Posted inRasifala

ରାଶିଫଳ: ରବିବାର ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ
ମୁଖଭାଗରେ ଶୁକ୍ର ଓ ଚନ୍ଦ୍ର ଥିବାରୁ ହସ, ଖୁସି, ମଜାମଉଜରେ ଦିନଟି ଅତିବାହିତ ହେବ । ଆର୍ଥିକ ସ୍ଥିତି ବହୁତ ଭଲ ରହିବା ସହ ଆପଣଙ୍କ ଜୀବନଯାତ୍ରା ଶୃଙ୍ଖଳିତ ରହିବ । ଆଲୋଚନା ଓ ସମାଲୋଚନା ଭିତରେ ସମାଧାନରେ ଶାନ୍ତି ଫେରିଆସିବ ା ନିଜ ଲୋକମାନଙ୍କ ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ
ବୃଷ
ବୃଷ
ଆଜିର ଗ୍ରହସ୍ଥିତି ଆପଣଙ୍କ ମନରେ ପ୍ରସନ୍ନତା ଭରିଦେବ  କର୍ମକ୍ଷେତ୍ରସ୍ଥ ପ୍ରତ୍ୟେକ ସ୍ଥଗିତ କାମକୁ ଧୀର ମନ୍ଥର ଗତିରେ ଆଗକୁ ବଢ଼ାଇନେବେ । କିନ୍ତୁ ଚତୁର୍ଥ ଭାବରୁ ଅଷ୍ଟମସ୍ଥ ରବି ପ୍ରଭାବରେ ଘରୋଇ କଳହକୁ ନେଇ ମଧ୍ୟ ଅଶାନ୍ତି ଲାଗି ରହିପାରେ ା ଆଇନ ଅଦାଲତ,ସାହିତ୍ୟଚର୍ଚ୍ଚା କ୍ଷେତ୍ର ମନ୍ଦ ହେବନି ।
ମିଥୁନ
ମିଥୁନ
ସ୍ବସ୍ଥାନହନ୍ତା ବୃହସ୍ପତି ପାପଯୁକ୍ତ ହେତୁ ପରିବାରରେ ଭୁଲ୍‌ ବୁଝାମଣାଜନିତ ଟିକିଏ ଟିକିଏ କଥାରେ କଳହ ଲାଗିପାରେ । ଟଙ୍କା ପଇସା ସମ୍ପର୍କିତ ଝମେଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ସନ୍ତାନଙ୍କ ସକାଶେ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ । ପରିବହନ, ବ୍ୟବସାୟ,ସଭାସମିତି, ଜମିଜମା, ଆଲୋଚନା ସ୍ଥଗିତ ରହିଯିବ ।
କର୍କଟ
କର୍କଟ
ଶୁଭଭାବରେ ଗ୍ରହଙ୍କ ସ୍ଥିତି ଆପଣଙ୍କ ଦୈହିକ ଏବଂ ମାନସିକ ସ୍ଥିତିକୁ ଋଦ୍ଧିମନ୍ତ କରିବ । ପରିବାର ସଦସ୍ୟଙ୍କ ଗହଣରେ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ଖୁସି ହେବେ । ସାଙ୍ଗଠନିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ର କେତେକାଂଶରେ ବାଧାପ୍ରାପ୍ତ ହେବ । କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବାଧା ଉପୁଜିଲେ ମଧ୍ୟ ଶନିଙ୍କ ଶୁଭ ପ୍ରଭାବରେ ପ୍ରବଳ ଇଚ୍ଛାଶକ୍ତି ଆପଣଙ୍କୁ ସାହାଯ୍ୟ କରିବାରେ ସମର୍ଥ ହେବ । ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚପ୍ରଶଂସିତ ହେବେ। ବ୍ୟବସାୟ ଭଲ ରହିବ ଏବଂ ପାରିବାରିକ ସ୍ଥିତି ପୂର୍ବପରି ରହିପାରେ ।
କନ୍ୟା
ଦୀର୍ଘଦିନର ପ୍ରଚେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ । ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟକଳାପ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରା କ୍ଷେତ୍ରରେ ଦୁଶ୍ଚିନ୍ତା ବଢ଼ିପାରେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ଆକ୍ଷେପୋକ୍ତି କରିପାରନ୍ତି ।
