ଏଇ ଭାରତରେ

ସିଲାଇ କାର୍ଯ୍ୟ ବା ଟେଲରିଂରେ ସୌରଶକ୍ତି ଉପଯୋଗ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଝାଡ଼ଖଣ୍ଡର କନିଜ ଫତିମା। ସେ ତାଙ୍କ ସ୍ବାମୀଙ୍କ ସହ ଏହିି ବିଜ୍‌ନେସରୁ ଏବେ ଅଧିକ ଲାଭ ପାଉଛନ୍ତି। ଝାଡ଼ଖଣ୍ଡ ରାମଗଡ଼ ଜିଲା ମାଗନପୁର ଗାଁରେ ରହନ୍ତି ଏହି ଦମ୍ପତି। ସେମାନେ ଟେଲରିଂରୁ ପ୍ରଥମେ ଦିନକୁ ୧୫୦ ଟଙ୍କା ପାଉଥିବାବେଳେ ଏବେ ତିନିଗୁଣ ରୋଜଗାର କରୁଛନ୍ତି। ସେମାନେ ଘର ଛାତରେ ସୋଲାର ପ୍ୟାନେଲ ସେଟ୍‌ କରିଛନ୍ତି ଓ ଉପତ୍ାଦିତ ଶକ୍ତିକୁ ବିଜ୍‌ନେସରେ ଲଗାଇବା ସହ ଘରର ଶକ୍ତି ଚାହିଦା ମଧ୍ୟ ପୂରଣ କରୁଛନ୍ତି। ଏବେ ୨୪ ଘଣ୍ଟା ଶକ୍ତି ପାଉଛନ୍ତି। ସେହିଭଳି ଉତ୍ତର କର୍ନାଟକର ଅଗସାଲକଟା ଗାଁର ରୋଜି ଲୁଇସ ଡବାଲେ ସୌରଶକ୍ତି ଚାଳିତ ମେଶିନରେ ରୁଟି କରି ବ୍ୟବସାୟ କରୁଛନ୍ତି । ସେ ମଧ୍ୟ ନିଜ ଘରେ ସୌରଶକ୍ତି ଉପତ୍ାଦନ କରୁଛନ୍ତି। ରୋଜି ଜଣେ ସ୍ବାସ୍ଥ୍ୟକର୍ମୀ ହୋଇ ମଧ୍ୟ ସୋରଶକ୍ତି ଉପତ୍ାଦନ ଓ ତା’ ମାଧ୍ୟମରେ ରୁଟି କରି ଆୟ ବଢ଼ାଇବା କାର୍ଯ୍ୟ ଅନ୍ୟ ଭାରତୀୟ ମହିଳାଙ୍କୁ ସ୍ବାବଲମ୍ବୀ ହେବା ପାଇଁ ବାଟ ଦେଖାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri