ଏଇ ଭାରତରେ

ମନ୍ଦିର ଭିତରକୁ କୁମ୍ଭୀର ପଶିଯିବା ଏକ ଅଚାନକ ଘଟଣା ହୋଇପାରେ, କିନ୍ତୁ ଗ୍ରାମବାସୀଙ୍କ ପାଇଁ ଥିଲା ଖୁସିର ସୁଯୋଗ। ଯେଉଁଥିପାଇଁ ବନ ବିଭାଗ କର୍ମଚାରୀଙ୍କୁ କୁମ୍ଭୀର ଉଦ୍ଧାର ପାଇଁ ଗ୍ରାମବାସୀ ବାଧା ସୃଷ୍ଟି କରିଥିଲେ। ସେମାନଙ୍କ ଧାରଣା ଥିଲା ମନ୍ଦିରର ଦେବୀଙ୍କ ବାହନ ହେଉଛି କୁମ୍ଭୀର। ଏପରି ଏକ ଘଟଣା ଘଟିଛି ଗୁଜରାଟର ମହିସାଗର ଜିଲାର ଖୋଦିୟାର ମାତା ମନ୍ଦିରରେ। ସ୍ଥାନୀୟ ମହିସାଗର ନଈରୁ ରାତିରେ ପଳାଇ ଆସିଥିବା କୁମ୍ଭୀରଟି ମନ୍ଦିରରେ ଆଶ୍ରୟ ନେବାପରେ ଗ୍ରାମବାସୀ ଏହାକୁ ଶୁଭସୂଚକ ମନେ କରିଥିଲେ। ଗୁଜରାଟରେ ପଟେଲ ସମ୍ପ୍ରଦାୟର ପାରିବାରିକ ଦେବୀ ହେଉଛନ୍ତି ଖୋଦିୟାର ମାତା। ସେ କୁମ୍ଭୀର ଉପରେ ସବାର ହୋଇ ଚଳପ୍ରଚଳ କରନ୍ତି ବୋଲି ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ମନ୍ଦିର ଭିତରେ କୁମ୍ଭୀର ଉପସ୍ଥିତି ଜାଣିବା ପରେ ବହୁ ସଂଖ୍ୟକ ଲୋକ ସେଠାରେ ସମବେତ ହୋଇ ପ୍ରାର୍ଥନା ଓ ଆଳତି କରିବା ସହିତ ୬ଫୁଟ ବିଶିଷ୍ଟ କୁମ୍ଭୀର ଉପରେ ସିନ୍ଦୂର ସିଞ୍ଚନ କରିଥିଲେ। କୁମ୍ଭୀରଟି ଦେବୀମୂର୍ତ୍ତିଙ୍କ ନିକଟରେ ପଡି ରହିଥିଲା। ବନ ବିଭାଗ କର୍ମଚାରୀମାନେ ଏହାକୁ ଉଦ୍ଧାର ପାଇଁ ଉଦ୍ୟମ କରିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀଙ୍କ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇବାକୁ ବନ କର୍ମଚାରୀମାନେ ଚାହିଁ ନ ଥିଲେ। ଦୁଇଘଣ୍ଟା ବିତିଯିବା ପରେ କୌଣସି ପ୍ରକାରେ କୁମ୍ଭୀରକୁ ସେଠାରୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଧର୍ମଧାରଣା ପାଇଁ ମନ୍ଦିର ଭିତରେ କୁମ୍ଭୀରକୁ ପୂଜା କରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri