ଏଇ ଭାରତରେ

ସମୀର ବର୍ଦ୍ଦୋଲୋଇ ଯୁବକମାନଙ୍କୁ ନେଇ ଗଠନ କରିଛନ୍ତିି ସବୁଜ ସେନା। ଏହି ସେନାରେ ରହିଛନ୍ତି ୩୨୬ ଜଣ ଗ୍ରୀନ ବା ସବୁଜ କମାଣ୍ଡୋ। ଏହି କମାଣ୍ଡୋମାନେ ଆସାମରେ କୃଷିରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରିଛନ୍ତି। ଅରୁଣାଚଳପ୍ରଦେଶରେ ସମୀରଙ୍କ ପିଲାଦିନ କଟିଥିଲା, ହେଲେ କର୍ମଭୂମି ପାଲଟିଛି ଆସାମ। ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ପ୍ରେଡ୍‌ ଏନ୍‌ଇ’ଏନ୍‌ଜିଓ ମାଧ୍ୟମରେ ୨,୫୦୦ କୃଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଗ୍ରୀନ୍‌ କମାଣ୍ଡୋମାନେ ବୈଜ୍ଞାନିକ ତଥା ପରିବେଶକୁ କ୍ଷତି ନ ପହଞ୍ଚାଇବା ଭଳି ପାରମ୍ପରିକ ପଦ୍ଧତିରେ କିଭଳି କୃଷିକାର୍ଯ୍ୟ କରାଯିବ ସେ ସମ୍ପର୍କରେ କୃଷକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସମଗ୍ର ଦେଶର ୮% ହେଉଛି ଉତ୍ତରପୂର୍ବାଞ୍ଚଳ। ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ କୃଷି କାର୍ଯ୍ୟରେ ବାଧା ଲାଗି ରହିଥିବାରୁ ଏଠାରେ ଖାଦ୍ୟାଭାବ ଲାଗିରହେ। ଏଣୁ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଯୁବକମାନଙ୍କୁ ନେଇ ଆସାମରେ ଏଭଳି ନିଆରା ଅଭିଯାନ ଆରମ୍ଭ କରିଛନ୍ତି ସମୀର। ଗାଁର କୃଷକ ପରିବାରଗୁଡ଼ିକୁ ସହର ବାସିନ୍ଦା ପରିବାରଗୁଡ଼ିକ ପୋଷ୍ୟ ଭାବେ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହି ଅଭିଯାନରେ ସହରୀ ପରିବାରଗୁଡ଼ିକ ଏବେ ସୁଦ୍ଧା ୪୦ଟି କୃଷକ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କଠାରୁ କୃଷି ଉପତ୍ାଦ କିଣୁଛନ୍ତି। ଆଉ ଯାହା କୃଷକଙ୍କ ପାଖରେ ବଳୁଛି ତାହାକୁ ସେମାନେ ବଜାରରେ ବିକ୍ରି କରୁଛନ୍ତି। ସମୀର ମଧ୍ୟ ୧୫୦ରୁ ଊର୍ଦ୍ଧ୍ୱ ସ୍କୁଲକୁ ତାଙ୍କ ଅଭିଯାନରେ ସାମିଲ କରିଛନ୍ତି । ଏମାନେ ସବୁଜ କମାଣ୍ଡୋଙ୍କ ସହ କୃଷକଙ୍କୁ ପ୍ରଶିକ୍ଷଣ ଦେବାରେ ସାହାଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?