ଏଇ ଭାରତରେ

କିନ୍ନରଙ୍କ ଜୀବନ ସଂଘର୍ଷମୟ। ସମାଜରେ ବଞ୍ଚିରହିବା ଲାଗି ସେମାନେ ବିଭିନ୍ନ କାର୍ଯ୍ୟ କରୁଥିଲେ ବି ସେମାନଙ୍କୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ଏମିତି ଜଣେ କିନ୍ନର ହେଉଛନ୍ତି ପଶ୍ଚିମବଙ୍ଗର ସୁମି ଦାସ, ଯିଏ ବଞ୍ଚିବାକୁ ସଂଗ୍ରାମ କରି ସଫଳ ହୋଇ ଏବେ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ସୁମି ୧୪ ବର୍ଷ ବୟସରେ ଘର ଛାଡ଼ି ଆସିଥିଲେ। ସେ ଜଲପାଇଗୁଡ଼ି ଷ୍ଟେଶନରେ ରହି ଭିକ୍ଷା କରି ଜୀବନ ବିତାଉଥିଲେ। କିନ୍ତୁ ଟ୍ରାନ୍ସଜେଣ୍ଡରଙ୍କ ପାଇଁ କାମ କରୁଥିବା ଏକ ସଂସ୍ଥା ତାଙ୍କୁ ଉଦ୍ଧାର କରିଥିଲା ଓ ତା’ସାହାଯ୍ୟରେ ସେ ଶିକ୍ଷାଲାଭ କରିଥିଲେ। ପ୍ରଥମେ ସେ ମୈତ୍ରୀ ସଂଯୋଗ ନାମକ ସୋସାଇଟି ଗଠନ କରି ଟ୍ରାନ୍ସଜେଣ୍ଡରଙ୍କୁ ଆମତ୍ନିର୍ଭରଶୀଳ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସମାଜରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ଗରିବ ପିଲାଙ୍କୁ ଶିକ୍ଷିତ କରିବା ଜରୁରୀ ବୋଲି ମନେକରି ସେ ମୈତ୍ରୀ ସଂଯୋଗ ଗୁରୁକୁଳ ଖୋଲି ସେଠାରେ ଏବେ ୨୯ ପିଲାଙ୍କୁ ପଢ଼ାଉଛନ୍ତି। ପିଲାମାନେ ସେଠାରେ ରହୁଛନ୍ତି। ସେମାନଙ୍କ ସବୁ ଖର୍ଚ୍ଚ ମଧ୍ୟ ସୁମି ବହନ କରୁଛନ୍ତି। ସେମାନେ ବଡ଼ ହେଲେ ଜଣେ ଟ୍ରାନ୍ସଜେଣ୍ଡର ତାଙ୍କୁ ପଢ଼ାଇ ମଣିଷ କରିଛନ୍ତି ବୋଲି ଗର୍ବରେ କହିପାରିବେ ବୋଲି କୁହନ୍ତି ସୁମି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri