Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଦମ୍‌ ଦେଖାଇଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଦମ୍‌ ଦେଖାଇଛି ଦକ୍ଷିଣ ଆଫ୍ରିକା। ପ୍ରଥମ ୨ଟି ମ୍ୟାଚରେ ପରାଜୟ ସତ୍ତ୍ବେ ଏହି ଦଳ ସଫଳ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ୩ ମ୍ୟାଚ ଜିତିବା ସହ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦଳ ଚମତ୍କାର ପ୍ରଦର୍ଶନ କରି ଆମେରିକାକୁ ୨-୧ ଗୋଲରେ ପରାସ୍ତ କରିଛି। ଏଥିସହ ଦଳ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ବିଜୟୀ ଦଳର ୩ ନମ୍ବର ଜର୍ସି ପରିହିତ ଖେଳାଳି ଟାଇସନ ଲୁଙ୍ଗ୍‌ୱାନା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଅତିଥିଭାବେ ଯୋଗଦେଇ ଲୁଙ୍ଗୱାନାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଟୁନର୍ର୍ାମେଣ୍ଟର ପୁଲ୍‌ ପର୍ଯ୍ୟାୟରେ ଆକର୍ଷଣୀୟ ପ୍ରଦର୍ଶନ କରି ସିଧା ସେମିଫାଇନାଲରେ ପ୍ରବେଶ କରିଥିବା ଆମେରକାକୁ କଡ଼ା ଟକ୍କର ଦେଇଥିଲା ଦକ୍ଷିଣ ଆଫ୍ରିକା। ମ୍ୟାଚ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଉଭୟ ଦଳ ଏକାଧିକ ଗୋଲ ସ୍କୋରିଂ ସୁଯୋଗ ହାତଛଡ଼ା କରିଥିଲେ। ପ୍ରଥମ କ୍ବାର୍ଟର ଶେଷ ହେବାର ଅଳ୍ପକିଛି ମୁହୂର୍ତ୍ତ ପୂର୍ବରୁ ଆମେରିିକା ଏକ ପେନାଲ୍ଟି କର୍ନର ହାସଲ କରିଥିଲା। ଆକି କେପଲର ତାହାକୁ ଗୋଲରେ ପରିଣତ କରିବାରୁ ଆମେରିକା ବହୁ ପ୍ରତିକ୍ଷୀତ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍କମ ରଣନୀତିରେ ଖେଳିଥିଲେ ହେଁ ଦକ୍ଷିଣ ଆଫ୍ରିକାର ଦୃଢ଼ ରକ୍ଷଣଭାଗକୁଭେଦ କରିପାରି ନ ଥିଲା ଆମେରିକା। ଗୋଲକିପର ରସି ପିଟର୍ସଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା। ଏହି କ୍ବାର୍ଟରରେ ଗୋଲ ନ ହେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆମେରିକାର ଅଗ୍ରଣୀ ବଳବତ୍ତର ରହିଥିଲା।
ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଭିନ୍ନ ଖେଳ ଦେଖାଇଥିଲା ଦକ୍ଷିଣ ଆଫ୍ରିକା। ଖେଳାଳିଙ୍କ ଲଢ଼ୁଆ ମନୋବୃତ୍ତି ଦଳକୁ ଫାଇଦାରେ ରଖିଥିଲା। ମ୍ୟାଚ ଆଗେଇବା ସହ ଆମେରିକା ଖେଳାଳିଙ୍କ ଶାରୀରିକ ଭାଷା ମାନ୍ଦା ପରିଲକ୍ଷିତ ହୋଇଥିବାସ୍ଥଳେ ଦକ୍ଷିଣ ଆଫ୍ରିକା ଉତ୍ସାହୀ ପ୍ରଦର୍ଶନ କରିଥିଲା। ୪୨ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଅଷ୍ଟିନ ସ୍ମିଥ ଗୋଲରେ ପରିଣତ କରିବାରୁ ମ୍ୟାଚରେ ରୋମାଞ୍ଚ ଭରି ଯାଇଥିଲା। ଶେଷ କ୍ବାର୍ଟରରେ ଅସଲ ଖେଳ ହୋଇଥିଲା। ଉଭୟ ଦଳ ଅଗ୍ରଣୀ ନେବାକୁ ପ୍ରୟାସ କରିଥିଲେ ହେଁ ମ୍ୟାଚ ଡ୍ର ଆଡ଼କୁଗତି କରିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକାକୁ ଭଗ୍ୟଦେବୀ ସହାୟ ହୋଇଥିଲେ। ମ୍ୟାଚ ଶେଷ ହେବାକୁ ଆଉ ୩୩ ସେକେଣ୍ଡ ଥିବାବେଳେ ଦକ୍ଷିଣ ଆଫ୍ରିକାର ୨୪ ନମ୍ବର ଜର୍ସି ପରିହିତ ନିକୋଲାସ ସ୍ପୁନର ଏକ ଫିଲ୍ଡ ଗୋଲ ଦେଇ ଆମେରିକା ଆଶାରେ ପାଣି ଭରି ଦେଇଥିଲେ। ଅବଶିଷ୍ଟ କେତେ ସେକେଣ୍ଡର ଖେଳ କେବଳ ଔପଚାରିକା ହୋଇଥିବାବେଳେ ରେଫରିଙ୍କ ଶେଷ ହ୍ବିସିଲ ବାଜିବା ସହ ପଡ଼ିଆରେ ଖୁସି ମନାଇଥିଲା ଦକ୍ଷିଣ ଆଫ୍ରିକା।
ପ୍ରକାଶ ଯୋଗ୍ୟ ଯେ, ପୁଲ୍‌ ପର୍ଯ୍ୟାୟରେ ଆମେରିିକାଠାରୁ ୦-୨ ଗୋଲରେ ହାରି ଅଭିଯାନ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ମ୍ୟାଚରେ ଜାପାନଠାରୁ ମଧ୍ୟ ୦-୨ ଗୋଲରେ ହାରି ଯାଇଥିଲା। ତେବେ ଶେଷ ଲିଗ୍‌ ମ୍ୟାଚରେ ମେକ୍ସିକୋକୁ ହରାଇ ଦଳ କ୍ରସ୍‌ ଓଭର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ଏହିଠାରୁ ଆରମ୍ଭ ହୋଇଥିଲା ଦକ୍ଷିଣ ଆଫ୍ରିକା ଅସଲ ଅଭିଯାନ। କ୍ରସ୍‌ ଓଭରରେ ଦଳ ରୁଷିଆକୁ ୨-୧ ଗୋଲରେ ହରାଇଥିବାବେଳେ ସେମିଫାଇନାଲରେ ଆମେରିକାକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି ଏହି ଆଫ୍ରିକୀୟ ଚାମ୍ପିୟନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?