Posted inଜାତୀୟ

ଏନ୍‌କାଉଣ୍ଟର ବେଳେ ୫ ଯବାନ ଶହୀଦ

ଶ୍ରୀନଗର,୪ା୫(ପି.ଟି.): କରୋନା ମହାମାରୀ ବିରୋଧରେ ସାରା ବିଶ୍ୱ ଲଢ଼ୁଥିବାବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରାଇ ରକ୍ତପାତ କରାଉଛି। ଜମ୍ମୁ-କଶ୍ମୀରର ହଣ୍ଡଓ୍ବାରା ଅନ୍ତର୍ଗତ ରାଜଓ୍ବର ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟରରେ ଦୁଇଜଣ ବରିଷ୍ଠ ସେନା ଅଧିକାରୀଙ୍କ ସମେତ ୫ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି। ଫଳରେ ସୈନ୍ୟବାହିନୀକୁ ବଡ଼ ଝଟ୍‌କା ଲାଗିଛି। ଶହୀଦ ହୋଇଥିବା ସୁରକ୍ଷା କର୍ମୀମାନେ ହେଲେ କଲୋନେଲ୍‌ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ୍‌, ନାଏକ ରାଜେଶ ଏବଂ ଲାନ୍ସ ନାଏକ ଦିନେଶ। ଏମାନେ ସମସ୍ତେ ଗାର୍ଡସ୍‌ ରେଜିମେଣ୍ଟ ବ୍ରିଗେଡ୍‌ ଅନ୍ତର୍ଭୁକ୍ତ ହୋଇଥିବାବେଳେ ସମ୍ପ୍ରତି ୨୧ ରାଷ୍ଟ୍ରୀୟ ରାଇଫଲ୍ସରେ ସାମିଲ ହୋଇ ଆତଙ୍କ ନିରୋଧୀ ଅଭିଯାନରେ ଭାଗ ନେଇଥିଲେ। ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର ପୋଲିସ ସବ୍‌ଇନ୍‌ସ୍‌ପେକ୍ଟର ଶକିଲ କାଜି ମଧ୍ୟ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ। ସେ ଲଶ୍କର-ଇ-ତୋଇବା କମାଣ୍ଡର ହାଇଦର ହୋଇଥିବାବେଳେ ଅନ୍ୟ ଜଣକ ପରିଚୟ ମିଳିପାରି ନାହିଁ। ସେମାନେ କେତେଜଣ ସାଧାରଣ ନାଗରିକଙ୍କୁ ପଣବନ୍ଦୀ କରି ରଖିଥିଲେ।
କର୍ତ୍ତବ୍ୟରେ ଥାଇ ଦୁଇ ସେନା ଅଧିକାରୀ ଓ ଜଣେ ପୋଲିସ ଅଫିସରଙ୍କ ସମେତ ୫ ଯବାନ ଶହୀଦ ହେବା ଦୁଃଖଦାୟକ ବୋଲି ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲ୍‌ବାଗ୍‌ ସିଂ କହିଛନ୍ତି। ଗତ କିଛିଦିନ ହେଲା ହଣ୍ଡଓ୍ବାରାର ରାଜଓ୍ବର ଜଙ୍ଗଲ ମଧ୍ୟରେ କେତେଜଣ ଆତଙ୍କବାଦୀ ରହିଥିବା ସୁରକ୍ଷା ବଳ ଜାଣିବାକୁ ପାଇଥିଲା। ଗୁରୁବାର ଘଞ୍ଚ ଜଙ୍ଗଲ ମଧ୍ୟରେ ସେମାନଙ୍କ ସହ ସୁରକ୍ଷା ବଳର ଗୁଳିବିନିମୟ ହୋଇଥିଲା। ଉକ୍ତ ଜଙ୍ଗଲ ଅନ୍ତର୍ଗତ ଚାଙ୍ଗିମୁଲ୍ଲା ଗ୍ରାମରେ କେତେଜଣ ଆତଙ୍କବାଦୀ ଏକ ଘରେ ଆଶ୍ରୟ ନେଇଥିବା ଶନିବାର ଅପରାହ୍ନରେ ଗୋଇନ୍ଦା ସୂଚନା ମିଳିଥିଲା। ଏହି ଖବର ପାଇବା ପରେ କଲୋନେଲ ଶର୍ମା ଓ ପୋଲିସ ଅଧିକାରୀ କାଜିଙ୍କ ନେତୃତ୍ୱରେ ସୁରକ୍ଷା ବଳ ଉକ୍ତ ଗାଁକୁ ଚାରିପଟୁ ଘେରି ତଲାସି ଅଭିଯାନ ଆରମ୍ଭ କରିଥିଲେ। କିଛି ସମୟର ଗୁଳିବିନିମୟ ପରେ ସ୍ଥିତି ଶାନ୍ତ ପଡ଼ିବାରୁ ଆତଙ୍କବାଦୀ ନିହତ ହୋଇଥିବା ଭାବି କଲୋନେଲ୍‌ ଓ ଅନ୍ୟ ୪ ସୁରକ୍ଷା କର୍ମୀ ଉକ୍ତ ଘର ପାଖ ଏକ ଗୁହାଳ ମଧ୍ୟରେ ଧସେଇ ପଶିଥିଲେ। ସେମାନେ ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ପରେ ଜୋରଦାର୍‌ ଗୁଳିମାଡ଼ର ସମ୍ମୁଖୀନ ହୋଇଥିଲେ। କଲୋନେଲ ଓ ତାଙ୍କ ଟିମ୍‌ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସେମାନଙ୍କ ମୋବାଇଲ ନମ୍ବରକୁ ଫୋନ୍‌ କରିବାରୁ ଆତଙ୍କବାଦୀ ଉତ୍ତର ଦେଇଥିଲେ। ଯବାନମାନେ ଘଟଣାସ୍ଥଳକୁ ଯାଇ ଦୁଇ ଅଫିସରଙ୍କ ସମେତ ୫ ଯବାନଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ଜାଣିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ପକ୍ଷରୁ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେମାନେ ଉତ୍ସର୍ଗୀକୃତ ଭାବେ ଦେଶବାସୀଙ୍କ ସୁରକ୍ଷା ଲାଗି ଦିନରାତି କାର୍ଯ୍ୟ କରୁଥିଲେ। ସେମାନଙ୍କ ବୀରତା ଓ ବଳିଦାନ କଦାପି ଭୁଲି ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶହୀଦଙ୍କ ପରିବାର ସମ୍ପର୍କୀୟମାନଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ୫ ଯବାନ ଶହୀଦ ହେବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। କଶ୍ମୀର ଜନସାଧାରଣଙ୍କ ସୁରକ୍ଷା ଲାଗି ସୁରକ୍ଷା ପ୍ରତିଶ୍ରୁତିବଦ୍ଧ ବୋଲି ଡିଫେନ୍ସ ଷ୍ଟାଫ୍‌ ମୁଖ୍ୟ ଜେନେରାଲ ବିପିନ ରାଓ୍ବତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri