ଏହି ମହିଳା ୫୪ ବର୍ଷ ପୂର୍ବେ ଉଦ୍ଭାବନ କରିଥିଲେ ସାନିଟାଇଜର: ଯାହା ବର୍ତ୍ତମାନ କରୋନା ଜୀବାଣୁଠୁୁ କରୁଛି ରକ୍ଷା

କରୋନା ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିରଖିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ବର୍ତ୍ତମାନ ସାରା ଦେଶକୁ ବ୍ୟାପିସାରିଛି। ଏ ଭଳି ପରିସ୍ଥିତିରେ ସଚେତନ ରହିବାକୁ କୁହାଯାଉଥିବା ବେଳେ ବାରମ୍ବାର ହାତ ସଫା କରିବାକୁ କୁହାଯାଉଛି। କାରଣ ଅଧିକ ସଂକ୍ରମଣ ଆଶଙ୍କା ପାପୁଲିରେ ହିଁ ହୋଇଥାଏ। ଏ ନେଇ ସାବୁନ, ହ୍ୟାଣ୍ଡଓ୍ବାଶ ଓ ସାନିଟାଇଜର ବହୁଳ ବ୍ୟବହାର କରାଯାଉଛି। ତେବେ ଅନେକ ସମୟରେ କର୍ମକ୍ଷତ୍ର ହେଉ କିମ୍ବା ଯାତ୍ରା ସମୟରେ ହାତ ଧୋଇବା ସମ୍ଭବ ହୋଇ ନ ଥାଏ। ଏଭଳି ସ୍ଥଳେ ଲୋକେ ସାନିଟାଇଜର ବ୍ୟବହାର କରିଥାନ୍ତି। ବର୍ତ୍ତମାନ ପରିସ୍ଥିତିରେ ସାନିଟାଇଜର ଚାହିଦା ବଢ଼ିବା ସହ ବଜାରରେ ଏହା କମ୍‌ ଉପଲବ୍ଧ ହେଉଛି। ସାନିଟାଇଜର ଗତ ୫୪ ବର୍ଷ ଧରି ବ୍ୟବହାର କରାଯାଉଛି। ତେବେ ଆପଣ କ’ଣ ଏହା ଜାଣନ୍ତି ସାନିଟାଇଜର କିଏ ପ୍ରଥମେ ତିଆରି କରିଥିଲେ। ଏହା କିପରି ବ୍ୟବହାର କରାଯାଏ ତାହା ବିଶ୍ୱବାସୀଙ୍କୁ ଶିଖାଇଛନ୍ତି।


ଏକ ରିପୋର୍ଟ ଅନୁଯାୟୀ, ଏହାକୁ ୧୯୬୬ ମସିହାରେ ଆମେରିକାର କାଲିଫର୍ନିଆର ବକର୍ସଫିଲ୍ଡ ସହରରେ ରହୁଥିବା ଜଣେ ମହିଳା ଲୁପ ଫର୍ଣ୍ଣାଡିଜ୍‌ ତିଆରି କରିଥିଲେ। ଲୁପ୍‌ ଜଣେ ନର୍ସିଂ ଛାତ୍ରୀ ଥିଲେ ହଠାତ୍‌ ଦିନେ ତାଙ୍କ ମନକୁ ଆସିଲା ଯେ, ସେ କୌଣସି ରୋଗୀ ପାଖକୁ ଯିବା ପୂର୍ବରୁ କିମ୍ବା ତାଙ୍କ ପାଖରୁ ଆସିବା ପୂର୍ବରୁ ପାଣି କିମ୍ବା ସାବୁନ ନ ଥିଲେ ହାତ କିପରି ସଫା କରିବେ। ପରେ ସେ ସାବୁନଠାରୁ ଭିନ୍ନ ଏବଂ ପାଣି ବିନା କାମ କରୁଥିବା ଏକ ଜିନିଷ ତିଆରି କରିବା ପାଇଁ ଭାବିଲେ। ଯେଉଁଥିରେ ଜୀବାଣୁ ମଧ୍ୟ ମରିଯିବେ। ଏଭଳି ପରିସ୍ଥିତିରେ ସେ ଏକ ମଦ ଯୁକ୍ତ ଜେଲ୍‌ ତିଆରି କରି ତାକୁୁ ହାତରେ ଘଷିଲେ। ଏହି ଜେଲ୍‌ ଜେଲ ଜୀବାଣୁ ମାରିବାରେ ସାହାଯ୍ୟ କଲା। ଏହିପରି ତାଙ୍କର ଉଦ୍ଭାବନ ଧୀରେ ଧୀରେ ସମଗ୍ର ବିଶ୍ୱରେ ବ୍ୟାପିଗଲା ଏବଂ ବହୁ ସଂଖ୍ୟାରେ ବ୍ୟବହାର ହେବାକୁ ଲାଗିଲା। ଅନେକ ଲୋକେ ବର୍ତ୍ତମାନ ଲୁପ୍‌ଙ୍କୁ ଜାଣନ୍ତି ନାହିଁ। ସେ ଜୀବିତ କି ମୃତ ଏହା ମଧ୍ୟ ଜାଣନ୍ତି ନାହିଁ। ମାତ୍ର ତାଙ୍କର ‘ଉଦ୍ଭାବନ’ ସମସ୍ତଙ୍କ ଲାଗି ଆଜି ବରଦାନ ପାଲଟିଛି। ହ୍ୟାଣ୍ଡ ସାନିଟାଇଜରର ‘ଉଦ୍ଭାବକ’ ଭାବରେ ଲୁପ୍‌ ଫର୍ଣ୍ଣାଡିଜଙ୍କ ନାମ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ନେଇ ଅନେକ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯାହାର ଆବିଷ୍କାର ବର୍ତ୍ତମାନ ଲକ୍ଷଲକ୍ଷ ଲୋକଙ୍କ ଲାଗି ଜୀବନ ବଞ୍ଚାଇବାରେ ସହାୟକ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri