ଏନ୍‌ଏସି ଖୋଲିନି, ଲୋକେ ଖୋଲିଲେ ଜଳଛତ୍ର

ଭଞ୍ଜନଗର,୨୯।୪(ଡି.ଏନ.ଏ.)-ଭଞ୍ଜନଗର ଅଞ୍ଚଳରେ ବିଗତ କିଛିଦିନ ହେବ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରହୁଛି। ଫଳରେ ଲୋକେ ଗରମରେ ଛଟପଟ ହେଉଛନ୍ତି। ସହରର ପ୍ରମୁଖ ରାସ୍ତା ଜନଶୂନ୍ୟ ହୋଇପଡୁଛି। ଖରାଦିନେ ଜଳଛତ୍ର ଏନ୍‌ଏସି ପକ୍ଷରୁ ପ୍ରତ୍ୟେକ ବର୍ଷ ଖୋଲାଯାଉଥିଲା। କିନ୍ତୁ ଚଳିତବର୍ଷ ଏପର୍ଯ୍ୟନ୍ତ ଜଳଛତ୍ର ଖୋଲିନାହିଁ। ଦିନବେଳେ ଷ୍ଟାଣ୍ଡପୋଷ୍ଟରେ ପାଣି ଆସିବା ବ୍ୟବସ୍ଥା ନାହିଁ। ହ୍ୟାଣ୍ଡ ଟ୍ୟୁବ୍‌ଓ୍ବେଲ ସହରର ମୁଖ୍ୟ ଅଞ୍ଚଳଗୁଡିକରେ ନାହିଁ। ତେଣୁ ଲୋକେ ପାଣି ପାଇଁ ହଟହଟା ହେଉଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କ ସମସ୍ୟା ଅଧିକ। ବାଧ୍ୟହୋଇ ଦୋକାନରୁ ପାଣି ପାଉଚ କିଣି ଶୋଷ ମେଣ୍ଟାଉଛନ୍ତି। ପାଣି ପାଉଚ ବିକ୍ରି ବେନିୟମ ହୋଇଥିଲେ ମଧ୍ୟ ଅବାଧରେ ଦୋକାନ ଗୁଡିକରେ ବିକ୍ରି ହେଉଛି। ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ଯାହାକୁ ନେଇ ସହରବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହିଭଳି ପରିସ୍ଥିତିରେ ରବିବାର ସ୍ଥାନୀୟ ଆର୍‌ସିରୋଡରେ ଥିବା ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ସାମାଜିକ କର୍ମୀ ଶୂଳପାଣି ଶତପଥୀ, ଲେଖକ ଡ. ସୁରେଶ କୁମାର ପଣ୍ଡା, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜଳଛତ୍ରରେ ପାଣି ସମେତ ବିଭିନ୍ନ ସମୟରେ ଚହ୍ଲା ଦେବା ବ୍ୟବସ୍ଥା ଅଛି। ଅପରପକ୍ଷେ ଏନେଇ ଏନ୍‌ଏସିର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ନିର୍ବାଚନ କାର୍ଯ୍ୟରେ କର୍ମଚାରୀମାନେ ବ୍ୟସ୍ତଥିଲେ ତେଣୁ ଜଳଛତ୍ର ଖୋଲିବାରେ ବିଳମ୍ବ ହୋଇଥିଲା। ଦିନେ ଦୁଇଦିନ ମଧ୍ୟରେ ଜଳଛତ୍ର ଖୋଲିବା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ପ୍ରହସନ! ଶୁଭାରମ୍ଭର ମାସେ ପରେ ବି ଜଳୁନି ଷ୍ଟ୍ରିଟ ଲାଇଟ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ଏବେ ପ୍ରହସନରେ ପରିଣତ ହୋଇଛି। ଗତ ଅଗଷ୍ଟ ୩୧ ତାରିଖରେ ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?