ତୁଳା
ତୁଳା
ଅଷ୍ଟମସ୍ଥ ଚନ୍ଦ୍ର ଆପଣଙ୍କ କାମକୁ ପ୍ରତିହତ କଲେ ମଧ୍ୟ ଅର୍ଥସଂକଟରୁ ମୁକ୍ତ କରାଇବ । କିନ୍ତୁ କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସାଙ୍ଗକୁ କାଳକ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହୋଇପାରେ । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ମୂଳଲକ୍ଷ୍ୟକୁ ଛାଡ଼ି ଛୋଟ କାମ ହାତକୁ ନେବେ ।
ବିଛା
ବିଛା
ଅଭିଳାଷ ପୂରଣ ନ ହେବା କାରଣରୁ ଅନୁରାଧା ନକ୍ଷତ୍ର ବାରମ୍ବାର ନିଜର ମତ ବଦଳାଇବାକୁ ବାଧ୍ୟ ହେବେ । ରବି ଓ ରାହୁଙ୍କ ପ୍ରଭାବରୁ ଜନକଲ୍ୟାଣ କାର୍ଯ୍ୟ, ପ୍ରଶାସନିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚପ୍ରଶଂସିତ ହୋଇପାରନ୍ତି । ଯାନବାହନରେ ଯାତାୟାତରେ ସତର୍କତା ରକ୍ଷା ନ କଲେ ବହୁମୂଲ୍ୟ ଦେବାକୁ ପଡ଼ିପାରେ ।
ଧନୁ
ଧନୁ
ପାରସ୍ପରିକ ବିବାଦ କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଶାରୀରିକ ସୁସ୍ଥତା ଫେରିପାଇବା ସାଙ୍ଗକୁ କଲ୍ୟାଣମୂଳକ କାର୍ଯ୍ୟ, ପ୍ରଶାସନିକ କ୍ଷେତ୍ରରେ ଶୁଭଫଳ ମିଳିବ । ପାରିବାରିକ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବାର ଆଶା କରାଯାଇପାରେ ।
ମକର
ମକର
ରାଶ୍ୟାଧିପତିଙ୍କ ସୁପ୍ରଭାବ ଯୋଗୁ କାର୍ଯ୍ୟସିଦ୍ଧି, ଆରୋଗ୍ୟଲାଭ, ଆର୍ଥିକ ଉନ୍ନତି ହେତୁ ଖୁସି ଅନୁଭବ କରିବେ । କିନ୍ତୁ ଶୁକ୍ରଙ୍କ ଭାବସ୍ଥିତିରୁ କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ।
କୁମ୍ଭ
କୁମ୍ଭ
ମଙ୍ଗଳଯୁକ୍ତ ଶନିଙ୍କ କୁପ୍ରଭାବରେ ବିଭିନ୍ନ ସମସ୍ୟା ସହ ଧନହାନି ଘଟିପାରେ । ନିଜ ଲୋକମାନଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଜନକଲ୍ୟାଣ କାମକରିବା ପରିପ୍ରେକ୍ଷୀରେ ଜନପ୍ରିୟ ହେବେ । ଆଗାମୀ ସମୟରେ ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି ।
ମୀନମୀନ
ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମତାନ୍ତର ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ
ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବାଧ୍ୟବାଧକତାରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ପରିବାର, କର୍ମକ୍ଷେତ୍ର ଓ ବ୍ୟବସାୟିକ କ୍ଷେତ୍ର ଗତାନୁଗତିକ ରୀତିରେ ଆଗକୁ ଗଡ଼ିଚାଲିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri