଅନ୍‌ ଲାଇନ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା।
ଗତବର୍ଷ ୨୯ ଓ୍ବିଲିୟମସନ ଅସାଧାରଣ ପ୍ରଦର୍ଶନ କରିଥିଲେ। ଇଂଲଣ୍ଡରେ ଅନୁଷ୍ଠତି ବିଶ୍ୱକପ୍‌ରେ ସେ ୮୨ ହାରରେ ୫୭୮ ରନ ସଂଗ୍ରହ କରିଥିଲେ। ଏଥିରେ ଦୁଇଟି ଶତକ ସାମିଲ ରହିଛି ଓ ସେ ପ୍ଲେୟାର ଅଫ୍‌ ଟୁର୍ନାମେଣ୍ଟ ମଧ୍ୟ ବିବେଚିତ ହୋଇଥିଲେ। ତାଙ୍କ ଦମ୍‌ଦାର ପ୍ରଦର୍ଶନ ଓ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିଲା। ତେବେ ରୋମାଞ୍ଚକ ଫାଇନାଲରେ ଆୟୋଜକ ଇଂଲଣ୍ଡଠାରୁ ପରାସ୍ତ ହୋଇ ରନର୍ସ ଅପ୍‌ ହୋଇଥିଲା। ସେହିପରି ଟି୨୦ରେ ଟେଲର ୧୩୦ ଷ୍ଟାଇକ୍‌ରେଟ୍‌ରେ ୩୩୦ ରନ ସଂଗ୍ରହ କରି ବେଶ୍‌ ସଫଳ ପ୍ରଦର୍ଶନ କରିଥିଲେ।
ମହିଳା କ୍ରିକେଟରେ ବେଟ୍ସ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ଗତବର୍ଷ ନ୍ୟୁଜିଲାଣ୍ଡ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ସେ ୪୨ ହାରରେ ମୋଟ ୧୪୨ ରନ ସଂଗ୍ରହ କରିଥିଲେ। ସେହିପରି ମହିଳା ଟି୨୦ରେ ଡେଭାଇନ୍‌ ଶତକ ହାସଲ କରିତତ୍ଲେ। ପ୍ରଥମ ମହିଳା କିମ୍ବା ପୁରୁଷ ଖେଳାଳିଭାବେ ସେ କ୍ରମାଗତ ୬ଟି ଟି୨୦ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଥିଲେ। ୧୩୨ ଷ୍ଟ୍ରାଇକ୍‌ରେଟ୍‌ରେ, ୭୧ ହାରରେ ଡିଭାଇନ୍‌ ୪୨୯ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ ସଭ୍ୟଙ୍କ ମଧ୍ୟରୁ…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

ବୈଠକ ପୂର୍ବରୁ ସରକାରଙ୍କୁ ଅଲ୍ଟିମେଟମ ଦେଲା CJP, ରଖିଲା ଏହି ବଡ଼ ସର୍ତ୍ତ

ନୂଆଦିଲ୍ଲୀ,୨୫।୭: CJP ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ କ୍ଷତିପୂରଣ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ ସଂଗଠନ ଆଜି (ଶନିବାର) ଏକ ଲିଖିତ ଚୁକ୍ତି…

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri