ଏହି ମହିଳା ୫୪ ବର୍ଷ ପୂର୍ବେ ଉଦ୍ଭାବନ କରିଥିଲେ ସାନିଟାଇଜର: ଯାହା ବର୍ତ୍ତମାନ କରୋନା ଜୀବାଣୁଠୁୁ କରୁଛି ରକ୍ଷା

କରୋନା ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିରଖିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ବର୍ତ୍ତମାନ ସାରା ଦେଶକୁ ବ୍ୟାପିସାରିଛି। ଏ ଭଳି ପରିସ୍ଥିତିରେ ସଚେତନ ରହିବାକୁ କୁହାଯାଉଥିବା ବେଳେ ବାରମ୍ବାର ହାତ ସଫା କରିବାକୁ କୁହାଯାଉଛି। କାରଣ ଅଧିକ ସଂକ୍ରମଣ ଆଶଙ୍କା ପାପୁଲିରେ ହିଁ ହୋଇଥାଏ। ଏ ନେଇ ସାବୁନ, ହ୍ୟାଣ୍ଡଓ୍ବାଶ ଓ ସାନିଟାଇଜର ବହୁଳ ବ୍ୟବହାର କରାଯାଉଛି। ତେବେ ଅନେକ ସମୟରେ କର୍ମକ୍ଷତ୍ର ହେଉ କିମ୍ବା ଯାତ୍ରା ସମୟରେ ହାତ ଧୋଇବା ସମ୍ଭବ ହୋଇ ନ ଥାଏ। ଏଭଳି ସ୍ଥଳେ ଲୋକେ ସାନିଟାଇଜର ବ୍ୟବହାର କରିଥାନ୍ତି। ବର୍ତ୍ତମାନ ପରିସ୍ଥିତିରେ ସାନିଟାଇଜର ଚାହିଦା ବଢ଼ିବା ସହ ବଜାରରେ ଏହା କମ୍‌ ଉପଲବ୍ଧ ହେଉଛି। ସାନିଟାଇଜର ଗତ ୫୪ ବର୍ଷ ଧରି ବ୍ୟବହାର କରାଯାଉଛି। ତେବେ ଆପଣ କ’ଣ ଏହା ଜାଣନ୍ତି ସାନିଟାଇଜର କିଏ ପ୍ରଥମେ ତିଆରି କରିଥିଲେ। ଏହା କିପରି ବ୍ୟବହାର କରାଯାଏ ତାହା ବିଶ୍ୱବାସୀଙ୍କୁ ଶିଖାଇଛନ୍ତି।


ଏକ ରିପୋର୍ଟ ଅନୁଯାୟୀ, ଏହାକୁ ୧୯୬୬ ମସିହାରେ ଆମେରିକାର କାଲିଫର୍ନିଆର ବକର୍ସଫିଲ୍ଡ ସହରରେ ରହୁଥିବା ଜଣେ ମହିଳା ଲୁପ ଫର୍ଣ୍ଣାଡିଜ୍‌ ତିଆରି କରିଥିଲେ। ଲୁପ୍‌ ଜଣେ ନର୍ସିଂ ଛାତ୍ରୀ ଥିଲେ ହଠାତ୍‌ ଦିନେ ତାଙ୍କ ମନକୁ ଆସିଲା ଯେ, ସେ କୌଣସି ରୋଗୀ ପାଖକୁ ଯିବା ପୂର୍ବରୁ କିମ୍ବା ତାଙ୍କ ପାଖରୁ ଆସିବା ପୂର୍ବରୁ ପାଣି କିମ୍ବା ସାବୁନ ନ ଥିଲେ ହାତ କିପରି ସଫା କରିବେ। ପରେ ସେ ସାବୁନଠାରୁ ଭିନ୍ନ ଏବଂ ପାଣି ବିନା କାମ କରୁଥିବା ଏକ ଜିନିଷ ତିଆରି କରିବା ପାଇଁ ଭାବିଲେ। ଯେଉଁଥିରେ ଜୀବାଣୁ ମଧ୍ୟ ମରିଯିବେ। ଏଭଳି ପରିସ୍ଥିତିରେ ସେ ଏକ ମଦ ଯୁକ୍ତ ଜେଲ୍‌ ତିଆରି କରି ତାକୁୁ ହାତରେ ଘଷିଲେ। ଏହି ଜେଲ୍‌ ଜେଲ ଜୀବାଣୁ ମାରିବାରେ ସାହାଯ୍ୟ କଲା। ଏହିପରି ତାଙ୍କର ଉଦ୍ଭାବନ ଧୀରେ ଧୀରେ ସମଗ୍ର ବିଶ୍ୱରେ ବ୍ୟାପିଗଲା ଏବଂ ବହୁ ସଂଖ୍ୟାରେ ବ୍ୟବହାର ହେବାକୁ ଲାଗିଲା। ଅନେକ ଲୋକେ ବର୍ତ୍ତମାନ ଲୁପ୍‌ଙ୍କୁ ଜାଣନ୍ତି ନାହିଁ। ସେ ଜୀବିତ କି ମୃତ ଏହା ମଧ୍ୟ ଜାଣନ୍ତି ନାହିଁ। ମାତ୍ର ତାଙ୍କର ‘ଉଦ୍ଭାବନ’ ସମସ୍ତଙ୍କ ଲାଗି ଆଜି ବରଦାନ ପାଲଟିଛି। ହ୍ୟାଣ୍ଡ ସାନିଟାଇଜରର ‘ଉଦ୍ଭାବକ’ ଭାବରେ ଲୁପ୍‌ ଫର୍ଣ୍ଣାଡିଜଙ୍କ ନାମ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ନେଇ ଅନେକ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯାହାର ଆବିଷ୍କାର ବର୍ତ୍ତମାନ ଲକ୍ଷଲକ୍ଷ ଲୋକଙ୍କ ଲାଗି ଜୀବନ ବଞ୍ଚାଇବାରେ ସହାୟକ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri